spot_img

Latest Posts

ଛତ୍ରପୁରର ଦୁଇ ପୋଲିସ ଆଧିକାରୀ କରୋନା ସଂକ୍ରମିତ,ଟ୍ୱିଟ୍ କରି ସୂଚନା ଦେଲେ ଗଞ୍ଜାମ ଏସପି

ଗଞ୍ଜାମ: କରୋନା ଯୋଦ୍ଧା କରୋନା ଆକ୍ରାନ୍ତ  । କଳାହାଣ୍ଡିରେ ଦୁଇ ଜଣ ଡାକ୍ତର କରୋନା ସଂକ୍ରମିତ ହେବା ପରେ ଏବେ ଦୁଇଜଣ ପୋଲିସ ଅଧିକାରୀ କରୋନା ସଂକ୍ରମିତ ହୋଇଛନ୍ତି । କରୋନା ବିରୋଧ ଯୁଦ୍ଧରେ ଫ୍ରଣ୍ଟ ଲାଇନରେ ଥିବା ଏହି ଯୋଦ୍ଧା କରୋନା ସଂକ୍ରମିତ ହେବା ଚିନ୍ତା ବଢାଇ ଦେଇଛି । ନୂଆ ଖବର ଅନୁସାରେ ଛତ୍ରପୁରର ଏସଡିପିଓ ଓ ଆଇଆଇସିଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି । ଏନେଇ ଜିଲ୍ଲା ଏସପି ବ୍ରିଜେଶ କୁମାର ରାୟ ସୂଚନା ଦେଇଛନ୍ତି ।

ଗଞ୍ଜାମ ପୋଲିସର ଆଉ ୨ଜଣ ପୋଲିସ ଅଧିକାରୀ ଛତ୍ରପୁର ଏସଡିପିଓ ଓ ଆଇଆଇସି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଥିବା ଗଞ୍ଜାମ ଏସପି ଟ୍ୱିଟ୍‌ କରି ଜଣାଇଛନ୍ତି। କରୋନା ନିୟନ୍ତ୍ରଣରେ ଯୋଦ୍ଧା ସାଜିଥିବା ଏହି ଅଫିସରଙ୍କ କାର୍ଯ୍ୟାଦକ୍ଷତା ପ୍ରେରଣାଦାୟୀ ବୋଲି ଏସପି କହିବା ସହ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲାର ଜରଡ଼ା ଥାନାର ପୂରା ଷ୍ଟାଫ ହୋମ କ୍ୱାରେଣ୍ଟାଇନରେ ଯାଇଥିଲେ । ଅପରାଧିଙ୍କୁ ଧରିବାକୁ ଯାଇ ଜରଡ଼ା ଥାନାର ଦୁଇ ଅଧିକାରୀ କରୋନା ସଂକ୍ରମିତ ହୋଇଥିଲେ । ଗିରଫ ଅଭିଯୁକ୍ତଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ପୋଲିସ ଅଧିକାରୀଙ୍କ ଟେଷ୍ଟ ହୋଇଥିଲା  ପରେ ରିପୋର୍ଟ ପଜିଟିଭ୍ ଆସିଥିଲା ।

ସୁରଟରୁ ପ୍ରବାସୀ ଶ୍ରମିକଙ୍କ ଫେରିବା ପରଠାରୁ ଗଞ୍ଜାମରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏଠାରେ ସୂଚନା ଯୋଗ୍ୟ ଯେ, ସୁରଟରୁ ଅଧିକ ସଂଖ୍ୟାକ ପ୍ରବାସୀ ଗଞ୍ଜାମ ଜିଲ୍ଲାରୁ ଫେରିଛନ୍ତି । ପ୍ରବାସୀଙ୍କ ପରେ ଏବେ କରୋନା ଯୋଦ୍ଧାଙ୍କୁ ତା କବଳକି ଆଣିଛି କରୋନା ।

Latest Posts

Don't Miss