ମାନୁନି ନେପାଳ, ଭାରତର ଏହି ଅଞ୍ଚଳରେ ଜନଗଣନା କରିବାକୁ ହେଉଛି ପ୍ରସ୍ତୁତ
1 min readନୂଆଦିଲ୍ଲୀ: ଭାରତ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବା ପରେ ବି କାର୍ଯ୍ୟକଳାପରୁ ହଟୁନି ନେପାଳ । ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପିୟାଧୁରା ଆଦି ଭାରତୀୟ କ୍ଷେତ୍ରକୁ ନିଜ ନକ୍ସାରେ ଦେଖାଇବା ପରେ ଏବେ ନେପାଳ ସରକାର ସେଠାରେ ଜନଗଣନା କରିବାକୁ ଆରମ୍ଭ କରି ଦେଇଛନ୍ତି ପ୍ରସ୍ତୁତି ।
କେପି ଶର୍ମା ଓଲିଙ୍କ ନେତୃତ୍ୱରେ ଥିବା ଓଲି ସରକାର ଆସନ୍ତା ବର୍ଷ ମେ ୨୮ ତାରିଖରୁ ୧୨ତମ ଜନଗଣନା ଆରମ୍ଭ ଆରମ୍ଭ କରିବାକୁ ଯାଉଛନ୍ତି । ଭାରତର ଏହି ଅଞ୍ଚଳରେ ମଧ୍ୟ ଜନଗଣନା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ନେପାଳ ।
ନେପାଳର ସ୍ଥାନୀୟ ସମ୍ବାଦପତ୍ର କାଠମାଣ୍ଡୁ ପୋଷ୍ଟ ଅନୁସାରେ, ଏଥିପାଇଁ ଓଲି ସରକାର ଯୋଜନା ମଧ୍ୟ ପ୍ରସ୍ତୁତ କରିଛନ୍ତି । ଏହି ବିବାଦୀୟ ଅଞ୍ଚଳରେ ନେପାଳ ଜନଗଣନା ସହ ଗୃହ ମଧ୍ୟ ଗଣନା କରିବ ।
ସୂଚନାଯୋଗ୍ୟ ଯେ, ନେପାଳ-ଭାରତ ସମ୍ପର୍କରେ ତିକ୍ତତା ଆସିବାର କାରଣ ହେଉଛି ଏହି ତିନି ଅଞ୍ଚଳ । ପ୍ରଥମେ ନେପାଳ ଏହି ତିନି ଅଞ୍ଚଳ ଉପରେ ନିଜ ଦାବି ଜାହିର କରିଥିଲା । ପରେ ସଂସଦରେ ଏହାର ନକ୍ସାକୁ ଅନୁମୋଦନ କରିଥିଲେ । ବିଶେଷଜ୍ଞଙ୍କ ଅନୁସାରେ ନେପାଳ, ଚୀନ ପ୍ରଭାବରେ ପଡ଼ି ଏଭଳି ଭାରତ ବିରୋଧୀ ପଦକ୍ଷେପ ନେଉଛି ।
କଳାପାଣି, ଲିପୁଲେଖ ଓ ଲିମ୍ପୟାଧୁରା ଆଦି ଅଞ୍ଚଳରେ ଜନଗଣନା କାମ ନେପାଳ ନ୍ୟାସନାଲ ପ୍ଲାନିଂ କମିଶନ କରିବାକୁ ଥିବାବେଳେ ସେଣ୍ଟ୍ରାସ୍ ବ୍ୟୁରୋ ଅଫ୍ ଷ୍ଟାଟିଷ୍ଟିକ୍ସକୁ ଭୟ ଅଛି କି ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଭାରତ ନାରାଜ ହୋଇପାରେ ।
ରିପୋର୍ଟ ମୁତାବକ, କେପି ଶର୍ମା ଓଲି ସରକାର ମଧ୍ୟ ଏହି କଥାକୁ ନେଇ ଚିନ୍ତିତ ଭାରତ ନାରାଜ ହେଲେ ଏହା ପରେ କଣ ପ୍ରତିକ୍ରିୟା ପ୍ରକାଶ ପାଇବ । ଏହି କାରଣରୁ ନେପାଳ ସରକାର ଏହା ଉପରେ ଖୋଲାଖୋଲି କିଛି କହୁନାହାଁନ୍ତି । ସୂଚନାଯୋଗ୍ୟ ଯେ ଭାରତ ଏବେ ଏବେ ନେପାଳକୁ ଏକ ଯୋଡ଼ା ଅତ୍ୟାଧୁନିକ ଟ୍ରେନ୍ ଦେଇଛି ।