spot_img

Latest Posts

ଲଣ୍ଡନରେ ନିର୍ମାଣ ହେବ ଜଗନ୍ନାଥ ମନ୍ଦିର…

ଭୁବନେଶ୍ୱର: ଓଡ଼ିଶାର ଜଗନ୍ନାଥ ମନ୍ଦିର ବିଶ୍ୱ ପ୍ରସିଦ୍ଧ  । ଓଡ଼ିଶା ବ୍ୟତୀତ ବିଦେଶରେ ମଧ୍ୟ ରଥଯାତ୍ରା ଖୁବ ଧୁମଧାମରେ ପାଳନ ହୁଏ । ଏବେ କିନ୍ତୁ ବିଦେଶରେ ମଧ୍ୟ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ କରାଯିବ । ୪ ମିଲିୟନ ୟୁରୋପୀୟ ଡଲାର ଖର୍ଚ୍ଚ କରି ନିର୍ମାଣ ହେବ ଜଗନ୍ନାଥ ମନ୍ଦିର । ୨୦୨୪ ବେଳକୁ ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ଶେଷ ହୋଇଯିବ । ଓଡ଼ିଶା ସୋସାଇଟି ଅଫ ୟୁକେରେ ୪୧ ତମ ବାର୍ଷିକ ଅଧିବେଶନରେ ୟୁକେରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ଗଠିତ ’ଜଗନ୍ନାଥ ଟେମ୍ପଲ ଟ୍ରଷ୍ଟ ୟୁକେ’ ତରଫରୁ ଏହି ପ୍ରସ୍ତାବ ଦିଆଯାଇଛି ।

ଅନଲାଇନ ହୋଇଥିବା ଏହି ଅଧିବେଶନରେ ଓଡ଼ିଶାର ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏବଂ ବିଧାନସଭାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ,ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ସାଂସଦ ଅଚ୍ୟୁତ ସାମନ୍ତ,ସୁଜିତ କୁମାର, ଡାକ୍ତର ଅମର ପଟ୍ଟନାୟକ, ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା,ଏଆଇସିସି ସାଧାରଣ ସମ୍ପାଦକ ରାମଚନ୍ଦ୍ର ଖୁଣ୍ଟିଆ, ପ୍ରସନ୍ନ ପାଟଶାଣୀ,ରଞ୍ଜୀବ ବିଶ୍ୱାଳ,ପଦ୍ମଶ୍ରୀ ହଳଧର ନାଗ,ଚନ୍ଦ୍ରଭାନୁ ଶତପଥି, କେରଳ ପୋଲିସର ଡିଜି ଲୋକନାଥ ବେହେରା ପ୍ରମୁଖ ସାମିଲ ହୋଇ ମନ୍ଦିର ନିର୍ମାଣ ପାଇଁ ସହଯୋଗ କରିବା ପାଇଁ ଆାଶ୍ୱସନା ଦେଇଛନ୍ତି । ଏହି ଅବସରରେ ଟ୍ରଷ୍ଟ ତରଫରୁ ଅର୍ଥ ଏକତ୍ର କରିବା ପାଇଁ ନିବେଦନ କରାଯାଇଛି ।

Latest Posts

Don't Miss