ରାଜ୍ୟରେ କମୁଛି ସଂକ୍ରମଣ: ଦିନକରେ ଚିହ୍ନଟ ହୋଇଛନ୍ତି ୧,୪୭୦ ସଂକ୍ରମିତ
1 min readଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣରେ ଆସୁଛି କରୋନା । ରାଜ୍ୟରେ ଆଉ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୮୫୩ ଚିହ୍ନଟ ହୋଇଥିବା ନୂଆ ସ୍ଥାନୀୟ ସଂକ୍ରମଣ ୬୧୭ ରହିଛି । ସେହିପରି ଲଗାତାର ଭାବେ ୨୦୦ତଳେ ଖୋର୍ଦ୍ଧାରେ ସଂକ୍ରମିତଙ୍କ ସଂଖ୍ୟା । ଶନିବାର ଦିନ ଖୋର୍ଦ୍ଧାରୁ ସର୍ବାଧିକ ୧୭୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିଭଳି ଗତ ୨୪ ଘଣ୍ଟାରେ ଆଉ ୧୨ ଜଣଙ୍କ ଜୀବନ ନେଇଛି କରୋନା ।
6. Boudh: 17
7. Cuttack: 126
8. Deogarh: 5
9. Dhenkanal: 17
10. Gajapati: 8
11. Ganjam: 22
12. Jagatsinghpur: 76
13. Jajpur: 42
14. Jharsuguda: 39
15. Kalahandi: 31
16. Kandhamal: 11
17. Kendrapada: 75
18. Keonjhar: 51
19. Khurda: 170
20. Koraput: 24
21. Malkangiri: 25— I & PR Department, Odisha (@IPR_Odisha) October 31, 2020
ଖୋର୍ଦ୍ଧାରୁ ୧୭୦, କଟକରୁ ୧୨୬, ସୁନ୍ଦରଗଡ଼ରୁ ୧୧୨, ଅନୁଗୁଳ ଓ ଜଗତସିଂହପୁରରୁ ୭୬ଜଣ ଲେଖାଏଁ, କେନ୍ଦ୍ରାପଡାରୁ ୭୫, ପୁରୀରୁ ୬୪, ବଲାଙ୍ଗୀରରୁ ୬୩, ନୂଆପଡାରୁ ଓ ବରଗଡ଼ରୁ ୬୧ଜଣ ଲେଖାଏଁ, ବାଲେଶ୍ବରରୁ ୫୬, ମୟୂରଭଞ୍ଜରୁ ୫୦, ଯାଜପୁରରୁ ୪୨, ଝାରସୁଗୁଡାରୁ ୩୯, ସମ୍ବଲପୁର , ନବରଙ୍ଗପୁର ଓ ସମ୍ବଲପୁରରୁ ୩୪ଜଣ ଲେଖାଏଁ, କଳାହାଣ୍ଡି ଓ ନୟାଗଡ଼ରୁ ୩୧ଜଣ ଲେଖାଏଁ , ସୋନପୁରରୁ ୨୭, ମାଲକାନଗିରିରୁ ୨୫, କୋରାପୁଟରୁ ୨୪, ଗଞ୍ଜାମରୁ ୨୨, ଭଦ୍ରକରୁ ୧୯, ବୌଦ୍ଧ ଓ ଢେଙ୍କାନାଳରୁ ୧୭ଜଣ ଲେଖାଏଁ, ରାୟଗଡ଼ାରୁ ୧୩, କନ୍ଧମାଳରୁ ୧୧, ଗଜପତିରୁ ୮, ଦେଓଗଡ଼ରୁ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
8.A 67-year-old male of Bhubaneswar who was also suffering from Diabetes Mellitus.
9.A 65-year-old male of Bhubaneswar.
10. A 70-year-old male of Sundargarh district who was also suffering from Diabetes Mellitus & Hypertension.— H & FW Dept Odisha (@HFWOdisha) October 31, 2020
ରାଜ୍ୟରେ ଆଉ ୧୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁକୁ ମିଶାଇ ମୋଟ ୧୩୨୦ଜଣଙ୍କ ପ୍ରାଣ ନେଇଛି କରୋନା । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୯୦ହଜାର ୧୧୬ରେ ପହଞ୍ଚିଛି । ଏହାସହ ରାଜ୍ୟରେ ୨ଲକ୍ଷ ୭୩ହଜାର ୮୩୮ଲୋକ ଆରୋଗ୍ୟ ଲାଭ କରିଛନ୍ତି । ଏବଂ ରାଜ୍ୟ ବର୍ତ୍ତମାନ ୧୪ହଜାର ୯୦୫ଟି ସକ୍ରିମ ମାମଲା ରହିଛି ।