ରାତିରେ ୯ ଘଣ୍ଟା ଶୋଇବା ପାଇଁ ୧ ଲକ୍ଷ ଦେଉଛି ଏହି କମ୍ପାନୀ!
1 min readବାଙ୍ଗାଲୁରୁ: ଜଣେ ବ୍ୟକ୍ତି ଦିନକୁ ୭ରୁ ୮ ଘଣ୍ଟା ଶୋଇବା ଉଚିତ୍ । କିନ୍ତୁ ଆଜିକାଲି କାମର ଅତ୍ୟଧିକ ଚାପ ହେତୁ ଏଥିରେ ବାଧା ସୃଷ୍ଟି ହେଉଛି । କେହି କେହି ଅତ୍ୟଧିକ ସମୟ ମଧ୍ୟ ଶୋଇଥାନ୍ତି । କିନ୍ତୁ ଏହି ନିଦକୁ ନେଇ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବାସ୍ତବରେ ବାଙ୍ଗାଲୁରୁର ଏକ କମ୍ପାନୀ ‘ସ୍ଲିପ ଇଣ୍ଟର୍ନସିପ’ ନାମକ ଏକ ଯୋଜନା ଆରମ୍ଭ କରିଛି । ଯେଉଁଥିରେ ଜଣେ ବ୍ୟକ୍ତି ରାତିରେ ୯ ଘଣ୍ଟା ଶୋଇବା ପାଇଁ ସକ୍ଷମ ହୋଇଥିବ । ଯେଉଁଥିପାଇଁ କମ୍ପାନୀ ୧ ଲକ୍ଷ ଟଙ୍କା ପ୍ରଦାନ କରିବ ।
ଗଣମାଧ୍ୟମର ଖବର ଅନୁଯାୟୀ ଏହି କମ୍ପାନୀର ନାମ Wakefit । ୧ ଲକ୍ଷ ଟଙ୍କା ଦେବା ସହିତ ସ୍ଲିପ ଏକ୍ସପର୍ଟ, ଫିଟନେସ ଏକ୍ସପର୍ଟ, ଶୋଇବାର ମାନ ପରଖିବା ବ୍ୟକ୍ତି ଏବଂ ଜଣେ ନ୍ୟୁଟ୍ରିସନିଷ୍ଟ ମଧ୍ୟ ଦିଆଯିବ । କିନ୍ତୁ ଏଥିପାଇଁ ଏକ ଖାସ୍ ସର୍ତ୍ତ ରହିଛି । ଉକ୍ତ ବ୍ୟକ୍ତିକୁ ୧୦୦ ଦିନ ପର୍ଯ୍ୟନ୍ତ ୯ ଘଣ୍ଟା ଲେଖାଏଁ ଶୋଇବାକୁ ପଡ଼ିବ ।
କେଉଁମାନେ ଏଥିରେ ଭାଗ ନେଇପାରିବେ:
- ପ୍ରଥମେ ବ୍ୟକ୍ତି ଜଣକ କୌଣସି ବିଷୟରେ ଡିଗ୍ରୀ ହାସଲ କରିଥିବ ।
- ଲେକଚର ସମୟରେ ନିଦ ଆସୁଥିବ ।
- ଶୋଇବାକୁ ଯିବାର ମାତ୍ର ୧୦ରୁ ୨୦ ମିନିଟ ମଧ୍ୟରେ ନିଦ ହେବା ଉଚିତ୍ ।
- କୋଳାହଳରେ ମଧ୍ୟ ଶୋଇବାର ଅଭ୍ୟାସ ଥିବ ।
- ସୋସିଆଲ ମିଡିଆରେ କମ ସକ୍ରିୟ ଥିବ ।
- ମେଡିଟେସନ ସ୍ଲିପ ଟେକନିକରେ ଶୋଇବାର ଅଭ୍ୟାସ ଥିବ ।
- ଅନଲାଇନ ତଥ୍ୟରେ କମ୍ ଆଗ୍ରହ ଥିବ । ଯଦି ଆପଣ ଏହି ସମସ୍ତ ଗୁଣର ଅଧିକାରୀ ତେବେ ଉକ୍ତ ପ୍ରତିଯୋଗୀତାରେ ସାମିଲ ହୋଇପାରିବେ ।
ଏହା ପ୍ରଥମ ଥର ନୁହେଁ, ଯେତେବେଳେ ଏହି କମ୍ପାନୀ ଏହିଭଳି କାର୍ଯ୍ୟକ୍ରମ ଆଣିଛି । ଏହା ପୂର୍ବରୁ ମଧ୍ୟ ଏହି କାର୍ଯ୍ୟକ୍ରମ ପାଇଁ ୧.୭ ଲକ୍ଷ ଲୋକ ପଞ୍ଜିକରଣ କରିଥିଲେ । କମ୍ପାନୀ ଦ୍ୱାରା ୨୩ ଜଣ ସିଲେକ୍ଟ ହୋଇଥିଲେ ।