spot_img

Latest Posts

ଏଣିକି ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମଧ୍ୟ ପାଇବେ ମଧ୍ୟାହ୍ନ ଭୋଜନ

କେନ୍ଦୁଝର: ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରକୁ ସବୁବେଳେ ପ୍ରାଧାନ୍ୟ ଦେଇ ଆସିଛନ୍ତି । କେନ୍ଦୁଝର ଜିଲ୍ଲାରେ ୫୫ ପ୍ରତିଶତ ଜନସଂଖ୍ୟା ଅନୁସୂଚିତ ଜାତି ଓ ଜନଜାତି ବର୍ଗର । ତେବେ ସାଧାରଣତଃ ଦେଖାଯାଏ ଜିଲ୍ଲାରେ ପ୍ରଥମ ଶ୍ରେଣୀରେ ନାମ ଲେଖାଉଥିବା ୧୦୦ ପିଲା ମଧ୍ୟରୁ ୬୦ରୁ କମ ପିଲା ଦଶମ ଶ୍ରେଣୀ ପରେ ପାଠପଢା ଜାରି ରଖିଥାନ୍ତି ।

ଏହାକୁ ବେଶ ଉପଲବ୍ଧି କରି ରାଜ୍ୟ ସରକାର ଅଷ୍ଟମ ଶ୍ରେଣୀ ପରେ ଛାତ୍ରଛାତ୍ରୀ ଡ୍ରପ ଆଉଟକୁ ରୋକିବା ଆଉ କିଶୋରମାନଙ୍କର ପୁଷ୍ଟିକର ଆବଶ୍ୟକତାକୁ ଦୂର କରିବା ଏବଂ ଦଶମ ଶ୍ରେଣୀ ପରେ ଉଚ୍ଚ ଅଧ୍ୟୟନକୁ ପ୍ରୋତ୍ସାହନ ଦେବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା ଲକ୍ଷ୍ୟରେ ଡି ଏମ୍ ଏଫ ମାଧ୍ୟମରେ ଆଜି ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ।

କେନ୍ଦୁଝର ଜିଲ୍ଲା ପ୍ରଶାସନର ଏହି  ଐତିହାସିକ ପଦକ୍ଷେପ ସମଗ୍ର ରାଜ୍ୟରେ ପ୍ରଥମ । କେନ୍ଦୁଝର ଜିଲ୍ଲାରେ ଡି ଏମ୍ ଏଫ ସୌଜନ୍ୟରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠପଢ଼ାରେ ସାମିଲ ହେଲା ମଧ୍ୟାହ୍ନ ଭୋଜନ, ୟୁନିଫର୍ମ ପୋଷାକ ଓ ପୁସ୍ତକ । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଡି ଏମ୍ ଏଫ ତରଫରୁ ବାର୍ଷିକ ୨୨ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ଜିଲ୍ଲାରେ ନବମ ଓ ଦଶମ ଶ୍ରେଣୀରେ ପଢ଼ୁଥିବା ପ୍ରାୟ ୫୦ ହଜାର ଛାତ୍ରଛାତ୍ରୀ ଉପକୃତ ହେବେ । ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ ଭଲ ଫଳାଫଳ ପ୍ରଦର୍ଶନ କରିବେ ମାର୍କ ଅନୁଯାୟୀ ୧୦ ହଜାର ଟଙ୍କାରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଛାତ୍ରବୃତ୍ତି ପ୍ରଦାନ କରିବ ଜିଲା ପ୍ରଶାସନ । ଏହାକୁ ନେଇ ଅଭିଭାବକ ମହଲରେ ଖୁସିର ଲହରୀ ଖେଳି ଯାଇଛି ।

https://www.facebook.com/NandighoshaTV/videos/617490862215261/

Latest Posts

Don't Miss