ଭୁଲ୍ ଲୁଚାଇବାକୁ ଅନ୍ତିମ ସଂସ୍କାର କରିବାକୁ ମନା କରୁଛି ଚୀନ
ନୂଆଦିଲ୍ଲୀ / ବେଜିଂ: ଗଲଓ୍ୱାନ୍ ଘାଟିରେ ନିହତ ସୈନିକମାନଙ୍କୁ ଚିହ୍ନିବାକୁ ପ୍ରସ୍ତୁତ ନୁହେଁ ଚୀନ । ଆମେରିକାର ଗୁଇନ୍ଦା ରିପୋର୍ଟ ଅନୁଯାୟୀ ଚୀନ୍ ସରକାର ସୈନିକମାନଙ୍କ ପରିବାରକୁ କବର ନଦେବା ଏବଂ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ନକରିବାକୁ ଚାପ ପକାଉଛନ୍ତି । ଆମେରିକାର ଗୁଇନ୍ଦା ରିପୋର୍ଟ ଅନୁଯାୟୀ ସେ ଏପରି କରୁଛନ୍ତି ଯାହା ଦ୍ୱାରା ସେ ଏକ ବଡ଼ ଭୁଲକୁ ଲୁଚାଇ ପାରିବେ ।
ଜୁନ୍ ୧୫ରେ, ଗଲଓ୍ୱାନ ଉପତ୍ୟକାରେ ଚୀନ୍ ଏବଂ ଭାରତୀୟ ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ଉଭୟ ଦେଶର ସୈନିକ ପ୍ରାଣ ହରାଇଥିଲେ । ଭାରତ ବିନା ଦ୍ୱିଧାରେ ଗ୍ରହଣ କଲା ଯେ, ୨୦ ସୈନିକ ଶହୀଦ ହୋଇଛନ୍ତି । ଏଥିସହିତ ଶହୀଦମାନଙ୍କୁ ସମ୍ମାନଜନକ ଅନ୍ତିମ ବିଦାୟ ଦିଆଯାଇଥିଲା । ଚାଇନା ଏହାର ସୈନିକଙ୍କ ମୃତ୍ୟୁକୁ ଅସ୍ୱୀକାର ଜାରି ରଖିଛି ।
୨୮ଜୁନ୍ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତରେ ଶହୀଦ ସୈନିକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଏହି ପରିବାରର ବଳିଦାନ ସମ୍ମାନନୀୟ ବୋଲି କହିଥିଲେ । ତେବେ ଘଟଣାର ୧ ମାସ ପରେ ମଧ୍ୟ ଚୀନ୍ ଏହାର କେତେ ସୈନିକଙ୍କୁ ହତ୍ୟା କରିଛି ତାହା ଏପର୍ଯ୍ୟନ୍ତ ପ୍ରକାଶ କରିନାହିଁ ।
ଆମେରିକୀୟ ଗୁଇନ୍ଦା ସଂସ୍ଥାର କହିବାନୁଯାୟୀ, ଗଲଓ୍ୱାନ୍ ହିଂସାରେ ଚୀନର ୩୫ ଜଣ ସୈନିକ ନିପାତ ହୋଇଥିଲେ । ତେବେ ଚୀନ ସୈନିକଙ୍କୁ ପାରମ୍ପାରିକଭାବେ ଦଫନ୍ କିମ୍ୱା ସେମାନଙ୍କ ପାଇଁ ଶୋକସଭା ନକରିବା ଉଚିତ୍ ବୋଲି କହିଛନ୍ତି । ଅନ୍ତିମ ସଂସ୍କାର ଏକାନ୍ତରେ ନିରୋଳା ସ୍ଥାନରେ କରିବାକୁ କୁହାଯାଇଛି ।
କରୋନାର ଭୟବହତାକୁ ଦୃଷ୍ଟିରେ ରଖି ଏପରି କରିବାକୁ କୁହାଯାଇଥିବା ଚୀନ ପକ୍ଷରୁ କୁହାଯାଇଛି । ଅପରପକ୍ଷରେ ହିଂସାରେ ମୃତ୍ୟୁବରଣ କରିଥିବା ସୈନିକଙ୍କ ସମ୍ପର୍କିତ ସମସ୍ତ ତଥ୍ୟ ମିଟାଇବାକୁ ଚାହୁଁଛି ଚୀନ । ତେବେ ଆମେରିକୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଚୀନ କମ୍ୟୁନିଷ୍ଟ ପାର୍ଟି ଏହି ନିଷ୍ପତ୍ତିକୁ ମୃତ ଯବାନଙ୍କ ପରିବାରବର୍ଗ ଅସନ୍ତୋଷ ଅଛନ୍ତି । ସରକାରଙ୍କ ଏଭଳି ଫଇସଲା ବିରୋଧରେ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଳାଟଫର୍ମରେ ବିରୋଧ ମଧ୍ୟ ପ୍ରଦର୍ଶନ କରାଯାଇଛି ।