spot_img

Latest Posts

ନୀଳଗିରି ବିଧାୟକଙ୍କ ଦାଦାଗିରି ଅଡିଓ ପ୍ରସଙ୍ଗ: ବିଧାୟକଙ୍କ ଅଜବ କୈଫତ୍, ସ୍ୱର ମୋର କିନ୍ତୁ ମୁଁ ନିଜକୁ ଗାଳି କରୁଥିଲି

ବାଲେଶ୍ୱର: ବିବାଦୀୟ ଅଡିଓ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ନୀଳଗରି ବିଧାୟକଙ୍କ ସୁକାନ୍ତ ନାୟକ । ଅଡିଓ ତାଙ୍କର ବୋଲି ସ୍ୱୀକାର କରିଛନ୍ତି ବିଜେପି ବିଧାୟକ ସୁକାନ୍ତ ନାୟକ । ସୂଚନାଯୋଗ୍ୟ ଯେ, ନନ୍ଦିଘୋଷ ଟିଭିରେ ଏହି ଅଡିଓ ଖବର ପ୍ରସାରିତ ହୋଇଥିଲା । ବିବାଦୀୟ ଅଡିଓରେ ବିଧାୟକ ନୀଳଗିରି ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଗାଳି କରୁଥିବାର ଶୁଣିବାକୁ ମିଳିଥିଲା । ତେବେ ଏବେ ଏହି ଅଡ଼ିଓ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଧାୟକ । ବିଧାୟକ ଅଡିଓରେ ଶୁଣା ଯାଉଥିବା ସ୍ୱର ତାଙ୍କର ବୋଲି କହିଛନ୍ତି । କିନ୍ତୁ ଏହା ସହ  ସଫେଇ ଦେଇଛନ୍ତି ଯେ  ଗାଳି ନୀଳଗିରି ବ୍ଲକ୍‌ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ନୁହେଁ, ବଂର ନିଜେ ନିଜକୁ  ଗାଳି ଦେଉଥିଲେ ।

ସାମ୍ବାଦିକ ସମ୍ମିଳନୀ କରି ଭାଇରାଲ ଅଡିଓ ତାଙ୍କର ବୋଲି ସେ ସ୍ୱୀକାର କରିଛନ୍ତି । ନୀଳଗିରି ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୀଲ ପଣ୍ଡାଙ୍କୁ ଦୁର୍ବ୍ୟବହାର ଓ ଧମକ ଚମକ ଦେଇଥିବା ନେଇ ବିଧାୟକଙ୍କ ନାଁରେ ଅଭିଯୋଗ ହୋଇଥିଲା । ଏହାର ଅଡିଓ ଭାଇରାଲ୍‌ ହୋଇଥିଲା । ଏଥିରେ କଥା ନଶୁଣିଲେ ମହଙ୍ଗା ପଡ଼ିବ ବୋଲି ଖୋଲା ଚେତାବନୀ ଦେଇଥିଲେ ବିଧାୟକ। ଖାଲି ସେତିକି ନୁହେଁ, ନିର୍ଦ୍ଦେଶ ଉଲ୍ଲଂଘନ କରି କାମ କରିବାକୁ ନୀଳଗିରି ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୀଲ ପଣ୍ଡାଙ୍କୁ ବିଧାୟକ କହୁଥିବା ଅଡିଓ ବି ସାମନାକୁ ଆସିଥିଲା ।

କେବଳ ଧମକ ନୁହଁ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ ମଧ୍ୟ କରିଥିଲେ । ବିଧାୟକ କହିଥିବା କଥାକୁ ନୀଳଗିରି ବ୍ଲକ ସହକାରୀ ଯନ୍ତ୍ରୀ ଶୁଣୁନଥିବାରୁ ଏଭଳି ଧମକ ସହ ଗାଳିଗୁଳଜ କରିଥିବା ଅଡିଓ ଭାଇରାଲ ହୋଇଥିଲା ।

ବିଧାୟକ ସହକାରୀ ଯନ୍ତ୍ରୀଙ୍କୁ ତାଙ୍କ କଥା ମହଙ୍ଗା ପଡିବ ବୋଲି ଧମକ ଦେଇଥିଲେ । ତେବେ ବିଧାୟକଙ୍କ କ୍ଷେତ୍ରରେ ଏମିତି ବିବାଦ ନୁଆ ନୁହେଁ ।  ଗତ କିଛି ଦିନ ପୂର୍ବରୁ ନୀଳଗିରିର ମହିଳା ତହସିଲଦାରଙ୍କୁ ଗାଳି ଗୁଲଜ କରିବା ସହ ଦୁର୍ବ୍ୟବହାର କରି ସେ ବିବାଦରେ ଛନ୍ଦି ହୋଇଥିଲେ ।

 

Latest Posts

Don't Miss