କରୋନାରୁ ସୁସ୍ଥ ରୋଗୀଙ୍କ ଠାରେ କେତେ ମାସ ଯାଏଁ ରହିଥାଏ ଆଣ୍ଟିବଡି ?
ନୂଆଦିଲ୍ଲୀ: କରୋନା ଭାଇରସର ଲକ୍ଷଣ ଥିବା ଅଧିକାଂଶ ରୋଗୀ ଏଥିରୁ ମୁକୁଳିବା ପରେ ତାଙ୍କ ଶରୀର ମଧ୍ୟରେ ଆଣ୍ଟିବଡି ରୂପରେ ଏକ ରକ୍ଷା କବଚ ପ୍ରସ୍ତୁତ ହୋଇଥାଏ । ଯାହା ଅତି କମ୍ରେ ୫ ମାସ ଯାଏଁ ରହିଥାଏ । ଏକ ନୂଆ ଗବେଷଣାରୁ ଏହି ତଥ୍ୟ ହାସଲ ହୋଇଛି । ଏହି ଅଧ୍ୟୟନ ଅନୁସାରେ ଏଭଳି ଆଣ୍ଟିବଡ଼ି ବୃଦ୍ଧି ହେବା ପରେ କରୋନା ଭାଇରସ ଦ୍ୱାରା ସଂକ୍ରମଣ ହେବା ଆଶଙ୍କା ଖୁବ୍ କମ୍ ହୋଇଯାଇଥାଏ ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ ଆମେରିକା ସ୍ଥିତ ମାଉଣ୍ଟ ସିନାଇ ହସ୍ପିଟାଲରେ କାର୍ଯ୍ୟରତ ଗବେଷକ ପ୍ଳୋରିୟନ୍ କ୍ରେମ୍ମର କହିଛନ୍ତି ଯେ, କରୋନା ସଂକ୍ରମିତ ସୁସ୍ଥ ହେବା ପରେ ତାଙ୍କ ଠାରେ ବୃଦ୍ଧି ପାଇଥିବା ଆଣ୍ଟିବଡି କିଛି ଦିନ ପାଇଁ ରହିଥାଏ । ଏଭଳି କିଛି ତଥ୍ୟ ମିଳିବା ପରେ ଏ ଦିଗରେ ଆମେ ଗବେଷଣା କରିଥିଲୁ । କିନ୍ତୁ ସେମାନେ ସେମାନଙ୍କ ଅଧ୍ୟୟନରେ ଠିକ୍ ଓଲଟା ପାଇଥିବା ସେ କହିଛନ୍ତି । ଏହି ନିଷ୍କର୍ଷରେ ପହଞ୍ଚିବା ପାଇଁ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ଏଲିସା ନାମକ ଆଣ୍ଟିବଡି ଟେଷ୍ଟ କରାଯାଇଥିଲା । ମାଉଣ୍ଟ ସିନାଇ ହସ୍ପିଟାଲର ଗବେଷକ ୩୦ ହଜାର ୦୮୨ ନମୁନା ଯାଞ୍ଚ କରିବା ପରେ ଏହା ଜାଣିବାକୁ ପାଇଥିଲେ ଯେ, ଅଧିକାଂଶ ଲୋକଙ୍କ ଠାରେ ଆଣ୍ଟିବଡି ମଧ୍ୟମରୁ ଉଚ୍ଚସ୍ତରରେ ରହିଥିବା ଦେଖିବାକୁ ମିଳିଛି । ଯାହା ଭାଇରସକୁ ନିଷ୍କ୍ରିୟ କରିଦେଇପାରିବ । ବୈଜ୍ଞାନିକମାନେ ଯାଞ୍ଚ ବେଳେ ଜାଣିବାକୁ ପାଇଥିଲ ଯେ, ପ୍ରଥମ ପରୀକ୍ଷା ଅପେକ୍ଷା ଦ୍ୱିତୀୟ ପରୀକ୍ଷା ବେଳକୁ ଆଣ୍ଟିବଡିର ସ୍ତର ହଲକା କମ୍ ହୋଇଥାଏ ଏବଂ ତୃତୀୟ ପରୀକ୍ଷା ବେଳକୁ ଏହା ଆଉ ଟିକେ କମ୍ ହୋଇଥାଏ । ଏହି ଆଧାରରେ ଗବେଷକଙ୍କ ପକ୍ଷରୁ କୁହାଯାଇଛି ଯେ, ଆଣ୍ଟିବଡି କମ୍ରୁ କମ୍ ପାଞ୍ଚ ମାସ ଯାଏଁ ରହିଥାଏ ।
ପୁଲୱାମା ଆକ୍ରମଣ ମାମଲା: ବିରୋଧୀଙ୍କୁ ଜୋତାରେ ପିଟିବାକୁ କହିଲେ ଭି.କେ ସିଂହ