ରାଜ୍ୟର ବିଭିନ୍ନ ସ୍ଥାନରେ ହୋଲି ଅବସରରେ ଅଘଟଣ

ଭୁବନେଶ୍ୱର: ରଙ୍ଗର ପର୍ବ ହୋଲିକୁ ବେସ୍ ଧୁମଧାମରେ ସବୁଆଡ଼େ ପାଳନ କରାଯାଉଛି । ରାଜ୍ୟରେ ଉତ୍ସାହ ଓ ଉଲ୍ଲାସ ଦେଖାଯାଇଛି । ତେବେ ଏହି ଖୁସି ଭିତରେ ଅନେକ ଦୁଃଖଦ ଘଟଣା ମଧ୍ୟ ଘଟିଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଅଘଟଣ ଘଟିଥିବା ନେଇ ସୂଚନା ରହିଛି । କେଉଁଠି ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ତ ଆଉ କେଉଁଠି ପାଣିରେ ବୁଡ଼ି । ହୋଲିରେ ରାଜଧାନୀ ଓ ଉପକଣ୍ଠରେ ଘଟିଛି ଏକାଧିକ ସଡକ ଦୁର୍ଘଟଣା ।

ଜରିପାଟଣା ନଦୀ ବନ୍ଧରୁ ତଳକୁ ଖସି ବାଇକ ଚାଳକଙ୍କ ମୃତ୍ୟୁ । ମୃତକ ଜଣକ ସର୍ବେଶ୍ୱର ରାଓ ବୋଲି ଜଣାପଡ଼ିଛି । ଅନ୍ୟଜଣେ ଗୁରୁତର ଆହତ ହୋଇଥିବା ସୂଚନା ରହିଛି । ମଦ୍ୟପାନ କରି ଗାଡି ଚାଳନା ଯୋଗୁଁ ଘଟିଛି ଏକାଧିକ ଦୁର୍ଘଟଣା । କ୍ୟାପିଟାଲ ହସ୍ପିଟାଲରେ ସମ୍ପର୍କୀୟଙ୍କ ପ୍ରବଳ ଭିଡ ଜମିଛି । ହସ୍ପିଟାଲର କାଜୁଆଲଟିରେ ଉତ୍ତେଜନା ଦେଖିବାକୁ ମିଳିଛି ।

ଗଣ୍ଡଗୋଳକୁ ଆଶଙ୍କା କରି ବ୍ୟାପକ ପୋଲିସ ମୁତୟନ । ସେହିପରି ସାଲେପୁର ନିଶ୍ଚିନ୍ତକୋଇଲିରେ ଅଘଟଣ । ହୋଲି ଖେଳି ବରପଦା ନିକଟ ଲୁଣା ଚିତ୍ରତ୍ପଳା ନଦୀ ସଙ୍ଗମ ସ୍ଥଳ ନାଗାମଠ ନିକଟରେ ଗାଧୋଉଥିବା ବେଳେ ଜଣେ ଯୁବକ ବୁଡ଼ି ମୃତ୍ୟୁବରଣ କରିଛନ୍ତି । ହୋଲି ଖେଳି ସାରି ତିନି ଜଣ ସାଙ୍ଗ ଦିନ ୨ଟା ସମୟରେ ନଦୀ ରେ ଗାଧୋଉ ଥିବା ବେଳେ ହଠାତ ନଦୀରେ ଭାସି ଯାଇଥିଲେ ରାଜ ।

ହୋଲି ଖେଳ ସାରି ନଦୀରେ ଗାଧୋଇବା ହେଲା କାଳ । ନଦୀକୁ ଗାଧୋଇବାକୁ ଯାଇଥିଲେ ଦୁଇ ସାଙ୍ଗ । ନୂଆପାଟଣା ଘାଟରେ ବୁଡ଼ି ଜଣେ ନିଖୋଜ ଜଣେ ଉଦ୍ଧାର । ନିଖୋଜ ଯୁବକ ହେଲେ ନୂଆପାଟଣା ଗ୍ରାମର ସଞ୍ଜୟ ପରିଡ଼ା । ଚୌଦ୍ବାର ଅଗ୍ନିଶମ ବାହିନୀ ଓ କଟକ ଓଡ୍ରାଫ ଟିମ୍ ପକ୍ଷରୁ ଖୋଜାଖୋଜି ଜାରି । ରଙ୍ଗର ପର୍ବ ହୋଲିରେ ଗୋଷ୍ଠୀ ସଂଘର୍ଷ । ୨ ଗୁରୁତର, ୫ ଆହତ । ଘଟଣା ଘଟିଛି ଟାଙ୍ଗୀ ଥାନା ସରସ୍ୱତୀ ନଗରରେ ।

ହୋଲି ଖେଳି ସାରି ଗାଧୋଇବାକୁ ଯାଇଥିବା ବେଳେ ପୂର୍ବ ଶତ୍ରୁତାରୁ ହୋଇଥିଲା ଗୋଷ୍ଠୀ ସଂଘର୍ଷ । ଟେକା ପଥର, ବାଉଁଶ ଠେଙ୍ଗା ମାଡରେ ୨ ଗୁରୁତର ହୋଇଛନ୍ତି । ସେହପରି ସମ୍ବଲପୁରରେ ହୋଲିରେ ଅଘଟଣ । ହୋଲି ଖେଳୁଥିବା ସମୟରେ ଚେରୁଆପଡାରେ ଯୁବକଙ୍କ ମୃତ୍ୟୁ । ହୋଲି ଖେଳୁଥିବା ସମୟରେ ହଠାଥ୍ ଟଳିପଡିଲେ ଯୁବକ । କେଉଁଥି ପାଇଁ ତାଙ୍କ ମୃତ୍ୟୁ ହୋଇଛି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

ହୋଲି ଖେଳ ବେଳେ ଅଘଟଣ. । ହୋଲି ଖେଳ ଚାଲିଥିବା ବେଳେ ଦୁଇ ଯୁବକଙ୍କୁ ବ୍ଲେଡରେ ଆକ୍ରମଣ । ବୈଦେଶ୍ଵର ଥାନା ଅନ୍ତର୍ଗତ କଦମ୍ବ ପାଟଣା ଗାଁରେ ଘଟଣା ଘଟିଛି ।ଦୁଇ ଯୁବକଙ୍କ ବେକରେ ଆଘାତ ହୋଇଥିବା ବେଳେ ଦୁଇ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର । କମେଣ୍ଟ ମରାକୁ କେନ୍ଦ୍ରକରି ଘଟଣା ଘଟିଥିବା ସୂଚନା । ଘଟଣା ସ୍ଥଳରେ ବୈଦେଶ୍ଵର ପୋଲିସ ପଂହଁଚି ତଦନ୍ତ ଆରମ୍ଭ କରିଛି । ହୋଲି ଅବସରରେ ପଟ୍ଟାମୁଣ୍ଡାଇରେ ଅଘଟଣ । ହୋଲି ଖେଳି ନଦୀରେ ଗାଧୋଉଥିବା ବେଳେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ଦୁଇ ମୃତକ ହେଲେ କେଶପୁର ପଞ୍ମୂଚାୟତ ଷାଡିଆ ଗ୍ରାମର ସୁଜିତ ଦାସ (୩୭) ଓ ଚିନ୍ମୟ ଦାସ(2୨)