‘ସଡ଼କ ପଥେ ପର୍ଯ୍ୟଟନ’ ଯୋଜନା : ‘ ନୂଆ ଅନୁଭୂତି ଦେବ, ପର୍ଯ୍ୟଟକଙ୍କ ମାତ୍ରା ବଢିବ ‘
ଭୁବନେଶ୍ୱର : ପର୍ଯ୍ୟଟନ ବିଭାଗ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଲା । କରୋନା ବେଳେ ଦେଶ ସମେତ ରାଜ୍ୟର ପର୍ଯ୍ୟଟନ ଶିଳ୍ପ ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ଓଡ଼ିଶାକୁ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ବହୁ ସଂଖ୍ୟକ ଯାତ୍ରୀ ଆସନ୍ତି । ତେବେ ଏବେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ସଡକ ପଥରେ ଓଡ଼ିଶା ଆଗମନକୁ ସହଜ କରିଛନ୍ତି । ସୂଚନା ଅନୁଯାୟୀ, ରାଜ୍ୟର ୨୦ଟି ଅଭୟାରଣ୍ୟ ପାର୍ଶ୍ୱରେ ଥିବା ସବୁଜିମା ପରିବେଶ ସହିତ ମହାନଦୀ, ବାହ୍ମଣୀ ଏବଂ ବୈତରଣୀର ଅବବାହିକା ପର୍ଯ୍ୟଟକଙ୍କୁ ନୂଆ ଅନୁଭୂତି ପ୍ରଦାନ କରିବ । ପର୍ଯ୍ୟଟକମାନେ ସମୁଦ୍ରକୂଳ, ଜଙ୍ଗଲ, ପାହାଡ, ଆଦିବାସୀ ଅଞ୍ଚଳ, ଦୁଃସାହସିକ ପର୍ଯ୍ୟଟନ, ପାରମ୍ପରିକ ସ୍ଥାନ, ହସ୍ତଶିଳ୍ପ, ଅବସର ବିନୋଦନ ସ୍ଥାନ, ବନ୍ୟଜନ୍ତୁ ଆଦି ଦେଖିବାର ମଜା ଉଠାଇ ପାରିବେ ।
ପର୍ଯ୍ୟଟକମାନେ ସମୁଦ୍ରକୂଳ, ଜଙ୍ଗଲ, ପାହାଡ, ଆଦିବାସୀ ଅଞ୍ଚଳ, ଦୁଃସାହସିକ ପର୍ଯ୍ୟଟନ, ପାରମ୍ପରିକ ସ୍ଥାନ, ହସ୍ତଶିଳ୍ପ, ଅବସର ବିନୋଦନ ସ୍ଥାନ, ବନ୍ୟଜନ୍ତୁ ଆଦି ଦେଖିବାର ମଜା ଉଠାଇ ପାରିବେ । ଏହି ନୂତନ ଯୋଜନା ସଂକ୍ରାନ୍ତରେ ପର୍ଯ୍ୟଟନ ବିଭାଗ ବିଶେଷଜ୍ଞ, ବରିଷ୍ଠ ଅଧିକାରୀ ଓ ଟୁର୍ ଅପରେଟରମାନଙ୍କ ସହିତ ବିଭନ୍ନ ପର୍ଯ୍ୟାୟରେ ଆଲୋଚନା ଆରମ୍ଭ କରିଛି ବୋଲି ସଚିନ ରାମଚନ୍ଦ୍ର ଯାଦବ, ନିର୍ଦ୍ଦେଶକ, ପର୍ଯ୍ୟଟନ ବିଭାଗ କହିଛନ୍ତି । ଘରୋଇ ଟ୍ରାଭେଲ ସଂସ୍ଥା ଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗାଲୁରୁରେ କରିଥିବା ସର୍ଭେକ୍ଷଣରେ ୮୧ ପ୍ରତିଶତ ବ୍ୟକ୍ତି କରୋନା ସମୟରେ ଯାତ୍ରା ସୁଯୋଗ ହରାଉଥିବା କହିଛନ୍ତି ।
୮୬ ପ୍ରତିଶତ ଦେଶ ଭିତରେ ପର୍ଯ୍ୟଟନ ବ୍ୟବସ୍ଥା ଆରମ୍ଭ ସପକ୍ଷରେ ମତ ରଖିଛନ୍ତି । ସଡକ ପଥରେ ପର୍ଯ୍ୟଟନ ଆରମ୍ଭ ହେଲେ ଓଡିଶା ପର୍ଯ୍ୟଟନ ଏ କ୍ଷେତ୍ରରେ ମଡେଲ ଭାବେ କାର୍ଯ୍ୟ କରିବ । ଏଭଳି ଅଭିନବ ଯୋଜନା ରାଜ୍ୟ ପର୍ଯ୍ୟଟନ ଶିଳ୍ପକୁ ନୂଆ ରୂପ ଦେବା ସହିତ ନିଯୁକ୍ତି ସୁଯୋଗ ଓ ରାଜସ୍ୱ ବୃଦ୍ଧିରେ ସହାୟକ ହୋଇପାରିବ ବୋଲି ବିଶେଷଜ୍ଞ ଆଶା ପ୍ରକାଶ କରିଛନ୍ତି । ସେହିଭଳି ସରକାର ସ୍ୱତନ୍ତ୍ର ପୋର୍ଟାଲ ମାଧ୍ୟମରେ ପ୍ରର୍ଯ୍ୟଟକଙ୍କୁ ରାଜ୍ୟକୁ ଆକୃଷ୍ଟ କରିବା ପାଇଁ ପଦକ୍ଷେପ ନେବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।