ଗୁଣାତ୍ମକ ସ୍ୱାସ୍ଥ୍ୟ ସୁବିଧା ଯୋଗାଉ ଥିବାରୁ ୬ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ମିଳିଲା ISO ସାର୍ଟିଫିକେଟ

1 min read

ରାଉରକେଲା: ରାଉରକେଲା ସହରର ୬ଟି  ସ୍ୱାସ୍ଥ୍ୟକେନ୍ଦ୍ରକୁ ମିଳିଲା ISO ସାର୍ଟିଫିକେଟ । ଏହି ୬ଟି ସ୍ୱାସ୍ଥ୍ୟ କେନ୍ଦ୍ର ଗୁଣାତ୍ମକ ସ୍ୱାସ୍ଥ୍ୟ ସୁବିଧା ଯୋଗାଉ ଥିବାରୁ ISO ୯୦୦୧- ୨୦୧୫ ସାର୍ଟିଫିକେଟ ମିଳିଥିବା ରାଉରକେଲା ମହାନଗର ନିଗମ ପକ୍ଷରୁ ଦିଆଯାଇଛି ।

ରାଉରକେଲା ସହରର  ବାଲୁଘାଟ, ବାସନ୍ତୀ କଲୋନୀ, ସେକ୍ଟର ୬, ତିଲକାନଗର, ଓ ଛେଣ୍ଡ ଠାରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରକୁ ISO ସାର୍ଟଟିଫିକେଟ ମିଳିଛି । ପ୍ରତି  ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୈନିକ ଶହେରୁ ଅଧିକ ରୋଗୀ ଚିକିତ୍ସିତ ହେବାପାଇଁ ଆସୁଥିବା ବେଳେ ରୋଗୀଙ୍କୁ ଉତ୍ତମ ଚିକିତ୍ସା ସୁବିଧା ସହିତ ଗୁଣାତ୍ମକ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦିଆଯାଇଥିବା ରାଉରକେଲା ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply