spot_img

Latest Posts

କେନ୍ଦୁଝରରେ ରକ୍ତଦାନ ଜୀବନ ବିନ୍ଦୁ ଶିବିର, ଶିବିର ଉଦଘାଟନ କଲେ ସାଂସଦ ଚନ୍ଦ୍ରାଣୀ ମୁର୍ମୁ

କେନ୍ଦୁଝର: କେନ୍ଦୁଝର ଠାରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜିତ ହୋଇଛି ।  କେନ୍ଦୁଝର ପୁରୁଣା ସହରସ୍ଥିତ ଇଲେଭେନ ବୁଲେଟ କ୍ଲବ ପରିସରରେ ଆୟୋଜିତ ଏହି ରକ୍ତଦାନ ଶିବିର କୁ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଉଦଘାଟନ କରିଥିଲେ । ଗନ୍ଧମାର୍ଦ୍ଦନ ଲୋଡିଙ୍ଗ ଏଜେନ୍ସି ଓ ଇଲେଭେନ ବୁଲେଟ କ୍ଲବ ସହାୟତରେ ଆୟୋଜିତ ଏହି  ରକ୍ତଦାନ ଶିବିର ରେ ୩୮ ୟୁନିଟ ରକ୍ତ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି ।

କରୋନା ସମୟରେ ଜିଲ୍ଲାରେ ରକ୍ତର ଅଭାବ ପୂରଣ କେନ୍ଦ୍ରକରି ଆଗାମୀ ଦିନରେ ଶିବିର ମାଧ୍ୟମରେ ରକ୍ତଦାନ କରିବା ପାଇଁ ଆୟୋଜକ ମାନଙ୍କ ତରଫରୁ ଗୁରୁତ୍ୱାରୋପ କରାଯାଇଛି । କାର୍ଯ୍ୟକ୍ରମ ରେ ପାଟଣା ବିଧାୟକ ଜଗନ୍ନାଥ ନାୟକ, ବିଜେଡି ରାଜ୍ୟ ସମ୍ପାଦକ ଆଶିଷ ଚକ୍ରବର୍ତ୍ତୀ, ଜିଲ୍ଲା ବିଜେଡି ସଭାପତି ମାଧବ ସର୍ଦାର ଅନ୍ୟମାନଙ୍କ ମଧ୍ୟରେ ଗନ୍ଧମାର୍ଦ୍ଦନ ଲୋଡିଙ୍ଗ ଏଜେନ୍ସିର ସମ୍ପାଦକ ତଥା ଯୁବ ସମାଜସେବୀ ଅଞ୍ଜନ କୁମାର ବେଜଙ୍କ ସମେତ ବହୁ  ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ଅବସରରେ ଜିଲ୍ଲାର ୧୪ ଜଣ କରୋନା ଯୋଦ୍ଧାଙ୍କୁ ସମ୍ମାନୀତ କରାଯାଇଥିଲା ।

(କେନ୍ଦୁଝରରୁ ମାନସ ରଞ୍ଜନ ତ୍ରିପାଠୀ)

Latest Posts

Don't Miss