ରାଜ୍ୟରେ ଆଉ ୬୮୭ କରୋନା ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
1 min readଭୁବନେଶ୍ୱର: ରାଜ୍ୟରେ ଆଉ ୬୮୭ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସମସ୍ତ ସୁସ୍ଥ ବ୍ୟକ୍ତିଙ୍କୁ ମେଡିକାଲରୁ ଡିସ୍ଚାର୍ଜ କରାଯାଇଛି । ତେବେ ରାଜ୍ୟରେ ଗୋଟିଏ ପଟେ କରୋନା ସଂକ୍ରମଣ ବଢ଼ିଚାଲିଥିବା ବେଳେ ପ୍ରତ୍ୟେକ ଦିନ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢ଼ଛି । ଏହି କାରଣରୁ ରାଜ୍ୟବାସୀ ଟିକେ ଆଶ୍ୱସ୍ତି ହେଉଛନ୍ତି । ତେବେ ୬୮୭ ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏବେ ୧୮୦୬୦ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
Another 687 #COVID19 patients have recovered and are being discharged on 28.7.2020.
307 from Ganjam
59 from Jagatsinghpur
52 from Bhadrak
35 from Nayagarh
30 from Jharsuguda
25 from Jajpur
24 from Cuttack
23 from Gajapati
18 from Malkangiri
17 from Koraput— H & FW Dept Odisha (@HFWOdisha) July 28, 2020
ନୂଆ ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୩୦୭ ଜଣ ଥିବା ବେଳେ ଜଗତସିଂହପୁରର ୫୯ ଜଣ, ଭଦ୍ରକର ୫୨ ଜଣ, ନୟାଗଡ଼ର ୩୫ ଜଣ, ଝାରସୁଗୁଡ଼ାର ୩୦ ଜଣ, ଯାଜପୁରର ୨୫ ଜଣ, କଟକର ୨୪ ଜଣ, ଗଜପତିରୁ ୨୩, ମାଲକାନଗିରିରୁ ୧୮, କୋରାପୁଟରୁ ୧୭, କନ୍ଧମାଳରୁ ୧୬ ଜଣ, କେନ୍ଦୁଝରରୁ ୧୪, ବରଗଡ଼ରୁ ୧୨ ଜଣ ସୁସ୍ଥ ହୋଇଥିବା ବେଳେ ବାଲେଶ୍ୱର-କେନ୍ଦ୍ରାପଡ଼ା ଓ ସମ୍ବଲପୁରରୁ ୧୧ ଜଣ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
16 from Kandhamal
14 from Keonjhar
12 from Baragarh
11 each from Balasore, Kendrapara & Sambalpur
10 from Rayagada
5 from Angul
3 from Nabarangpur
2 from Kalahandi
1 each from Bolangir & SundergarhThe total recovered cases of #Odisha now stand at 18060.
— H & FW Dept Odisha (@HFWOdisha) July 28, 2020
ସେହିଭଳି ରାୟଗଡ଼ାରୁ ୧୦ ଜଣ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରୁ ୫ ଜଣ, ନବରଙ୍ଗପୁରରୁ ୩ ଜଣ, କଳାହାଣ୍ଡିରୁ ଦୁଇ ଜଣ, ବଲାଙ୍ଗିର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।