ଜାତିସଂଘକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ: ଦେଲେ ସବକା ସାଥ୍, ସବକା ବିକାଶ ନାରା
ନୂଆଦିଲ୍ଲୀ: ମିଳିତ ଜାତିସଂଘକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିଛନ୍ତି । ମିଳିତ ଜାତିସଂଘର ୭୫ ତମ ବାର୍ଷିକୀ ଅବସରରେ ନ୍ୟୁୟର୍କରେ ପିଏମ ମୋଦି ସମ୍ବୋଧିତ କରିଛନ୍ତି । ଜାତିସଂଘର ଅସ୍ଥାୟୀ ସଦସ୍ୟ ହେବା ପରେ ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ସମ୍ବୋଧନ । ସମ୍ବୋଧନରେ କହିଛନ୍ତିଯେ କରୋନା ମୁକାବିଲାକୁ ଜନ ଆନ୍ଦୋଳନରେ ପରିଣତ କରାଯାଇଛି । ଦେଶରେ କରୋନା ସୁସ୍ଥ ହାର ଭଲ ରହିଛି । ସାର୍କ ଦେଶ ପାଇଁ କୋଭିଡ଼ ମୁକାବିଲା ଫଣ୍ଡ କରାଯାଇଛି । ଏଜେଣ୍ଡା୨୦୩୦କୁ ପୂରଣ କରିବା ପାଇଁ ଲକ୍ଷ୍ୟ ରହିଛି ।
ଅର୍ଥ ବ୍ୟବସ୍ଥାକୁ ପୁଣି ଟ୍ରାକ୍ କୁ ଆଣିବାକୁ ଦେଶ ନିରନ୍ତର ଉଦ୍ୟମ କରୁଛି ବୋଲି ମୋଦି କହିଛନ୍ତି । ଦ୍ୱିତୀୟ ବିଶ୍ୱଯୁଦ୍ଧପରେ ଅନେକ ବଦଳିଛି ଦେଶ । ଏଭିତରେ ଆତ୍ମନିର୍ଭର ଭାରତର ଶୁଭାରମ୍ଭ କରାଯାଇଛି । ଭାରତ ସବୁକ୍ଷେତ୍ରରେ ଅନେକ ଆଗେଇଛି । ଆୟୁଷ୍ମାନ ଯୋଜନା ବିଶ୍ୱର ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ଯୋଜନା । ୬ ବର୍ଷରେ ୪୦କୋଟି ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି । ସିଧା ଗରିବଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହେଉଛି ଟଙ୍କା । ତାଛଡ଼ା ବିକାଶଶୀଳ ଦେଶକୁ ମଧ୍ୟ ସହାୟତା ଯୋଗାଇ ଆସିଛି ଭାରତ । ଆମର ଲକ୍ଷ ସବକା ସାଥ ସବକା ବିକାଶ ।
ସେପଟେ ମିଳିତ ଜାତିସଂଘକୁ ତାଙ୍କର ଭର୍ଚୁଆଲ୍ ସମ୍ବୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଖାଦ୍ୟ ପାଇଁ ଆମେ ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା ଆଣିଛୁ। ଆମର ଖାଦ୍ୟ ସୁରକ୍ଷା ଯୋଜନାରେ ୮୩୦ ନିୟୁତ ନାଗରିକ ଉପକୃତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ମାଧ୍ୟମରେ ୨୦୨୨ ସୁଦ୍ଧା ପ୍ରାୟ ସବୁ ଭାରତୀୟଙ୍କ ମୁଣ୍ଡ ଉପରେ ନଜର ଛାତ ରହିଥିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଆମେ ଆମର ମହିଳାମାନଙ୍କୁ ସଶକ୍ତ କରିବାକୁ ସମସ୍ତ ପ୍ରକାର ଚେଷ୍ଟା କରୁଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।