ଖୁସି ଖବର, ରାଜ୍ୟର ଏହି ଜିଲ୍ଲାରେ ଏବେ ନାହାଁନ୍ତି କରୋନା ରୋଗୀ
2 min readଭୁବନେଶ୍ୱର: କରୋନା ଭୟରେ ସାରା ରାଜ୍ୟ । ବଢ଼ିବାରେ ଲାଗିଛି ସଂକ୍ରମଣ । ସଂକ୍ରମଣ ଭୟ ଭିତରେ ସୁସ୍ଥତା ଆଣିଛି ଖୁସି ଖବର । ରାଜ୍ୟର ଗୋଟିଏ ଜିଲ୍ଲା ଏବେ କରୋନା ମୁକ୍ତ । ଅର୍ଥାତ୍ ଉକ୍ତ ଜିଲ୍ଲାରେ ଏବେ ଜଣେ ବି କରୋନା ଆକ୍ରାନ୍ତ ନାହାଁନ୍ତି । ଏହି ଜିଲ୍ଲାଟି ହେଉଛି ପଶ୍ଚିମ ଓଡ଼ିଶାର ସୁବର୍ଣ୍ଣପୁର । ଗତକାଲି ଜିଲ୍ଲାରୁ ୭ ଜଣ ଆକ୍ରାନ୍ତ ସୁସ୍ଥ ହେବା ପରେ ଏବେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଶୂନ୍ ରହିଛି ।
They have fought COVID bravely and won. We salute their courage and wish them all the best. @CMO_Odisha @HFWOdisha @IPR_Odisha @PRDeptOdisha pic.twitter.com/SS8ke3dLxr
— Collector Subarnapur (@DM_Subarnapur) July 14, 2020
ସୁବର୍ଣ୍ଣପୁର ଜିଲ୍ଲାରେ ଜୁଲାଇ ୧୬ ତାରିଖ ସୁଦ୍ଧା ୪୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମସ୍ତେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ଥିବା ଗ୍ରାଫରୁ ଜଣାପଡ଼ୁଛି । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ସଂକ୍ରମଣ ବଢ଼ି ଚାଲିଥିବା ବେଳେ ସୁବର୍ଣ୍ଣପୁର ଅନ୍ୟମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି । ଜୁଲାଇ ୮ ତାରିଖରେ ଶେଷଥର ପାଇଁ ଜିଲ୍ଲାରେ ୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ ।
Covid update: Total cases 44, Recovrd 39, Active 5( detctd in last 24 hrs – 1 TMC, 4 local cases) in Dunguripali block. All shifted to Covid health centre. 3 containmnt zones declared in Dunguripali- kapileswar basti, canal basti, vill kandamunda @HFWOdisha
— Collector Subarnapur (@DM_Subarnapur) July 8, 2020
ସୁବର୍ଣ୍ଣପୁରର ଷ୍ଟ୍ରାଟେଜି
ରାଜ୍ୟରେ ସଂକ୍ରମଣ ପିକ୍ ପଏଣ୍ଟରେ ଥିବାବେଳେ ସୁବର୍ଣ୍ଣପୁର ଅନ୍ୟ ଜିଲ୍ଲା ପାଇଁ ଉଦାହରଣ ପାଲଟିଛି । ଜିଲ୍ଲା ପ୍ରଶାସନ ୨ଟି ପଦକ୍ଷେପ ଦ୍ୱାରା ସଂକ୍ରମଣକୁ ପ୍ରତିହତ କରିଥିବା କୁହାଯାଉଛି । ପ୍ରଥମତଃ ଜିଲ୍ଲାରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ କର୍ଫ୍ୟୁ ଲାଗୁ କରାଯାଇଛି । ଦ୍ୱିତୀୟରେ ଅନ୍ୟ ଜିଲ୍ଲା ଭଳି ସୁବର୍ଣ୍ଣପୁର ଜିଲ୍ଲାରେ ଶନି ଓ ରବିବାର ସାପ୍ତାହିକ ସଟଡାଉନ୍ କରାଯାଉଛି । ହଟସ୍ପଟ୍ ଜିଲ୍ଲାରୁ ଆସୁଥିବା ଲୋକଙ୍କ ପାଇଁ କ୍ୱାରେଣ୍ଟାଇନକୁ ବାଧ୍ୟତାମୂଳକ କରାଯାଇଛି ।
1.Imposition of curfew shall remain in force from 7 PM to 7 AM everyday
2. Implementation of Two days weekend shutdown. pic.twitter.com/Y3dprUD2G2— Collector Subarnapur (@DM_Subarnapur) July 8, 2020
ଅନ୍ୟପଟେ ଖୋର୍ଦ୍ଧା, ଗଞ୍ଜାମ, କଟକ ଓ ଯାଜପୁର ଜିଲ୍ଲା ସହ ରାଉରକେଲା ପୌରାଞ୍ଚଳରେ ସଂକ୍ରମଣ ରୋକିବାକୁ ଆଜିଠାରୁ ୧୪ ଦିନିଆ ଲକଡାଉନ୍ ଆରମ୍ଭ ହେଉଛି । ଆଜି ରାତି ୯ଟାରୁ ଲକଡାଉନ୍ ଆରମ୍ଭ ହେବ । ଲକଡାଉନ୍ ସମୟରେ ପରିବା, କ୍ଷୀର ଭଳି ଦୋକାନ ସକାଳ ୬ଟାରୁ ଦିନ ଗୋଟାଏ ଯାଏଁ ଖୋଲି ରହିବ ।