ହକି ପାଇଁ ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ଆନ୍ଥେମ୍, ମ୍ୟୁଜିକ ଦେଇଛନ୍ତି ପ୍ରେମ୍ ଆନନ୍ଦ

ଭୁବନେଶ୍ୱର: ହକି ପାଇଁ ପ୍ରସ୍ତୁତ ହେଉଛି ସ୍ବତନ୍ତ୍ର ଆନ୍ଥେମ୍ । ଦେଶରେ ହକି ପ୍ରତି ଉତ୍ସାହ ବଢାଇବା ପାଇଁ ଏହି ଆନ୍ଥେମ ପ୍ରସ୍ତୁତ କରାଯାଉଛି । ଜାତୀୟ କ୍ରୀଡା ଦିବସ ଅବସରରେ ଏହି ସ୍ବତନ୍ତ୍ର ଆନ୍ଥେମ୍ର ଡମି ଭିଡିଓ ରିଲିଜ ହୋଇଛି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ରେ ରାଜ୍ୟ ସ୍ତରୀୟ କ୍ରୀଡା ଦିବସ ପାଳନ ଅବସରରେ ଏହି ଭିଡିଓର ଉନ୍ମୋଚନ କରିଛନ୍ତି ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ । ଏହାର ମ୍ୟୁଜିକ ଦେଇଛନ୍ତି ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ।

ରିଲିଜ୍ ହୋଇଥିଭା ଭିଡିଓର ଗୀତଟିକୁ ଓଡ଼ିଆ ଗାୟକ ବିଶ୍ବଜିତ୍ ମହାପାତ୍ର ଗାଇଛନ୍ତି । ଅନୁମତି ମିଳିବା ପରେ ବଲିଉଡ୍ ସିଙ୍ଗର କୈଳାସ ଖେର୍ ଏବଂ ସୁଖବିନ୍ଦର ସିଂ ଏହି ଆନ୍ଥେମ୍ ଗାଇବେ ବୋଲି ପ୍ରେମଆନନ୍ଦ ସୂଚନା ଦେଇଛନ୍ତି । ୩ ମିନିଟର ଏହି ଭିଡିଓରେ କଳିଙ୍ଗ ଷ୍ଟାଡିୟମ ସମେତ, ଭାରତୀୟ ଖେଳାଳୀ, ମହାପ୍ରଭୁ ଜଗନ୍ନାଥ ଏବଂ ହକିର ବିକାଶ ପାଇଁ ରାଜ୍ୟ ରାଜ୍ୟ ସରକାର କରିଥିବା ସମସ୍ତ ଉଦ୍ୟମ ପ୍ରଦର୍ଶିତ କରାଯାଇଛି ।

ଭିଡିଓରେ ଆଗକୁ ଓଡ଼ିଶାରେ ଭାରତ ଖେଳିଥିବା ସବୁ ଖେଳର ଭିଡିଓ ସ୍ଥାନ ପାଇବ । ଭାରତ ମ୍ୟାଚ୍ ଖେଳିବା ବେଳେ ଖେଳାଳୀଙ୍କ ଉତ୍ସାହ ବଢାଇବା ପାଇଁ ଏହି ଆନ୍ଥେମ୍ ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ୍ ଭାବରେ ବ୍ୟବହାର କରାଯିବ ବୋଲି ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ସୂଚନା ଦେଇଛନ୍ତି । ଏହି ଆନ୍ଥେମ ହକି ଖେଳାଳିଙ୍କ ସମେତ ସମସ୍ତ ହକି ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଝାଇବ ବୋଲି ଆଶା ପ୍ରକଟ କରିଛନ୍ତି ଟିମ  ।

Leave a Reply