ଓଡିଶା ସୀମାରେ ପତାକା ଲଗାଇଲେ ଆନ୍ଧ୍ର ସରକାର, ଚୂନ ମାରି ଚିହ୍ନଟ କଲା ପଥର ପକାଇଲା
କୋରାପୁଟ: ପୁଣି ଆନ୍ଧ୍ରର ଦାଦାଗିରି । ଓଡିଶା ସୀମାରେ ପତାକା ଲଗାଇଲେ ଆନ୍ଧ୍ର ସରକାର । ଚୂନ ମାରି ଚିହ୍ନଟ କରିବା ସହ ପଥର ପକାଇଲା ଆନ୍ଧ୍ର ସରକାରଙ୍କ ସ୍ଥାନୀୟ ପ୍ରଶାସନ । ସେପେଟେ ସୀମା ବିବାଦର ସମାଧାନ ପାଇଁ ପ୍ରଶାସନିକ ସ୍ତରରେ ଆଲୋଚନା ଚାଲିଛି । କୋରାପୁଟ ଜିଲ୍ଲା ପଟାଙ୍ଗୀ ସମ୍ବାଇ ପଞ୍ଚାୟତ ଅନ୍ତର୍ଗତ ସୁନାବେଡ଼ା ମୌଜାର କିଛି ଅଂଶକୁ ଆନ୍ଧ୍ର ନିଜର ବୋଲି କହୁଛି । ଏହାର ପ୍ରତିବାଦ ପରେ ଉଭୟ ରାଜ୍ୟର ସ୍ଥାନୀୟ ପ୍ରଶାସନ ଆଲୋଚନା ହୋଇଛି ।
ଆଲୋଚନା ପରେ କେତେକ ଅଞ୍ଚଳରେ ଆନ୍ଧ୍ର ପୋତିଥିବା ସୀମାଖୁଣ୍ଟି ଉଠା ଯାଇଛି । ଏବେ ପୁଣି ସୀମାରେ ପତାକା ପୋତିବାକୁ ନେଇ ଆରମ୍ଭ ହେଲାଣି ବିବାଦ । ଅନ୍ୟପଟେ ସୀମା ବିବାଦ ନେଇ ଜୋର୍ ଧରିଛି ରାଜନୀତି । କେବଳ ସେତିକି ନୁହେଁ ଗୁଗୁଲ ମ୍ୟାପ୍ରେ ଓଡ଼ିଶାର କିଛି ଅଞ୍ଚଳ ଆନ୍ଧ୍ରର ବୋଲି ଦର୍ଶାଯିବା ନେଇ ମଧ୍ୟ ବିବାଦ ଅଧିକ ତେଜିଛି । ଗତବର୍ଷ କୋଟିଆରେ ଜନସେବା ନାଁରେ ଜମି ଅକ୍ତିଆର ପ୍ରୟାସ କରିଥିଲା ଆନ୍ଧ୍ର ।