ରିମାଣ୍ଡରେ ଚକରା ସହଯୋଗୀ ଦୁର୍ଦ୍ଦାନ୍ତ ଅପରାଧୀ ରାଜେଶ
ଭୁବନେଶ୍ୱର: ୫ ଦିନିଆ ରିମାଣ୍ଡରେ ଯାଇଛି ଦୁର୍ଦ୍ଦାନ୍ତ ଅପରାଧୀ ରାଜେଶ ମହାପାତ୍ର । ରିମାଣ୍ଡ ନେଇ ଅନୁମତି ଦେଇଛନ୍ତି ଭୁବନେଶ୍ବର ଏସଡିଜେଏମ କୋର୍ଟ । ରାଜେଶକୁ ରିମାଣ୍ଡରେ ନେଇ ଖଣ୍ଡଗିରି ଥାନା ପୋଲିସ ପଚରାଉଚରା କରିବା ନେଇ ସୂଚନା ମିଳିଛି । ସେପଟେ ରାଜେଶର ସହଯୋଗୀ ରବିନ ଶତପଥୀକୁ ମଧ୍ୟ ରିମାଣ୍ଡରେ ନେଇଛି ପୋଲିସ ।
ଛିନତାଇ, ଲୁଟ, ଡକାୟତି ଓ ରବେରୀ ଭଳି ସଙ୍ଗୀନ ମାମଲାରେ ଜଡ଼ିତ ଅପରାଧି ରାଜେଶ । ରାଜଧାନୀରେ ବିଭିନ୍ନ ସମୟରେ ରାହାଜାନୀ ଚଳାଇଥିଲା ରାଜେଶ । କମିସନରେଟ ପୋଲିସ ରାଜେଶର ପରିବାରର ସମସ୍ତ ସଦସ୍ୟଙ୍କୁ ଗିରଫ କରିଥିଲା । ସରେଣ୍ଡର ନଚେତ ଏନକାଉଣ୍ଟର ଭୟ ଘାରିଥିଲା ରେଜଶକୁ । ଯାହାକୁ ନେଇ ସେ ଗତ ଗୁରୁବାର କୋର୍ଟରେ ଆତ୍ମସମର୍ପଣ କରିଥିଲା ।
ରାଜେଶ ନାମରେ ବିଭିନ୍ନ ଥାନାରେ ୪୬ ଟି ଅପରାଧିକ ମାମଲା ରହିଛି । ପୋଲିସ ରାଜେଶକୁ ୧୦ ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଥିଲା । ରାଜେଶ ପୂର୍ବରୁ ନିଜ ଗାଙ୍ଗରେ ଏହି ଅପରାଧିକ କାର୍ଯ୍ୟକଳାପ ଘଟାଇ ଆସୁଥିବାବେଳେ ଏବେ ଚକରା ସହ ମିଶି ରଚୁଥିଲା ବିଭିନ୍ନ ପ୍ଲାନ । ବରମୁଣ୍ଡା ପଡିଆରେ ଚକରା ସହ ମିଶି ଲୁଟ ପ୍ଲାନ କରୁଥିବାବେଳେ ପୋଲିସ କରିଥିଲା ଏନକାଉଣ୍ଟର । ସେଦିନ ସେଠାରୁ ଫେରାର ହୋଇଯାଇଥିଲା ରାଜେଶ ।