ରାସ୍ତା ମଝିରେ ଏସିଡ୍ ଟ୍ୟାଙ୍କର ଲିକ, ଉଦ୍ୟମ ଜାରି ରଖିଛି ଅଗ୍ନିଶମ ଟିମ୍

ଭୁବନେଶ୍ୱର: ଟାଙ୍ଗୀ ୧୬ ନଂ ଜାତୀୟ ରାଜପଥ ଚଂପାଗଡ ଛକ ଓ ସକେଇ ଖୋଲ ନିକଟରେ  ଏସିଡ୍ ଟ୍ୟାଙ୍କର ଲିକ୍ । ଟ୍ୟାଙ୍କର ଲିକ ହେବା ଫଳରେ ଜାତୀୟ ରାଜପଥ ଧୂଆଁମୟ ହୋଇଛି । ଯାତାୟତ ବାଧାପ୍ରାପ୍ତ ହୋଇଛି । ସୂଚନା ମୁତାବକ ହାଇଡ୍ରୋକ୍ଲୋରାଇଡ୍ ଟ୍ୟାଙ୍କର ଗଂଜାମରୁ କୋଲକତା ଯାଉଥିଲା । ଟ୍ୟାଙ୍କର ଭାଲଭ୍ କଟିଯିବାରୁ ଏସିଡ୍ ଲିକ ହୋଇଛି । ସେପଟେ ଏସିଡ୍ ଲିକ ହେଉଥିବାରୁ ବର୍ତ୍ତମାନ ସୁଦ୍ଧା ଭୟବହତା ଜାରି ରହିଛି  । ଅଗ୍ନିଶମ ବାହିନୀ ମଧ୍ୟ ଘଟଣା ସ୍ଥଳରେ ପହଁଛି ଉଦ୍ୟମ କାର୍ଯ୍ୟ ଜାରି ରଖିଛନ୍ତି  ।

ଘଟଣାସ୍ଥଳରେ ଟାଙ୍ଗୀ ଅଗ୍ନିଶମ ବାହିନୀ ପହଞ୍ଚି ଟ୍ୟାଙ୍କର ଉପରେ ପାଣି ମାଡ କରୁଥିବେଳେ ଆଉ ଏକ ଅଗ୍ନିଶମ ବାହିନୀ ଘାଡ଼ି ଜଙ୍କିଆରୁ ଆସି ପହଁଚିଛି  । ଅନ୍ୟପଟେ ମିଳିଥିବା ଖବର ମୁତାବକ ଯେହେତୁ ଜାତୀୟ ରାଜପଥ ଉପରେ ଗାଡି ଟି ଲିକ ହୋଇଛ ଏବଂ ଏସିଡ ନିର୍ଗତ ହୋଇଛି  । ତେଣୁ ଜନଜୀବନକୁ ପ୍ରାଧାନ୍ୟ ଦେଇ ପୋଲିସ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛି  । ଜାତୀୟ ରାଜପଥରେ ଅନ୍ୟ କୌଣସି ଗାଡ଼ି ଯେପରି ଯା ଆସ ନକରେ, ସେଥିପାଇଁ ପ୍ରାଧାନ୍ୟ ଦେଇଛି  ।

ଗ୍ୟାସ ଟ୍ୟାଙ୍କର ଲିକ ହୋଇଥିବା ସ୍ଥାନରେ କୌଣସି ଜନବସତୀ ନଥିବାବେଳେ ପାଖରେ ଜଙ୍ଗଲ ରହିଛି  । ଯଦି ଏସିଡ ଲିକ ହୋଇ ଜଙ୍ଗଲ ମଧ୍ୟକୁ ଯାଏ, ତେବେ ଏହା ନିଶ୍ଚିତ ଜଙ୍ଗଲ ଉପରେ ପ୍ରଭାବ ପକାଇବା ନେଇ ଅନୁମାନ କରାଯାଉଛି  । ନିକଟରେ ଜନବସତି ନଥିବାରୁ ଆଶ୍ୱସ୍ଥି ଲାଭ କରିଛି ଅଗ୍ନିଶମ ବାହିନୀ  । ସେପଟେ ଚ୍ୟାଙ୍କରରୁ ଏସିଡ ନିର୍ଗତ ଜାରି ରହିଥିବାବେଳେ ଅଗ୍ନିଶମ ବାହିନୀ ଅନବରତ ଉଦ୍ୟମ ଜାରି ରଖିଛି  । ବର୍ତ୍ତମାନ ସୁଦ୍ଧା ଦୁଇଟି ଟ୍ୟାଙ୍କର ପାଣି ମାଡ଼ ଜାରି ରଖିଛନ୍ତି  । ଅନ୍ୟପଟେ ଟେକନିକାଲ ଟିମ ମଧ୍ୟ ଘଟଣା ସ୍ଥଳରେ ପହଁଚିଛି  । କିପରି ଏସିଡ ଲିକକୁ ରୋକିହେବ ସେନେଇ ଉଦ୍ୟମ ଆରମ୍ଭ କରିବ ଏହି ଟିମ  ।

Leave a Reply