spot_img

Latest Posts

ଆଜି ମେନ୍‌ ଇନ୍‌ ୟେଲୋକୁ ଭେଟିବ ରାଜସ୍ଥାନ ରୟାଲ୍ସ, ଏହି ଖେଳାଳିମାନଙ୍କୁ ମିଳିପାରେ ସୁଯୋଗ

ନନ୍ଦିଘୋଷ ବ୍ୟୁରୋ: କରୋନା କଟକଣାରେ ଆଇପିଏଲ ଆରମ୍ଭ ହେବା ପରେ ଏବେ ଚାଲିଛି ଦଳ ଦଳ ମଧ୍ୟ ଘମାଶାନ ଯୁଦ୍ଧ । ଜମୁଛି ଛକା ଚଉକାର ଆସର । ଫିଲ୍ଡରେ ଦର୍ଶକ ନଥିଲେ ମଧ୍ୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭରପୁର ଉପଭୋଗ କରୁଛନ୍ତି । ତେବେ ଆଇପିଏଲ୍‌ର ୧୩ ତମ ସିଜିନରେ ଆଜି ମୈଦାନକୁ ଓହ୍ଲାଇବେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରାଜସ୍ଥାନ ରୟାଲ୍ସ । ଏହି ଦୁଇଟି ଦଳ ଆଜି ହେବେ ମୁହାଁମୁହିଁ । ତେବେ ରୟାଲ୍ସ ଦଳର ଏହା ହେବ ପ୍ରଥମ ମ୍ୟାଚ୍‌ । କିନ୍ତୁ ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିବା ସହଜ ହେବ ନାହିଁ । ଭାରତୀୟ ସମୟ ସନ୍ଧ୍ୟା ୭.୩୦ ରୁ ଆରମ୍ଭ ହେବାକୁ ଥିବା ଶାରଜା କ୍ରିକେଟ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ ।

ରାଜସ୍ଥାନ ରୟାଲ୍ସର ପ୍ରଥମ ମ୍ୟାଚରେ ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ ପ୍ଲେଇଂ ୧୧ରେ ରହିବେ ନାହିଁ । କିନ୍ତୁ ପ୍ଲେଇଂ ୧୧ରେ ସ୍ମିଥଙ୍କ ଉପସ୍ଥିତିର ଅର୍ଥ ହେଉଛି ଦଳ ସହଜରେ ପରାଜୟ ସ୍ୱୀକାର କରିବା ନାହିଁ । ସ୍ମିଥ ଇଂଲଣ୍ଡ ଗସ୍ତରେ ଥିବା ବେଳେ ନେଟ୍ ଖେଳୁଥିବା ସମୟରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ଯେଉଁଥିପାଇଁ ସେ ODI ସିରିଜରେ ଖେଳିନଥିଲେ । ବର୍ତ୍ତମାନ ନିୟମ ଅନୁଯାୟୀ ସେ ‘କନେକସନ’ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଖେଳିବାକୁ ପ୍ରସ୍ତୁତ ଅଛନ୍ତି ।

ଆଇପିଏଲ୍ ରେକର୍ଡଗୁଡିକ ବିଷୟରେ କହିବାକୁ ଗଲେ, ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ  ମଧ୍ୟରେ ୨୧ ଟି ମ୍ୟାଚ୍ ହୋଇଛି । ସେଥିମଧ୍ୟରୁ ଚେନ୍ନାଇ ୧୪ ଟି ଜିତିଥିବାବେଳେ ରାଜସ୍ଥାନ ରୟାଲ୍ସ ୭ ଟି ମ୍ୟାଚ୍‌ ଜିତିଛି । ସେପଟେ ଫ୍ରାଞ୍ଚାଇଜ୍ ଦ୍ୱାରା ଜାରି ଏକ ବିବୃତ୍ତିରେ ସ୍ମିଥ୍ କହିଛନ୍ତି ଯେ ମୁଁ କିଛି ଦିନ ହେବ ଦୁବାଇରେ ଅଛି । ମୁଁ ବିଶ୍ରାମ କଲି ଏବଂ ଏଠାରେ ଦୌଡିଲି  । ଦ୍ରୁତ ଡାହାଣ-ବାମକୁ ଦୌଡ଼ିଲି ଯାହା ମୈଦାନକୁ ଫେରିବାର ନିୟମର ଏକ ଅଂଶ ଥିଲା । ସେ ଆହୁରି ମଧ୍ୟ କହିଛନ୍ତି କି ସେ ନେଟରେ ଅଭ୍ୟାସ କରିଛନ୍ତି । ଏବଂ ଆଶା କରିଛନ୍ତି ମ୍ୟାଚରେ ଭଲ ପ୍ରଦର୍ଶନ କରିବା ପାଇଁ ।

ରାଜସ୍ଥାନ ରୟାଲ୍ସର ସଫଳତା ବହୁ ପରିମାଣରେ ଯୁବ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଉପରେ ନିର୍ଭର କରିବ । ଅଣ୍ଡର -୧୯ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିବା ଯସଭି ଜୟସୱାଲଙ୍କୁ ଭେଟେରାନ ରବିନ୍ ଉଥାପାଙ୍କ ସହ ଖେଳିବାର ଦାୟିତ୍ୱ ଦିଆଯାଇପାରେ । ଦଳର ସବୁଠାରୁ ବିଶ୍ୱସ୍ତ ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ୍ ତିନି ନମ୍ବର ସ୍ଥାନରେ ଆଗୁଆ ପରିଚାଳନା କରିପାରିବେ । ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ରିୟାନ୍ ପରାଗଙ୍କୁ ରାଜସ୍ଥାନ ରୟାଲ୍ସ ସୁଯୋଗ ଦେଇପାରେ । ଏହା ବ୍ୟତୀତ ଶ୍ରେୟାସ ଗୋପାଲ, ଜୟଦେବ ଉନାଦକତ ଏବଂ ଆକାଶ ସିଂଙ୍କ ଭଳି ଭାରତୀୟ ଖେଳାଳି ପ୍ଲେଇଂ ୧୧ରେ ରହିପାରନ୍ତି ।

ଅନ୍ୟପକ୍ଷରେ ଚେନ୍ନାଇ ପ୍ରଥମ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ ପାଇଁ ଦ୍ୱୀତିୟ ମ୍ୟାଚ ଜିତିବା ପାଇଁ ବହୁତ ଆଶାବାଦୀ ରହିଛି । ଆଶା ଅନୁଯାୟୀ ଅମ୍ବାତି ରାୟୁଡୁ ଏବଂ ଫାଫ୍ ଡୁ ପ୍ଲେସି ପ୍ରଦର୍ଶନ କରିଥିଲେ ।  ସଫଳ ଆଇପିଏଲ୍ ବୋଲର ପୀୟୁଷ ଚାୱଲା ତାଙ୍କୁ କିଣିବା ପାଇଁ ଦଳ ପରିଚାଳନା ନିଷ୍ପତ୍ତିକୁ ଠିକ ପ୍ରମାଣ କରିଛନ୍ତି । ଯଦି ଦୀପକ ଚହର ପରବର୍ତ୍ତୀ ମ୍ୟାଚ୍‌ରେ ଖେଳନ୍ତି ନାହିଁ, ତା’ହେଲେ ତାଙ୍କର ବିକଳ୍ପ ଶାର୍ଦ୍ଦୁଲ ଠାକୁର ହେବ ।

ରାଜସ୍ଥାନ ରୟାଲ୍ସ: ଷ୍ଟିଭ୍ ସ୍ମିଥ୍ (କ୍ୟାପଟେନ୍), ଜୋସ୍ ବଟଲର୍, ରବିନ୍ ଉଥାପ୍ପା, ସଞ୍ଜୁ ସାମସନ, ଜୋଫ୍ରା ଆର୍ଚର, ଯଶସ୍ୱୀ ଜୟସୱାଲ, ମନନ ବୋହରା, କାର୍ତ୍ତିକ ତ୍ୟାଗି, ଆକାଶ ସିଂ, ଓଶେନ ଥୋମାସ, ଆଣ୍ଡ୍ରିୟୁ ଟାଇ, ଡେଭିଡ ମିଲର, ଟମ କୁରେନ, ଅନିରୁଦ ଯୋଶୀ, ଶ୍ରେୟାସ ଗୋପାଳ , ରିଆନ୍ ପାରାଗ, ବରୁଣ ଆରୋନ, ଶଶାଙ୍କ ସିଂ, ଅନୁଜ ରାୱତ, ମହିପାଲ ଲୋମର, ମୟଙ୍କ ମାର୍କଣ୍ଡେୟ ।

ଚେନ୍ନାଇ ସୁପର କିଙ୍ଗ୍ସ: ମହେନ୍ଦ୍ର ସିଂ ଧୋନି (ଅଧିନାୟକ), ମୁରଲୀ ବିଜୟ, ଅମ୍ବାତି ରାୟୁଡୁ, ଫାଫ ଡୁ ପ୍ଲେସି, ସେନ ୱାଟସନ, କେଦାର ଯାଦବ, ଡୱେନ ବ୍ରାଭୋ, ରବିନ୍ଦ୍ର ଜାଡେଜା, ଲୁଙ୍ଗି ନାଗିଡି, ଦୀପକ ଚହର, ପୀୟୁଷ ଚାୱଲା, ଇମ୍ରାନ ତାହିର, ମିଚେଲ ସେଣ୍ଟନର୍, ଜୋଶ ହାଜଲେଉଡ୍ , ଶାର୍ଦ୍ଦୁଲ ଠାକୁର, ସାମ୍ କୁରେନ୍, ଏନ ଜଗଦୀଶନ୍, କେଏମ୍ ଆସିଫ୍, ମୋନୁ କୁମାର, ଆର ସାଇ କିଶୋର, ରିତୁରାଜ ଗାଇକୱାଡ, କର୍ଣ୍ଣ ଶର୍ମା ।

Latest Posts

Don't Miss