spot_img

Latest Posts

ହାର୍ଦ୍ଦିକଙ୍କୁ ଖୁଲମଖୁଲା ଅଫର, ଯଦି କଂଗ୍ରେସରେ ଇଛା ନାହିଁ ଆପ୍‌ ମଙ୍ଗ ଧର

ଅହମ୍ମଦାବାଦ: ଦଳ ମଧ୍ୟରେ ଚାଲିଥିବା କନ୍ଦଳ ହେତୁ  ଗୁଜୁରାଟ କଂଗ୍ରେସ କାର୍ଯ୍ୟକାରୀ ସଭାପତି ହାର୍ଦ୍ଦିକ ପଟେଲ ଦଳ ଛାଡ଼ିବେ ବୋଲି ଆଲୋଚନା ହେଉଥିବାବେଳେ ଆପର ଗୁଜୁରାଟ ୟୁନିଟ୍ ସଭାପତି ଗୋପାଳ ଇତାଲିଆ ହାର୍ଦ୍ଦିକଙ୍କ କଂଗ୍ରେସ ଛାଡ଼ି ଆମ୍‌ ଆଦମୀ ପାର୍ଟିରେ ଯୋଗ ଦେବାକୁ ଖୁଲମଖୁଲା ଅଫର ଦେଇଛନ୍ତି ।  ଇତାଲିଆ ଟ୍ୱିଟ୍‌ କରି କହିଛନ୍ତିଯେ, ଯଦି ହାର୍ଦ୍ଦିକଙ୍କୁ କଂଗ୍ରେସ ପସନ୍ଦ ଆସୁନାହିଁ ତେବେ ସେଠାରେ ରହି ସମୟ ନଷ୍ଟ କରିବା ଏବଂ ଅଭିଯୋଗ କରିବା ପରିବର୍ତ୍ତେ ସେ ଆପରେ ଯୋଗ ଦେବା ଉଚିତ୍‌ । ହାର୍ଦ୍ଦିକଙ୍କ ଭଳି ନିଷ୍ଠାପର ବ୍ୟକ୍ତିଙ୍କ ପାଇଁ କଂଗ୍ରେସରେ କେବେ ମଧ୍ୟ ସ୍ଥାନ ନଥିବ । ଅନ୍ୟପଟେ ସମସ୍ତ ଉଡ଼ାଖବରରେ ପୂର୍ଣ୍ଣଛେଦ ପକାଇଛନ୍ତି ହାର୍ଦ୍ଦିକ । ତାଙ୍କ କହିବା ହେଉଛି ସେ ଦଳ ପାଇଁ ଶତ ପ୍ରତିଶତ ଉତ୍ସର୍ଗୀକୃତ  ଏବଂ ସେ ଦଳ ଛାଡ଼ିବେ ନାହିଁ ।

କେବଳ ସେତିକି ନୁହେଁ ବରଂ ହାର୍ଦ୍ଦିକ କହିଛନ୍ତିଯେ, ମୁଁ ଆଜି ଯାଏଁ ଦଳକୁ ମୋର ଶତ ପ୍ରତିଶତ ଦେଇଛି ଏବଂ ଆଗକୁ ମଧ୍ୟ ଦେବି । ଆମେ ଗୁଜୁରାଟରେ ଆହୁରି ଉନ୍ନତି କରିବୁ । ଦଳ ମଧ୍ୟରେ ଛୋଟ କଳି ଝଗଡ଼ା ଅଛି, କିନ୍ତୁ ଗୁଜୁରାଟକୁ ଏକ ସୁନ୍ଦର ସ୍ଥାନରେ ପରିଣତ କରିବାକୁ ହେଲେ ଆମକୁ ଏକାଠି କାମ କରିବାକୁ ପଡ଼ିବ । ଏହା ସହିତ ସେ କହିଛନ୍ତିଯେ, ଗୁଜୁରାଟର ଲୋକଙ୍କର ଆମ ଉପରେ ବିଶ୍ୱାସ ଅଛି ଏବଂ ଆମକୁ ସେମାନଙ୍କ ପାଇଁ ଛିଡ଼ା ହେବା ଉଚିତ୍ ।

Latest Posts

Don't Miss