ସରୁନି ଉଠାଦୋକାନିଙ୍କ ଦୁଃଖ, ବାରମ୍ବାର ସ୍ଥାନାନ୍ତରଣ କରୁଥିବାରୁ ତୀବ୍ର ବିରୋଧ
ସମ୍ବଲପୁର: ରାସ୍ତାଘାଟ ପାଲଟିଛି ପରିବା ବଜାର । ଯୁଆଡ଼େ ଚାହିଁଲେ ସେଠି ବସିଛି ଦୋକାନ । ଉଠାଦୋକାନୀଙ୍କ ସ୍ଥାନାନ୍ତରୀକରଣକୁ ନେଇ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି । ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ସହ ସମାଧାନ ଦାବି ହୋଇଛି । ଏ ଦୃଶ୍ୟ ହେଉଛି ସମ୍ବଲପୁର ପରିବା ବଜାରର ।
ସହରର ଗୋଲବଜାର, ଅଇଁଠାପାଲି, ବୁଢାରାଜା ଧନୁପାଲି ଭଳି ସମସ୍ତ ରାସ୍ତାଘାଟ ପାଲଟିଛି ପରିବା ବଜାର । ଯାହାକୁ ତୀବ୍ର ବିରୋଧ କରିଛି ସମ୍ବଲପୁର ଉଠା ଦୋକାନୀ ସଂଘ । କରୋନା ପାଇଁ ବାରମ୍ବାର ସ୍ଥାନାନ୍ତରଣକୁ ନାପସନ୍ଦ କରିଛି ସଂଘ ।
ସେପଟେ ରାସ୍ତାକଡରେ ଦୋକାନ ବସିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ସହରର ରାସ୍ତାଘାଟ ବ୍ୟସ୍ତବହୁଳ ରହୁଥିବାରୁ ଯା ଆସରେ ସମସ୍ୟା ହେଉଛି । ସିଏମସି କମିଶନର ଓ ସମ୍ବଲପୁର ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ଦୋକାନୀ । ତେବେ ଖୁବଶୀଘ୍ର ସମସ୍ୟାର ସମାଧାନ ହୋଇଯିବ କହିଛନ୍ତି କମିଶନର ।