ନୂଆ ଶିକ୍ଷାନୀତି କେବଳ ସର୍କ୍ୟୁଲାର ନୁହେଁ,ଏହା ଦେଶର ନିଅଁ : ପ୍ରଧାନମନ୍ତ୍ରୀ
1 min readନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ଦେଶର ନୂଆ ଜାତୀୟ ଶିକ୍ଷାନୀତି ଉପରେ ନିଜ ମତ ରଖିଛନ୍ତି । ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏକ ସଭାକୁ ସମ୍ଭୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହା କେବଳ ଏକ ସର୍କ୍ୟୁଲାର ନୁହେଁ ,ଏହା ହେଉଛି ଦେଶର ମୁଳଦୁଆ । ତିନି ଚାରି ବର୍ଷର ବିଚାର ମନ୍ଥନ ପରେ ନୂଆ ଶିକ୍ଷାନୀତିକୁ ଅଣା ଯାଇଛି । ଆଜି ସବୁ ବିଚାରଧାରାର ଲୋକ ଏହାକୁ ନେଇ ଆଲୋଚନା କରୁଛନ୍ତି । ଆଜି କେହି ମଧ୍ୟ ଏହାକୁ ବିରୋଧ କରୁନାହାନ୍ତି କାରଣ ଏଥିରେ କିଛି ମଧ୍ୟ ଏକତରଫା ନାହିଁ । ଏବେ ଲୋକ ଭାବୁଛନ୍ତି ଯେ,ଏତେବଡ ସୁଧାରକୁ କେମିତି ଲାଗୁ କରାଯିବ ?
ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ସୁଧାରକୁ ତୃଣମୁଳ ସ୍ତରରେ ଲାଗୁ କରିବା ପାଇଁ ଯାହା କରିବା ଆବଶ୍ୟକ ତାକୁ କରାଯିବ । ପିଏମ୍ କହିଛନ୍ତି ଯେ, ଆପଣଙ୍କୁ ଏଥିପାଇଁ ଯାହା ସବୁ ସାହାଯ୍ୟ ଆବଶ୍ୟକ ତାହା କରିବାକୁ ମୁଁ ଆପଣଙ୍କ ସହ ରହିଛି । ଦେଶର ଲକ୍ଷ୍ୟକୁ ଧ୍ୟାନରେ ରଖି ନୂତନ ଶିକ୍ଷନୀତି ପ୍ରଣୟନ କରାଯାଇଛି । ଯେମିତିକି ଭବିଷ୍ୟତର ପୀଢିକୁ ପ୍ରସ୍ତୁତ କରାଯିବ । ଏହି ନୀତି ନୂଆ ଭାରତର ମୁଳଦୂଆ ରଖିବ । ଭାରତକୁ ଶକ୍ତିଶାଳୀ କରିବା ପାଇଁ ଏହାର ନାଗରିକଙ୍କ ଶସକ୍ତିକରଣ ଲାଗି ଉତ୍ତମ ଶିକ୍ଷାନୀତିର ଆବଶ୍ୟକତା ରହିଛି ।
ଏଥର ମିଳିବ ସୃଜନାତ୍ମକ ଶିକ୍ଷା
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ଯେତେବେଳେ ନର୍ସରି ପିଲା ନୂଆ ଟେକନିକ୍ ବାବଦରେ ପଢିବ ସେତେବେଳେ ଭବିଷ୍ୟର ପ୍ରସ୍ତୁତି ସହଜ ହେବ । ଅନେକ ବର୍ଷ ଧରି ଶିକ୍ଷାନୀତିରେ ପରିବର୍ତ୍ତନ ହୋଇନଥିଲା ତେଣୁ ସମାଜରେ ମେଣ୍ଢାଚାଲି(ଅନୂସରଣ)କୁ ପ୍ରୋତ୍ସାହନା ମିଳିଥିଲା । କେବେ ଡାକ୍ତର,ଇଂଜିନିୟର ହେବା ପାଇଁ ପ୍ରତିଯୋଗିତା ହେଉଥିଲା ।ଏବେ ପିଲା କ୍ରିଏଟିଭ୍ ବିଚାରକୁ ଆଗକୁ ବଢାଇବେ । ଏବେ କେବଳ ପାଠପଢା ନୁହେଁ ୱାର୍କିଂ କଲଚର ମଧ୍ୟ ସୃଷ୍ଟି କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
At 11 AM on Friday, 7th August, I would be addressing the ‘Conclave on Transformational Reforms in Higher Education under National Education Policy.’
This conclave will emphasise on how the changes in India’s education sector will benefit youngsters. https://t.co/JkYXosI7WF
— Narendra Modi (@narendramodi) August 6, 2020
ମାତୃଭାଷା ଉପରେ ଗୁରୁତ୍ୱ
ନୂଆ ଶିକ୍ଷାନୀତିରେ ମାତୃଭାଷା ଉପରେ ଗୁରୁତ୍ୱ ଦିଆଯିବାର କାରଣ ବାବଦରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ,ଏବେ ପିଲା ଘରେ ଯେଉଁ ଭାଷାରେ କଥା ହୁଅନ୍ତି ସେହି ଭାଷାରେ ଶିକ୍ଷାଲାଭ କରିବେ । ଯେମିତିକି ପିଲାଙ୍କ ପକ୍ଷରେ ଶିକ୍ଷାଲାଭ ସହଜ ହୋଇପାରିବ । ଏବେ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଏହି ସୁବିଧା ମିଳିବ । ଏପର୍ଯ୍ୟନ୍ତ ଶିକ୍ଷାନୀତି ୱାଟ୍ ଟୁ ଥିଙ୍କ୍ ଉପରେ ଆଧାରିତ ଥିଲା । ଏବେ ଆମେ ହାଓ ଟୁ ଥିଙ୍କ୍ ଉପରେ ଜୋର ଦେବୁ । ଆଜି ପିଲାଙ୍କୁ ଏହି ମୌକା ମିଳିବା ଆବଶ୍ୟକ ଯେ,ସେମାନେ ନିଜ କୋର୍ସ ଉପରେ ଫୋକସ କରିପାରିବେ । ଗୋଟିଏ କୋର୍ସରେ ଯଦି ମନ ନଲାଗେ ତେବେ ସେମାନେ କେବେ ମଧ୍ୟ ସେହି କୋର୍ସରୁ ବାହାରି ପାରିବେ ଓ ନୂଆ କୋର୍ସ ନେଇ ପାରିବେ ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଆଜିର ସମୟରେ ଜଣେ ବ୍ୟକ୍ତି ଗୋଟିଏ ପ୍ରଫେସନରେ ରହିନଥାନ୍ତି । ଏମିତିରେ ତାଙ୍କୁ କ୍ରମାଗତ ଭାବେ କିଛି ନୂଆ ଶିଖିବାର ଅବସର ମିଳିବା ଆବଶ୍ୟକତା ରହିଛି । ଦେଶରେ ଛୋ଼ଟ ବଡର ହୀନ ଭାବନା କାହିଁକି ଉତ୍ପନ ହେଲା । ଆଜି ପିଲିଙ୍କ ପକ୍ଷରେ ଦେଶର ବାସ୍ତବିକତା ଜାଣିବାର ସମୟ ଆସିଥି । ସେମାନଙ୍କୁ ବାସ୍ତବିକତା ଜାଣିବା ପାଇଁ ସୁଯୋଗ ମିଳିବା ଆବଶ୍ୟକ ।
ପ୍ରଧାନମନ୍ତ୍ରୀ Conclave on Transformational Reforms in Higher Education under National Education Policy କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ।