ACF ସୌମ୍ୟରଞ୍ଜନ ମୃତ୍ୟୁ: ବିଦ୍ୟାଭାରତୀ ଲେଖିଛନ୍ତି ଚିଠି
ଭୁବନେଶ୍ୱର: ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ବଡ଼ ଖୁଲାସା । ତଦନ୍ତକାରୀ ସାଇଣ୍ଟିଫିକ୍ ଟିମ୍ ହାତରେ ଲାଗିଛି ଏକ ଗୁରୁତ୍ବପୂର୍ଣ୍ଣ ଚିଠି । ଏହି ଚିଠି ବିଦ୍ୟାଭାରତୀ ଲେଖିଥିବା ଜଣାପଡିଛି । ପୃଥିବୀରେ ମୁଁ ତମକୁ ସବୁଠାରୁ ଅଧିକ ଘୃଣା କରେ । ହେ ପ୍ରଭୁ ସବୁ ଭୁଲକୁ କ୍ଷମା କର । ମୋ ଜୀବନକୁ ନଷ୍ଟ ହେବାକୁ ଦିଅନାହିଁ । କେମିତି ଆଉ ୩ ଦିନ କଟିବ ୧୨ ତାରିଖରୁ ୧୫ ତାରିଖ ପରେ ଶାନ୍ତିରେ ରହିବି ବୋଲି ଚିଠିରେ ଲେଖାହୋଇଛି ।
ମୁଁ ଏହି ଲୋକକୁ ସବୁଠାରୁ ଅଧିକ ଘୃଣା କରେ । ମୋ ନାଁକୁ ଏହି ଲୋକ ସହ ଯୋଡିବାକୁ ମଧ୍ୟ ମୋତେ ଖରାପ ଲାଗୁଛି । ଗୋଟିଏ ଭୁଲ ନିଷ୍ପତ୍ତି କେମିତି ଜୀବନ ନଷ୍ଟ କରିଦିଏ । ପ୍ଲିଜ ମୋତେ କ୍ଷମା କରିଦିଅ । ଜୀବନସାରା ପାଇଁ କଷ୍ଟ ଦେଖିପାରିବିନି । ମୁଁ କାହାର କେବେ କ୍ଷତି କରିନି । କେବେ କାହାର କ୍ଷତି କେବେ ଚାହିଁନି ବୋଲି ଚିଠିରେ ଲେଖାହୋଇଛି । ଯାହାକୁ ନେଇ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ସୋମ୍ୟରଞ୍ଜନଙ୍କ ସହ ଝଗଡ଼ା ହେଲେ ନିଜର ମନର କୋହକୁ ସେ ଏଭଳି ଲେଖି ଦେଇଥିଲେ ବୋଲି ବିଦ୍ୟାଭାରତୀ କହିଛନ୍ତି ।