spot_img

Latest Posts

ଭାରତରେ ମାତ୍ର ୧୦୦୦ ଟଙ୍କାରେ ମିଳିବ ଅକ୍ସଫୋର୍ଡର କରୋନା ଭ୍ୟାକସିନ୍

ନୂଆଦିଲ୍ଲୀ: ମାନବ ଏବଂ କରୋନା ମଧ୍ୟରେ ଚାଲିଥିବା ଏହି ଯୁଦ୍ଧରେ ଭ୍ୟାକସିନ ଉପରେ ସମଗ୍ର ବିଶ୍ୱ ଧ୍ୟାନ ଦେଇଛି । ଯେପର୍ଯ୍ୟନ୍ତ କରୋନା ଭ୍ୟାକସିନ ପ୍ରସ୍ତୁତ ନହୋଇଛି, କରୋନା ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ସମ୍ଭବ ନୁହେଁ । ଏଭଳି ପରିସ୍ଥିତିରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଏକ ଖୁସି ଖବର ଆସିଛି । କରୋନା ଭ୍ୟାକସିନ ଉପରେ ମାନବ ପରୀକ୍ଷଣ ଚାଲିଛି ଏବଂ ପରୀକ୍ଷଣରେ ଭଲ ଫଳାଫଳ ବାହାରିଛି । ତେବେ ଅକ୍ସଫୋର୍ଡ ୟୁନିଭରସିଟିର ଭ୍ୟାକସିନ ଭାରତରେ ମଧ୍ୟ ଉତ୍ପାଦିତ ହେବ ।

ଅକ୍ସଫୋର୍ଡ ଭ୍ୟାକ୍ସିନ ଗ୍ରୁପର ନିର୍ଦ୍ଦେଶକ ଆଣ୍ଡ୍ରିୟୁ ଜେ ପୋଲାର୍ଡ କହିଛନ୍ତି ଯେ, ଆଣ୍ଟିବଡି ପ୍ରତିକ୍ରିୟା ଦ୍ୱାରା ଜାଣିହେଉଛି ଯେ ଏହି ଟିକା ବହୁତ ପ୍ରଭାବଶାଳୀ । ସେ କହିଛନ୍ତି ଯେ ପରୀକ୍ଷଣର ସଫଳତା ସତ୍ତ୍ୱେ ବର୍ତ୍ତମାନ ଆମକୁ ପ୍ରମାଣ ଦରକାର ଯେ ଏହି ଟିକା କରୋନା ଜୀବାଣୁକୁ ରୋକିପାରିବ । ପୋଲାର୍ଡ କହିଛନ୍ତି ଯେ ବର୍ତ୍ତମାନ ଏହି ଭ୍ୟାକସିନ ପରୀକ୍ଷା ବିଭିନ୍ନ ଲୋକଙ୍କ ଉପରେ କରାଯିବ ଏବଂ ଏହାର ପ୍ରଭାବ ଅନ୍ୟ ଲୋକଙ୍କ ଉପରେ ପଡିବ କି ନାହିଁ ତାହା ଆକଳନ କରାଯିବ ।

ସେ କହିଛନ୍ତି ଯେ କୋଭିଡ ମହାମାରୀ ସମୟରେ ଭ୍ୟାକସିନ ତିଆରି କରିବା ଏବଂ ଏହାକୁ ସମଗ୍ର ବିଶ୍ୱରେ ଯୋଗାଇବା ଏକ ବଡ ଆହ୍ୱାନ ହେବ। ଆମେରିକା ଏବଂ ଚାଇନାରେ ମଧ୍ୟ ଭ୍ୟାକସିନ ଯୋଗାଇବାର କାମ ଚାଲିଛି।

ହୋଇପାରେ କି ସାଇଡ ଇଭେକ୍ଟ ?

ଯେତେବେଳେ ଆଣ୍ଡ୍ରିୟୁ ପୋଲାର୍ଡଙ୍କୁ ପଚରାଯାଇଥିଲା କି କୋଭିଡ ଭ୍ୟାକସିନର କୌଣସି ଦୀର୍ଘକାଳୀନ ପାର୍ଶ୍ୱ ପ୍ରତିକ୍ରିୟା କରିବ କି ? ଏହାର ଉତ୍ତରରେ ପୋଲାର୍ଡ କହିଛନ୍ତି ଯେ ଭ୍ୟାକସିନ ତିଆରି କରିବାର କୌଣସି ସର୍ଟକଟ୍ ଉପାୟ ନାହିଁ । କ୍ଲିନିକାଲ ଟ୍ରାୟଲ ଏବେ ବି ସେହି ପ୍ରକ୍ରିୟାରେ କରାଯାଉଛି ।  ତେଣୁ ଗୁଣବତ୍ତା ଉପରେ କୌଣସି ପ୍ରଭାବ ପକାଇବାର ପ୍ରଶ୍ନ ନାହିଁ । ସେ କହିଛନ୍ତି ଯେ ଆମ ପାଖରେ ଦୀର୍ଘକାଳୀନ ତଥ୍ୟ ଉପଲବ୍ଧ ନାହିଁ । ଆମେ କେବଳ ଏହାର ଲାଭ ଉଠାଇ ପାରିବା କି ଆମେ ମାନେ ପୂର୍ବରୁ ମଧ୍ୟ ଏହି ଭଳି ଭ୍ୟାକସିନ ବ୍ୟବହାର କରିଛୁ ।

ଅନ୍ୟପଟେ ଭାରତରେ ଏହି ଭ୍ୟାକସିନ ପ୍ରସ୍ତୁତ କରିବାକୁ ଯାଉଥିବା ପୁଣେ ସ୍ଥିତ ସୀରମ ଇଷ୍ଟିଟ୍ୟୁଟ ଅଫ୍ ଇଣ୍ଡିଆର ସିଇଓ ଅଦାର ପୁନାୱାଲା କହିଛନ୍ତି ଯେ, ଆମେ ବ୍ୟାପକ ପରିମାଣରେ ଭ୍ୟକସିନ ପ୍ରସ୍ତୁତ କରିବାକୁ ଯାଉଛୁ ଏବଂ ଏହି ସପ୍ତାହରେ ଆମେ ଭ୍ୟାକସିନ ପାଇଁ ଅନୁମତି ନେବାକୁ ଯାଉଛୁ । ପୁନାୱାଲା କହିଛନ୍ତି ଯେ, ଡିସେମ୍ବର ସୁଦ୍ଧା ଅକ୍ସଫୋର୍ଡ ଭ୍ୟାକସିନ Covishieldର ୩୦୦-୪୦୦ ମିଲିୟନ ଡୋସ ପ୍ରସ୍ତୁତ କରିବାରେ ଆମେ ସଫଳ ହେବା ।

ମାତ୍ର ୧୦୦୦ ହୋଇପାରେ ଭ୍ୟକସିନର ମୂଲ୍ୟ- ପୁନାୱାଲା

ଟୀକାକରଣର ମୂଲ୍ୟ ବିଷୟରେ ସେ କହିଛନ୍ତି ଯେ ଏହି ସମୟରେ ସମଗ୍ର ବିଶ୍ୱ କୋଭିଡ ସହ ସଂଘର୍ଷ କରୁଥିବାରୁ ଆମେ ଏହାର ମୂଲ୍ୟ ସର୍ବନିମ୍ନ ସ୍ତରରେ ରଖିବୁ। ପ୍ରାରମ୍ଭରେ, ଏଥିରେ କୌଣସି ଲାଭ ନିଆଯିବ ନାହିଁ । ସେ କହିଛନ୍ତି ଯେ ଭାରତରେ ଏହାର ମୂଲ୍ୟ ପ୍ରାୟ ୧୦୦୦ ଟଙ୍କା କିମ୍ବା ତା’ଠାରୁ କମ୍ ହୋଇପାରେ। ସମଗ୍ର ବିଶ୍ୱ କରୋନା ସଙ୍କଟ ଦେଇ ଗତି କରୁଛି। ତେଣୁ ଟିକା ପାଇଁ ଚାହିଦା ବହୁତ ଅଧିକ ହେବ । ଏଭଳି ପରିସ୍ଥିତିରେ ଏହାର ଉତ୍ପାଦନ ଏବଂ ବଣ୍ଟନ ପାଇଁ ଆମକୁ ସରକାରୀ ଯନ୍ତ୍ରପାତି ଆବଶ୍ୟକ ପଡ଼ିବ ।

ପୁନାୱାଲା କହିଛନ୍ତି ଯେ, ଏହା ପୂର୍ବରୁ ଭ୍ୟକସିନ ପ୍ରସ୍ତୁତ କରିବା ପାଇଁ ଏତେ ପରିଶ୍ରମ କରିବାକୁ ପଡି ନଥିଲା । କରୋନା ଟିକା ହେତୁ ଆମେ ଅନେକ ଉତ୍ପାଦ ପ୍ରତି ଧ୍ୟାନ ଦେବାକୁ ଅସମର୍ଥ । କରୋନା ମହାମାରୀର ବଢ଼ୁଥିବା ସଙ୍କଟକୁ ଦେଖିଲେ ଦେଖାଯାଏ ଯେ ଆସନ୍ତା ଦୁଇ-ତିନି ବର୍ଷ ପାଇଁ ଏହି ଟିକା ଉପରେ ଧ୍ୟାନ ଦେବାକୁ ପଡିବ କାରଣ ସମଗ୍ର ବିଶ୍ୱ ଏବେ କରୋନା ଜୀବାଣୁ ସହ ଲଢ଼ୁଛି ।

ଦେଶୀ କରୋନା ଭ୍ୟାକ୍ସିନର ମାନବ ପରୀକ୍ଷଣ ଆରମ୍ଭ,ଏମସରେ ୧୦୦ ଜଣଙ୍କୁ ଦିଆଯିବ ପ୍ରଥମ ଡୋଜ୍

Latest Posts

Don't Miss