ରାହୁଲଙ୍କ ସହ ପୋଲିସର ଦୁର୍ବ୍ୟବହାରକୁ ସଞ୍ଜୟ ରାଉତଙ୍କ ସମାଲୋଚନା: କହିଲେ, ଗଣତନ୍ତ୍ର ଉପରେ ଗଣଦୁଷ୍କର୍ମ

ମୁମ୍ୱାଇ: କଂଗ୍ରେସ ସାଂସଦ ତଥା ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ଉତ୍ତରପ୍ରଦେଶ ପୋଲିସର ଦୁର୍ବ୍ୟବହାର ଘଟଣାକୁ ସମାଲୋଚନା ସଞ୍ଜୟ ରାଉତ । ଶିବସେନାର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଶ୍ରୀ ରାଉତ କହିଛନ୍ତି ଯେ, ହାଥ୍‌ରସ୍ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରିବାକୁ ଯାଉଥିବା ବେଳେ ରାହୁଲ ଗାନ୍ଧୀଙ୍କ ସହ ପୋଲିସ ଯେଉଁ ଭଳି ଦୁର୍ବ୍ୟବହାର କରିଛି ତାକୁ ଦେଶରେ କେହିଁ ବି ସମର୍ଥନ କରିବେନାହିଁ । ରାହୁଲ ଗାନ୍ଧୀଙ୍କ ଗସ୍ତ ସମୟରେ ତାଙ୍କୁ ଯମୁନା ଏକ୍ସପ୍ରେସ ନିକଟରେ ପୋଲିସ ଦ୍ୱାରା ଅଟକା ଯାଇଥିଲା । ଆଉ ସେ ପିନ୍ଧିଥିବା ପୋଷାକର କଲର ଧରିବା ସହ ତାଙ୍କୁ ତଳେ ପକାଇଦେଇଥିଲା । ଦେଶର ଏକ ରାଜନୈତିକ ଦଳର ଶୀର୍ଷ ନେତାଙ୍କ ସହ ଏଭଳି ବ୍ୟବହାର ଗଣତନ୍ତ୍ର ସହ ଦୁଷ୍କର୍ମ । ଏହାର ମଧ୍ୟ ତଦନ୍ତ ହେବା ଆବଶ୍ୟକ  । ସେ ଆହୁରୀ କହିଛନ୍ତି ଯେ, ରାହୁଲ ଗାନ୍ଧୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନାତି ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପୁତ୍ର । ଉଭୟ ଦେଶ ପାଇଁ ବଳିଦାନ ଦେଇଛନ୍ତି । ଏ କଥାକୁ ଆମେ ଭୁଲିଯିବା ଉଚିତ୍ ନୁହେଁ ।

            ରାହୁଲ ଗାନ୍ଧୀଙ୍କ ସହିତ ହୋଇଥିବା ଦୁର୍ବ୍ୟବହାର ନେଇ ଦେଶବ୍ୟାପୀ ବିରୋଧ ଦେଖିବାକୁ ମିଳିଛି । ଓଡ଼ିଶା କଂଗ୍ରେସ ପକ୍ଷରୁ ମଧ୍ୟ ଏହାକୁ ତୀବ୍ର ନିନ୍ଦା କରାଯାଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କୁଶପୁତ୍ତଳିକା ଦାହ କରିବା ସହ ଆଗାମୀ ଦିନରେ କୌଣସି କେନ୍ଦ୍ର ମନ୍ତ୍ରୀଙ୍କୁ ଓଡ଼ିଶାରେ ପୂରାଇ ଦେବୁନି ବୋଲି ଚେତାବନୀ ଦେଇଛି ଦଳ ।

ଗ୍ରେଟର ନୋଏଡ଼ାରେ ରାହୁଲ, ପ୍ରିୟଙ୍କା ଗାନ୍ଧିଙ୍କ ସମେତ କଂଗ୍ରେସର ୨୦୩ ନେତାଙ୍କ ବିରୋଧରେ ଏତଲା

 

Leave a Reply

ନଜର ପକାନ୍ତୁ