କ୍ରିକେଟକୁ ଅଲବିଦା କହିଲେ ମିଷ୍ଟର-୩୬୦; ଆଇପିଏଲରେ ବି ଦେଖିବାକୁ ମିଳିବନି ଡିଭିଲିୟର୍ସ ଜଲଓ୍ବା
2 min readକେପଟାଉନ୍: କ୍ରିକେଟ ପଡ଼ିଆରେ ଆଉ ଦେଖିବାକୁ ମିଳିବନି ୩୬୦ ଡିଗ୍ରୀ ସଟ୍ । କାହିଁକି ନା କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ ଏବି ଡିଭିଲିୟର୍ସ । ଏହା ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିସାରିଥିଲେ ଡିଭିଲିୟର୍ସ । ତେବେ ଏବେ କ୍ରିକେଟର ଆଉ କୌଣସି ଫର୍ମାଟରେ ନଜର ଆସିବେନି ମିଷ୍ଟର-୩୬୦ । ସମସ୍ତ ଫର୍ମାଟରୁ ଅବସର ନେଇ ଟୁଇଟ କରି ସୂଚନା ଦେଇଛନ୍ତି ଡିଭିଲିୟର୍ସ ।
That’s the reality I must accept – and, even if it may seem sudden, that is why I am making this announcement today. I’ve had my time.
Cricket has been exceptionally kind to me.
— AB de Villiers (@ABdeVilliers17) November 19, 2021
ଟୁଇଟରେ ସେ ଲେଖିଛନ୍ତି କି ଏହା ଏକ ଅବିଶ୍ବସନୀୟ ଯାତ୍ରା ଥିଲା । କିନ୍ତୁ ମୁଁ କ୍ରିକେଟର ସବୁ ଫର୍ମାଟରୁ ସନ୍ୟାସ ନେବା ପାଇଁ ନିଷ୍ପତି ନେଇଛି । ମୁଁ ଆମ ବ୍ୟାକୟାର୍ଡରେ ମୋ ବଡ଼ ଭାଇଙ୍କ ସହ କ୍ରିକେଟ ଖେଳିବା ଆରମ୍ଭ କରିଥିଲି । ସେହି ଦିନଠାରୁ ମୁଁ ଏହାକୁ ଆନନ୍ଦ ସହ ଉପଭୋଗ କରିଛି । ବର୍ତ୍ତମାନ ୩୭ ବର୍ଷ ବୟସରେ ଆଉ ଖେଲିବାରେ ସେହି ଯୋଶ ନାହିଁ । ସେଥିପାଇଁ, ମୁଁ ମୋର ଅବସର ଘୋଷଣା କରୁଛି” । ସେ ଆହୁରି ମଧ୍ୟ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ” ଏହା ବାସ୍ତବତା ଯାହା ମୋତେ ଗ୍ରହଣ କରିବାକୁ ପଡିବ । ଯଦିଓ ଏହା ହଠାତ୍ ମନେହୁଏ, ସେଥିପାଇଁ ମୁଁ ଆଜି ଏହା ଘୋଷଣା କରୁଛି । ମୋର ସମୟ ଅଛି । ମୋ ପାଇଁ କ୍ରିକେଟ୍ ଅଛି । ସେ ଆଇପିଏ ହେଉ ଅବା ଦେଶ ପାଇଁ ସବୁ ଖେଳ ମୋତେ କଳ୍ପନା ଯୋଗ୍ୟ ଅନୁଭୂତି ଏବଂ ସୁଯୋଗ ଦେଇଛି । ସେଥିପାଇଁ ମୁଁ ସର୍ବଦା କୃତଜ୍ଞ ରହିବ ।
All of us love AB, that’s no secret! ❤️ Post your @ABdeVilliers17 tributes in the form of artworks or videos. Tag RCB when you post them, and we’ll share the best ones on our page and make sure AB sees them too. ?#PlayBold #ThankYouAB #WeAreChallengers pic.twitter.com/oa7ASPSecm
— Royal Challengers Bengaluru (@RCBTweets) November 19, 2021
ସେ ଆହୁରି ଲେଖିଛନ୍ତି କି କ୍ରିକେଟ ଅସାଧାରଣ ରୂପରେ ମୋ ପ୍ରତି ଦୟାଳୁ ରହିଛି । ମୁଁ ଟାଇଟନ୍ ପାଇଁ ହେଉ କି ସାଉଥ ଆଫ୍ରିକା ହେଉ କିମ୍ବା ଆରସିବି ପାଇଁ ହେଉ ସମସ୍ତ ଟିମ୍ ମୋତେ ଅକଳ୍ପନୀୟ ଅନୁଭବ ଦେଇଛି । ଏଥିପାଇଁ ସବୁବେଳେ ମୁଁ ଆଭାରୀ । ମୋର ଟିମ୍ ମେଟ, କୋଚ୍, ଫିଜିଓ ଏବଂ ସମସ୍ତ ସପୋର୍ଟ ଷ୍ଟାଫଙ୍କୁ ଧନ୍ୟବାଦ ଦେଉଛି । ମୁଁ ସାଉଥ ଆଫ୍ରିକାରେ କିମ୍ବା ଭାରତରେ ଯେଉଁଠାରେ ବି ଖେଳିଲେ ମୋତେ ଅଦ୍ଭୁତପୂର୍ଣ୍ଣ ସମର୍ଥନ ମିଳିଛି ବୋଲି ଟୁଇଟରେ କହିଛନ୍ତି ଡିଭିଲିୟର୍ସ ।
To the best player of our times and the most inspirational person I've met, you can be very proud of what you've done and what you've given to RCB my brother. Our bond is beyond the game and will always be.
— Virat Kohli (@imVkohli) November 19, 2021
୩୭ ବର୍ଷିୟ ଡିଭିଲିୟର୍ସ ଆଇପିଏଲରେ ସବୁଠାରୁ ସଫଳ ବ୍ୟାଟ୍ସମ୍ୟାନ ମଧ୍ୟରୁ ଅନ୍ୟତମ । ସେ ଇଣ୍ଡିଆନ ପ୍ରିମିୟର ଲିଗରେ ୧୮୪ଟି ମ୍ୟାଚ ଖେଳି ୫ ହଜାର ୧୬୨ ରନ ସଂଗ୍ରହ କରିଛନ୍ତି । ଯେଉଁଥିରେ ତିନୋଟି ଶତକ ଏବଂ ୪୦ଟି ଅର୍ଦ୍ଧଶତକ ସାମିଲ ଅଛି । ଆଇପିଏଲ -୧୪ର ପ୍ରଥମ ସିଜିନରେ ଡିଭିଲିୟର୍ସ ଦମଦାର ପ୍ରଦର୍ଶନ କରିଥିଲେ କିନ୍ତୁ ଦୁବାଇ ଲିଗରେ ଖାସ ପ୍ରଦର୍ଶନ କରିପାରିନଥିଲେ ଡିଭିଲିୟର୍ସ । ତେବେ ଡିଭିଲିୟର୍ସ ଅବସର ପରେ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରଙ୍କୁ ଏକ ବଡ଼ ଝଟକା ଲାଗିଛି ।