୯ ଜିଲ୍ଲାରୁ ଟଳିଛି ସଂକଟ: ଉପକୂଳ ଜିଲ୍ଲାକୁ ତ୍ରାହି ନାହିଁ
1 min read
ସୁବର୍ଣ୍ଣପୁର, ଭୁବନେଶ୍ୱର: ଓଡ଼ିଶାରୁ ଟଳିଲା ପଙ୍ଗପାଳ ସଙ୍କଟ । ମଧ୍ୟପ୍ରଦେଶ ଓ ରାଜସ୍ଥାନ ସୀମନ୍ତ ଜଙ୍ଗଲରେ ସେମାନଙ୍କ ଦଳ ଦୁର୍ବଳ ହୋଇଯାଇଛି । ଯେଉଁଥିପାଇଁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ଚାଷୀଙ୍କ ମୁଣ୍ଡରୁ ପଙ୍ଗପାଳ ଚିନ୍ତା ହଟିଛି ।
ହେଲେ ସ୍ୱଳ୍ପ ବର୍ଷା ଯୋଗୁ ଉପକୂଳ ଚାଷୀଙ୍କ ଚିନ୍ତା ବଢିଛି । ଉପକୂଳର ୬ଟି ଜିଲ୍ଲା ସମେତ କୋରାପୁଟର ଗୋଟିଏ ବ୍ଲକରେ କମ୍ ପରିମାଣର ବର୍ଷା ହୋଇଛି । ତେବେ ସୁବର୍ଣ୍ଣପୁର ବି ଏହି ତାଲିକାରେ ଆସିବା ପରେ ଚାଷୀଙ୍କ ପାଇଁ ମାର୍ଗଦର୍ଶିକା ଜାରି କରିଛି ଓୟୁଏଟି । ଜୁନରେ ଛୁଇଁଲା ମୌସୁମୀ ।
ହେଲେ ନିଷ୍କ୍ରିୟ ହୋଇଗଲା । ଜୁଲାଇରେ କାଁ ଭାଁ ବର୍ଷା ହେଉଛି । ଦଳରେ କୋଟି କୋଟି ପଙ୍ଗପାଳ ଦୈନିକ ୧୫୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ଉଡ଼ନ୍ତି । ମୌସୁମୀ ପବନରେ ଟଳିଥାନ୍ତେ ପଙ୍ଗପାଳ । ହେଲେ ନିଷ୍କ୍ରିୟ ମୌସୁମୀ ସତ୍ତ୍ୱେ ପଙ୍ଗପାଳ ଭୟ ଟଳିଛି ।
ମଧ୍ୟପ୍ରଦେଶ ଓ ରାଜସ୍ଥାନ ସୀମନ୍ତ ଜଙ୍ଗଲରେ ଏମାନେ ଦଳ ଛଡ଼ା ହୋଇ ଦୁର୍ବଳ ହୋଇଛନ୍ତି । ଯେଉଁଥି ପାଇଁ ଓଡ଼ିଶାର ୯ଟି ଜିଲ୍ଲା ଏବେ ସୁରକ୍ଷିତ । ପଙ୍ଗପାଳ ପରେ କମ୍ ବର୍ଷା ଉପକୂଳ ଚାଷୀଙ୍କୁ ସଙ୍କଟ ଆଡ଼କୁ ଠେଲିଛି ।
କୋରାପୁଟର ବନ୍ଧୁଗାଁ ସମେତ ଉପକୂଳର ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, କଟକ, ପୁରୀ ଓ ଗଞ୍ଜାମରେ ଜୁନ୍ ତୁଳନାରେ ଚଳିତ ମାସ ୫ ପ୍ରତିଶତ କମ୍ ବର୍ଷା ହୋଇଛି । ଏଥିସହ କମ୍ ବର୍ଷା ଯୋଗୁ ପଶ୍ଚିମ ଓଡ଼ିଶାର ସୁବର୍ଣ୍ଣପୁର ଚାଷୀ ବି ଚିନ୍ତାରେ । ସେପଟେ କମ୍ ବର୍ଷା ହେଉଥିବା ଜିଲ୍ଲା ପାଇଁ ଓୟୁଏଟି ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି ।
ଉପକୂଳ ଜିଲ୍ଲାରେ ମୁଖ୍ୟତଃ ଜୁନ୍ ମାସ ଶେଷରେ ଧାନ ବୁଣା ହୋଇଥାଏ । ଅଧିକାଂଶ ଖାଲୁଆ ସ୍ଥାନରେ ବୁଣା ହୋଇଥିବାରୁ ଦେଢ ମାସ ଯାଏ ଧାନ ବୁଢା ହେବାର ସମ୍ଭାବନା କମ୍ । ଜୁଲାଇ ୧୫ରୁ ଯଦି ଧାନ ରୁଆ ଆରମ୍ଭ ହୋଇଥିବ, ତେବେ ଧାନକୁ ସୁରକ୍ଷିତ ରଖିବା ପାଇଁ ଏହା ହି ପ୍ରକୃତ ସମୟ ।
https://www.facebook.com/NandighoshaTV/videos/2703727543195985/