spot_img

Latest Posts

Bihar Election: ଟ୍ରେଣ୍ଡରେ NDAକୁ ଆଗୁଆ ଦେଖି ଏମିତି କଲେ ଲାଲୁ

ରାଞ୍ଚି: ପ୍ରଥମଥର ଲାଗି ଲାଲୁ ପ୍ରସାଦ ଯାଦବଙ୍କ ଅନୁପସ୍ଥିତିରେ ବିହାର ଭୋଟ୍ ଦେଇଛି, ମତଗଣନା ଚାଲିଛି । ଗୋ-ଖାଦ୍ୟ ଦୁର୍ନୀତିରେ ସଜ୍ଜା କାଟୁଥିବା ଲାଲୁ ମେଡିକାଲରେ ବସି ନିର୍ବାଚନର ଖବର ଟିଭିରେ ଦେଖୁଛନ୍ତି । ଆରଜେଡି ମୁଖିଆ ଲାଲୁ ପ୍ରସାଦ ଯାଦବ ଟିଭିରେ ବିଜେପି ନେତୃତ୍ୱାଧୀନ NDA ଟ୍ରେଣ୍ଡରେ ଆଗୁଆ ରହିବା ଦେଖି ଟିଭି ବନ୍ଦ କରି ଦେଇଥିଲେ ।

Lalu Prasad Switches Off TV After Seeing NDA’s Lead Goes Out To Soak Up The Sun

ଖବର ଅନୁସାରେ, ରିମ୍ସ ମେଡିକାଲର କେଲି ବଙ୍ଗଳା ଲନରେ ଲାଲୁଙ୍କୁ ଦେଖିବାକୁ ମିଳିଛି । ସକାଳେ ଲାଲୁ ଟ୍ରେଣ୍ଡ ଜାଣିବା ଲାଗି ଟିଭି ଲଗାଇଥିଲେ । ପ୍ରାରମ୍ଭିକ ଟ୍ରେଣ୍ଡରେ ମହାମେଣ୍ଟ (MGB) ଭଲ୍ କରିଥିଲା ଯାହାକୁ ଦେଖି ଲାଲୁ ଖୁସି ଥିଲେ । ଯେତେବେଳେ ଟ୍ରେଣ୍ଡରେ ଏନଡିଏ ଆଗୁଆ ହେଲା ତ ଲାଲୁଙ୍କ ହୋସ୍ ଉଡ଼ିବା ଭଳି ଅବସ୍ଥା ହେଲା । ସେ ତୁରନ୍ତ ଟିଭି ରିମୋଟ୍ ଅଫ କରି ରୁମରୁ ବାହାରି ଯାଇଥିଲେ ।

Lalu Prasad Switches Off TV After Seeing NDA’s Lead Goes Out To Soak Up The Sun

ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବ ବାପାଙ୍କ ଅନୁପପସ୍ଥିତିରେ ଆରଜେଡିର ମଙ୍ଗ ସମ୍ଭାଳି ମହାମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ନିର୍ବାଚନ ଲଢ଼ୁଛନ୍ତି । ତାଜା ଟ୍ରେଣ୍ଡ ଅନୁସାରେ ଏନଡିଏ ୧୨୩ଟି ଆସନରେ ଆଗୁଆ ଥିବାବେଳେ ଆରଜେଡି (ମହାମେଣ୍ଟ) ୧୧୧ଟିରେ ଆଗୁଆ ରହିଛି । ପୂର୍ବରୁ ୪ଟି ଆସନରେ ଆଗୁଆ ଥିବା ଏଲଜେପି ଏବେ କୌଣସି ଆସନରେ ଆଗୁଆ ନାହିଁ । ୯ଟି ଆସନରେ ଅନ୍ୟାନ୍ୟ ପ୍ରାର୍ଥୀ ଆଗୁଆ ରହିଛନ୍ତି ।

Latest Posts

Don't Miss