spot_img

Latest Posts

ନିଖୋଜ ସ୍ତ୍ରୀକୁ ୩ ବର୍ଷ ହେବ ଖୋଜୁଛି ସ୍ୱାମୀ, ହାଇକୋର୍ଟ କହିଲେ ଶିରିଡ଼ିରେ ମାନବ ଚାଲାଣର ହେଉ ତଦନ୍ତ

ଔରଙ୍ଗାବାଦ: ଇନ୍ଦୋରର ବାସିନ୍ଦା ମନୋଜ ସୋନି ତିନି ବର୍ଷ ପୂର୍ବରୁ ୨୦୧୭ରେ ସାଇ ବାବାଙ୍କ ଦର୍ଶନ ପାଇଁ ଶିରିଡ଼ିକୁ ଯାଇଥିଲେ । ଆଉ ମନ୍ଦିର ନିକଟରେ ଥିବା ବଜାରରୁ କେଉଁଆଡ଼େ ଗାଏବ ହୋଇଯାଇଥିଲେ। ଏହା ପରେ, ସେ ନିଜ ପତ୍ନୀଙ୍କୁ ଏପର୍ଯ୍ୟନ୍ତ ସୁଦ୍ଧା ଖୋଜୁଛନ୍ତି, କିନ୍ତୁ ସେ କେଉଁଠାରେ ଅଛନ୍ତି, ଏପର୍ଯ୍ୟନ୍ତ ସୁଦ୍ଧା ତାହା ଜଣା ପଡିନାହିଁ । ସେଠାରେ ପୋଲିସ ସହଯୋଗ କରୁନାଥିବା ସେ ଅଭିଯୋଗ କରିଛନ୍ତି । ତେଣୁ ସେ ଏହି ମାମଲାରେ ହାଇକୋର୍ଟରେ ପହଞ୍ଚିଛନ୍ତି ।

ହାଇକୋର୍ଟରେ ପହଞ୍ଚିଲେ ସ୍ୱାମୀ

ଇଂରାଜୀ ଖବରକାଗଜ ଇଣ୍ଡିଆନ ଏକ୍ସପ୍ରେସ ଅନୁଯାୟୀ ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ବେଞ୍ଚ ଏହି ମାମଲାରେ ଚିନ୍ତା ପ୍ରକାଶ କରିଛନ୍ତି । ମହାରାଷ୍ଟ୍ର ପୋଲିସ ଅଧିକାରୀଙ୍କୁ ମାନବ ଚାଲାଣ ଦୃଷ୍ଟିରୁ ଏହି ମାମଲାର ଅନୁଧ୍ୟାନ କରିବାକୁ କୋର୍ଟ କହିଛନ୍ତି । କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଶିରିଡ଼ିରୁ ଲୋକମାନେ କାହିଁକି ଗାଏବ ହେଉଛନ୍ତି ରାଜ୍ୟ ଡିଜିପି ଏନେଇ ଦୃଷ୍ଟି ଦେବା ଉଚିତ୍ । ଶିରିଡ଼ି ପୋଲିସର ଅସହଯୋଗ ମନୋଭାବକୁ ନେଇ ମଧ୍ୟ ହାଇକୋର୍ଟ ଚିନ୍ତା ପ୍ରକାଶ କରିଛନ୍ତି । ପୋଲିସର ସୂଚନାନୁସାରେ, ୨୦୧୭ ରୁ ଅକ୍ଟୋବର ୨୦୨୦ ମଧ୍ୟରେ ଶିରିଡ଼ିରୁ ୨୭୯ ଜଣଙ୍କର ନିଖୋଜ ହେବାର ଖବର ପ୍ରକାଶ ପାଇଛି । ଏଥିମଧ୍ୟରୁ ଉଭୟ ବିବାହିତ ଏବଂ ଅବିବାହିତା ମହିଳାଙ୍କ ସମେତ ୬୭ ଜଣ ଏପର୍ଯ୍ୟନ୍ତ ସୁଦ୍ଧା ନିଖୋଜ ଅଛନ୍ତି ।

ତେବେ ଏହା ପ୍ରଥମ ଘଟଣା ନୁହେଁ ଯେଉଁଠି ଶିରିଡ଼ିରୁ ଲୋକ ନିଖୋଜ ହୋଇଛନ୍ତି । ଏହାକୁ ନେଇ ମଧ୍ୟ ହାଇକୋର୍ଟ ଚିନ୍ତା ପ୍ରକାଶ କରିଛନ୍ତି । ଗତ ବର୍ଷ ନଭେମ୍ବର ୨୨ ରେ କୋର୍ଟ କହିଥିଲେ ଯେ ଗୋଟିଏ ବର୍ଷରେ ୮୮ ଜଣ ସେଠାରୁ ନିଖୋଜ ହୋଇଯାଇଛନ୍ତି । ଏମାନେ ସମସ୍ତେ ସାଇ ବାବା ମନ୍ଦିର ପରିଦର୍ଶନ କରିବାକୁ ଆସିଥିଲେ। ହାଇକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଗରିବ ଲୋକଙ୍କୁ ଏଭଳି ମାମଲାରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ। ଏହି ସମୟରେ ମହାରାଷ୍ଟ୍ରର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ମାମଲା ପ୍ରତ୍ୟେକ ଦିଗରୁ ଅନୁସନ୍ଧାନ କରାଯାଉଛି।

୩ ବର୍ଷ ହେବ ଚାଲିଛି ଖୋଜାଖୋଜି

ସୂଚନାଯୋଗ୍ୟ ଯେ, ମନୋଜ ସୋନି ଫେବୃଆରୀ ୨୦୦୯ରେ ବିବାହ କରିଥିଲେ। ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି। ତାଙ୍କ ପତ୍ନୀ ଶିରିଡ଼ି ମନ୍ଦିର ନିକଟରେ କିଛି କିଣାକିଣି କରୁଥିଲେ। ମନୋଜ ସୋନି ପିଲାମାନଙ୍କୁ ସେମାନଙ୍କ ସହ ନେଇ ନଥିଲେ ନାହିଁ କାରଣ ସେମାନେ କାଳେ କିଛି କିଣିବାକୁ ଜିଦି କରିବେ ସେଥିପାଇଁ ସେ ପିଲାମନଙ୍କୁ ନେଇ ଥିଲେ । ସୋନି ଡ୍ରାଇଭର ଭାବରେ କାମ କରୁଥିବାବେଳେ ତାଙ୍କର ୮୫ ବର୍ଷ ବୟସ୍କା ମା ଉଭୟ ସନ୍ତାନର ଯତ୍ନ ନେଉଛନ୍ତି।

Latest Posts

Don't Miss