ପବଜୀଠାରୁ ଟ୍ରୁକଲର୍: ୫୩ ଟି ଆପ୍ ଚୋରି କରୁଛନ୍ତି ଆପଣଙ୍କ ଡାଟା!
1 min readନୂଆଦିଲ୍ଲୀ: ଆପ୍ ପାଲଟିଛି ଗୁପ୍ତଚର । ଆପ୍ ମାଧ୍ୟମରେ ଚୋରି ହେଉଛି ମୋବାଇଲ୍ ୟୁଜରଙ୍କ ତଥ୍ୟ । ପୂର୍ବରୁ ମୋବାଇଲ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଉପରେ ଟିକ୍ଟକ୍ ନଜର ରଖୁଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ଏଭଳି ୫୩ ଟି ଆପ୍ର ତାଲିକା ପ୍ରକାଶ କରିଛନ୍ତି ଗବେଷକ ।
Ars Technicaର ରିପୋର୍ଟ ଅନୁଯାୟୀ ତଲାଲ୍ ହଜ୍ ଏବଂ ଟମି ମିସ୍କ ନାମକ ୨ ଜଣ ଗବେଷକ ମାର୍ଚ୍ଚରେ ଏହି ବିଷୟ ଲୋକଲୋଚନକୁ ଆଣିଥିଲେ । ଏହା ପରେ ବି କିନ୍ତୁ ଏଥିରେ କୌଣସି ପରିବର୍ତ୍ତନ ଆସିଲା ନାହିଁ । ଏବେ ମଧ୍ୟ ଏହି ଆପ୍ଗୁଡ଼ିକ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଉପରେ ନଜର ରଖୁଛି ।
ଚୋରି ହୋଇପାରେ ଆଇଡି ପାସ୍ଓ୍ୱାର୍ଡ
ରିପୋର୍ଟ ଅନୁଯାୟୀ ଏହି ଆପ୍ ବ୍ୟବହାରକାରୀଙ୍କ ଆଇଡି ଏବଂ ପାସ୍ଓ୍ୱାର୍ଡ ଭଳି ସମ୍ୱେଦନଶୀଳ ସୂଚନା ମଧ୍ୟ ଚୋରି ହୋଇପାରେ । ଏହି ଆପ୍ଗୁଡ଼ିକ ଫୋନ୍ର Key board ଉପରେ ନଜର ରଖେ । ଯାହା ଦ୍ୱାରା ଆପଣଙ୍କ ମୋବାଇଲ୍ ୟୁଜରନେମ୍ ଓ ପାସଓ୍ୱାର୍ଡ ମଧ୍ୟ ଚୋରି ହୋଇପାରେ ।
ଏହି ସବୁ ଗେମିଂ ଆପ୍ଗୁଡ଼ିକ ଡାଟା ଚୋରି କରୁଥିବା ଅଭିଯୋଗ
୮ ବଲ୍ ପୁଲ୍, ଅମେଜ୍, ବ୍ଳେଜେଡ୍, ବ୍ଳାକ୍ ପଜଲ, କ୍ଳାସିକ୍ ବ୍ଳେଜେଡ୍, କ୍ଳାସିକ୍ ବ୍ଳେଜେଡ୍ ଏଚ୍ଡି, ଫିଳ୍ପ ଦ ଗେମ୍, ଫ୍ରୁଟ୍ ନିଞ୍ଜା, ଗୋଲ୍ଫ ମାଷ୍ଟର୍ସ, ଲେଟର ସୁପ୍, ଲବ ,ନିକ୍କି, ମାଇ ଏମା, ପ୍ଳେନେଟ V/S ଜମ୍ୱୋ ହିରୋଜ, ପୁକିଂ, ପବଜୀ ମୋବାଇଲ୍, ଟମ୍ୱ ଅପ୍ ଦ ମାସ୍କ, ଟୋଟାଲ ପାର୍ଟି କିଲର, ଟୋଟାଲ ପାର୍ଟି କିଲ୍, ଓ୍ୱାଟର ମାର୍ବଲିଂ,
ସୋସିଆଲ୍ ନେଟ୍ଓ୍ୱର୍କିଂ ଆପ୍ ମଧ୍ୟ ରଖୁଛି ନଜର
ଟିକଟକ୍, ଟୁଟାକ୍, ଟ୍ରୁକଲର୍, ବାଇବର, ବିବୋ, ଜୁସ୍କ
ଏହି ଆପ୍ଗୁଡ଼ିକ ମଧ୍ୟ ବିପଜ୍ଜନକ
୧୦% ହେପିୟର୍: ମେଡିଟେସନ୍, ୫.୦ ରେଡିଓ ପୁଲିସ ସ୍ନେକର, ଏକ୍ୟୁବେଦର, ଅଲ୍ଲୀ ଏକ୍ସପ୍ରେସ୍ ସପିଂ ଆପ୍, ବେଡ୍ ବାଥ୍ ଆଣ୍ଡ ବିୟାଣ୍ଡ, ଡେଜ୍ନ, ହୋଟେଲ୍. କମ୍, ହୋଟେଲ୍ ୟୁନାଇଟ୍, ଅବଷ୍ଟ୍ରାକ୍ ପିଗ୍ମେଣ୍ଟ, ରିକଲର୍ କଲରିଂ ବୁକ୍ ଟ୍ରୁ କଲର, ସ୍କାଇ ଟିକଟ, ଦ ବେଦର ନେଟଓ୍ୱର୍କ
କିଛି ନ୍ୟୁଜ୍ ଆପ୍ଗୁଡ଼ିକ୍ ମଧ୍ୟ ଜାସୁସ୍ କରୁଥିବା ଅଭିଯୋଗ
ରିପୋର୍ଟରେ ଯେଉଁ ଆପ୍ଗୁଡ଼ିକର ଲିଷ୍ଟ ଦିଆଯାଇଛି ସେଥିରୁ କିଛି ନ୍ୟୁଜ୍ ଆପ୍ ମଧ୍ୟ ରହିଛି । ୟେ ନ୍ୟୁଜ୍ ଆପ୍ ios ୟୁଜର୍ସଙ୍କ କ୍ଳିପ୍ବୋର୍ଡ ଡାଟା ଉପରେ ମଧ୍ୟ ନଜର ରଖୁଛନ୍ତି । ଏଥି ସହିତ ଅନ୍ୟ କିଛି ବ୍ରାଣ୍ଡେଡ୍ ଆପ୍ ମଧ୍ୟ ସାମିଲ ରହିଛି ।