କରୋନା ନେଉଛି ମଧୁମେୟ ରୋଗୀଙ୍କ ଜୀବନ, ୨୪ଘଣ୍ଟାରେ ୪ମୃତ
1 min readଭୁବନେଶ୍ୱର: ରାଜ୍ୟରେ ଆଉ ୪ ମୁଣ୍ଡନେଲା କରୋନା । ଦିନ ବଢିବା ସହ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଠିକ୍ ସେମିତି ସଂକ୍ରମିତଙ୍କ ଧାରାରେ ବଢୁଛି ମୃତକଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରେକର୍ଡ ସ୍ତରରେ ପହଞ୍ଚିଛି ସଂକ୍ରମିତଙ୍କ ସଂଖ୍ୟା । ଆଜି ରାଜ୍ୟରେ ସର୍ବାଧିକ ୭୫୫ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବଂ ଆଜି ୪ଜଣଙ୍କ ପ୍ରାଣ ନେଇଛି କରୋନା ।
Regret to inform the demise of 4 Covid positive patients while under treatment in hospital.
1. Male of 41 years of Ganjam district, also suffering from Hypertension.
2. Male of 58 years of Ganjam district.
3. Male of 48 years of Ganjam district, also suffering from Diabetes
— H & FW Dept Odisha (@HFWOdisha) July 10, 2020
ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୬ରେ ପହଞ୍ଚିଛି । ଗତକାଲି ୪ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ୬ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଆଜି ମୃତ୍ୟୁ ବରଣ କରିଥିବା ୬ଜଣ ସଂକ୍ରମିତଙ୍କ ମଧ୍ୟରୁ କରୋନା କାରଣରୁ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇଜଣ ଅନ୍ୟ ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ବରଣ କରିଛନ୍ତି । ମୃତ୍ୟୁ ବରଣ କରିଥିବା ୪ଜଣ ସଂକ୍ରମିତ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ମିଳିଛି ।
ଗଞ୍ଜାମରେ ମୃତ୍ୟୁବରଣ କରିଥିବା ସଂକ୍ରମିତ ହେଉଛନ୍ତି ୪୧ବର୍ଷିୟ ପୁରୁଷ ଯିଏ କି ଉଚ୍ଚ ରକ୍ତଚାପରେ ପିଡୀତ ଥିଲେ । ଏବଂ ୨ୟ ଜଣଙ୍କ ହେଉଛନ୍ତି ୫୮ବର୍ଷିୟ ପୁରୁଷ । ଆଉ ଦୁଇ ଜଣ ହେଉଛନ୍ତି ୪୮ ବର୍ଷିୟ ପୁରୁଷ ଓ ୩୨ବର୍ଷିୟ ପୁରୁଷ ଏମାନେ ପୂର୍ବରୁ ମଧୁମେୟ ରୋଗରେ ପିଡ଼ିତଥିବା ଜଣାପଡ଼ିଛି । ସମସ୍ତେ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି ।
କରୋନା ସଂକ୍ରମଣରେ ଭାରତର ନୂଆ ରେକର୍ଡ, ୨୪ ଘଣ୍ଟାରେ ୨୬ ହଜାରରୁ ଅଧିକ ପଜିଟିଭ୍
ସେହିଭଳି ଆଜି ଚିହ୍ନଟ ହୋଇଥିବା ସମୁଦାୟ ୭୫୫ଜଣ ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲାର ୩୨୦ଜଣ ଚିହ୍ନଟ ହୋଇଛନ୍ତି । ୪ଜଣଙ୍କୁ ମିଶାଇ ଗଞ୍ଜାମ ଜିଲ୍ଲାରେ ସମୁଦାୟ ୩୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୩୪୧୬ରେ ପହଞ୍ଚିଛି ।