ନାବାଳିକା ଗଣଦୁଷ୍କର୍ମ ମାମଲା: ଜଗିଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଡାକିପାରନ୍ତି OSCPCR କମିଶନ

1 min read

ଭୁବନେଶ୍ୱର: ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡାଙ୍କ ଅଡୁଆ ବଢୁଛି । ତଦନ୍ତ ପାଇଁ ଦରକାର ହେଲେ ଜଗି ମଙ୍ଗତ ପଣ୍ଡାଙ୍କୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ଡାକିବ ବୋଲି କମିଶନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଏହା କହିଛନ୍ତି। ନାବାଳିକା ଗଣଦୁଷ୍କର୍ମ ମାମଲାରେ ଭୁବନେଶ୍ୱର ଡିସିପିଙ୍କୁ ମଗାଯାଇଥିବା ରିପୋର୍ଟ ପାଇଛନ୍ତି। ଓଟିଭି ଏମ୍‌ଡିଙ୍କୁ ମଗାଯାଇଥିବା ରିପୋର୍ଟ ମଧ୍ୟ ମିଳିଛି । ରିପୋର୍ଟକୁ ଯାଞ୍ଚ କରାଯିବ ।  ଡିସିପି ଦେଇଥିବା ରିପୋର୍ଟ ଅନୁସାରେ ଏବେ କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତ କରୁଛି । ତଦନ୍ତ କାହିଁକି ବିଳମ୍ବ ହେଉଛି କ୍ରାଇମ୍‌ବ୍ରାଞ୍ଚ୍‌କୁ ରିପୋର୍ଟ ମଗାଯିବ । ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଏହି ସୂଚନା ଦେଇଛନ୍ତି ।

ଘଟଣା ଦୃଷ୍ଟିରୁ ଉଲ୍ଲେଖ ଯୋଗ୍ୟ, ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଓଟିଭି ଏମ୍‌ଡିଙ୍କୁ ହାଜର ହେବାକୁ ନୋଟିସ କରିଥିଲେ ମହିଳା କମିଶନ ।  ଥରେ ସେ ମହଳା କମିଶନଙ୍କ କାର୍ଯ୍ୟାଳୟକୁ ଆସିଥିଲେ । କିନ୍ତୁ କାମ ଥିବ ଆଳ ଦେଖାଇ ମହିଳା କମିଶନଙ୍କ ସାମ୍ନାରେ ହାଜର ନହୋଇ ଚାଲିଯାଇଥିଲେ । ଏହା ପରବର୍ତ୍ତୀ ସମୟରେ ପୁଣି କମିଶନଙ୍କ ପକ୍ଷରୁ ନୋଟିସ ହୋଇଥିଲା । କିନ୍ତୁ ସମୟ ଟାଳିବା ଡ୍ରାମାର ପୁନରାବୃତ୍ତି ଘଟିଥିଲା । ମହିଳା କମିଶନଙ୍କ ସମନକୁ ଅସମ୍ମାନ କରିଥିଲେ ଓଟିଭି କର୍ତ୍ତୃପକ୍ଷ । ସମନ ପାଇଁ ବ୍ୟକ୍ତିଗତ ହାଜର ହେବା ପରିବର୍ତ୍ତେ ପ୍ରତିନିଧିଙ୍କ ଜରିଆରେ ମାମଲାରୁ ନିଜ ନାମକୁ ବାଦ୍ ଦେବାକୁ କମିଶନଙ୍କୁ ନିବେଦନ କରିଥିଲେ ଓଟିଭି ଏମଡି ଜଗିମଙ୍ଗତ ପଣ୍ଡା । ଜଗିଙ୍କ ଆବେଦନକୁ ଖାରଜ କରିବା ସହ ମାମଲାକୁ ବିଚାରଣା ବିବେଚିତ କରିଛନ୍ତି କମିଶନ । ଏଥିସହିତ ଆଭ୍ୟନ୍ତରୀଣ ତଦନ୍ତ କମିଟି ଆଳରେ ଘଟଣାକୁ ଚପାଇବା ଉଦ୍ୟମ ମଧ୍ୟ ପଦାରେ ପଡ଼ିଥିଲା । ତଦନ୍ତ ସମ୍ପର୍କରେ ମହିଳା କମିଶନଙ୍କ ନିକଟରେ ଦାଖଲ ହୋଇଥିବା ତଥ୍ୟରେ ତାଳମେଳ ନାହିଁ । ସେପଟେ ବାରମ୍ବାର ନୋଟିସ ପାଇ ଅଭିଯୋଗକାରିଣୀ ହାଜର ହେଉଥିଲେ ହେଁ ସମନ ପାଇ ହାଜର ହେଉନାହାନ୍ତି ଓଟିଭି ଏମ୍‌ଡି । ପୀଡ଼ିତାଙ୍କ ମାଆଙ୍କୁ କାର୍ଯ୍ୟାଳୟରେ ମାନସିକ ନିର୍ଯାତନା ଘଟଣାର ତଦନ୍ତରେ ସହଯୋଗ କରିବା ପରିବେର୍ତ୍ତ ଘଟଣାକୁ ଚପାଇ ଦେବାକୁ ଓଟିଭି ଏମଡି ଉଦ୍ୟମ କରୁଥିବା ଅଭିଯୋଗ କରିଥିଲେ ଅଭିଯୋଗକାରିଣୀଙ୍କ ଓକିଲ ।

Leave a Reply