ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁରେ ଦୋଷୀକୁ ଦଣ୍ଡ ପାଇଁ ୬ ଘଣ୍ଟିଆ ଖଇରା ବନ୍ଦ ଡାକରା

ବାଲେଶ୍ୱର: ଲାଗି ରହିଛି ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁର ସସପେନ୍ସ। ଏହା ହତ୍ୟା ନା ଆତ୍ମହତ୍ୟା ତାହା ଖୋଜି ପାଉନି ପୋଲିସ୍। ଏସିଏଫ ସୌମ୍ୟରଂଜନ ମୃତ୍ୟୁ ରହସ୍ୟ ଉନ୍ମୋଚନ ଓ ଦୋଷୀକୁ ଦଣ୍ଡ ଦେବାକୁ ଜୋର ଧରିଲା ଦାବି। ୬ ଘଣ୍ଟିଆ ଖଇରା ବନ୍ଦ ଡାକରା ଦେଲେ ବିଭିନ୍ନ ସଂଗଠନ।
ଫଳରେ ସୋର କୁପାରୀ ରାଜ୍ୟ ରାଜପଥ ଓ ଦୋକାନ ବଜ଼ାର ବନ୍ଦ ରହିଛି। ସକାଳ ୬ଟାରୁ ଦୋକାନ ବଜାର ବନ୍ଦ ଥିବା ବେଳେ ଦିନ ୧୨ଟା ଯାଏଁ ଚାଲିବ। ପାରଳାଖେମୁଣ୍ଡିର ସହକାରୀ ଵନ ସଂରକ୍ଷକ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ଏ ମଧ୍ୟରେ ୫୯ଦିନ ଵିତିଯାଇଛି। ହେଲେ ମୃତ୍ୟୁ ରହସ୍ୟ ଉପରୁ ହଟିନି ପରଦା। ଏଣୁ ଯଥାଶୀଘ୍ର ଘଟଣାର ପର୍ଦ୍ଦାଫାସ କରିବାକୁ ଦାବି କରିଛନ୍ତି ବିଭିନ୍ନ ସଂଗଠନ।