ନିୟମ ଭାଙ୍ଗି ସୋସିଆଲ୍ ମିଡିଆରେ ଦୋଷ ଛଡ଼ାଇଲେ ସାଂସଦ, କହିଲେ ସ୍ୱେଚ୍ଛାରେ ଦେଇଛି ଜରିମାନା
1 min readଭୁବନେଶ୍ୱର: କୋଭିଡ୍ କଟକଣାକୁ ବେଖାତିର୍ ପରେ ସୋସିଆଲ୍ ମିଡିଆରେ ଶରବ୍ୟର ଶୀକାର ହୋଇଥିବା ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ସଫେଇ ରଖିଛନ୍ତି । ଗତକାଲି କୋଭିଡ୍ ନିୟମକୁ ଭୁଲି ସାଂସଦ କର୍ମୀଙ୍କ ସହ ଏକ ଫଟୋରେ ନଜର ଆସିଥିଲେ । ଫଟୋଚିତ୍ରରେ ଭୁବନେଶ୍ୱର ସାଂସଦ ଅପରାଜିତାଙ୍କ ସହ ପ୍ରାୟ ୫୦ ଜଣ ଥିଲେ । କାହାରି ମଧ୍ୟରେ ସାମାଜିକ ଦୂରତା ରକ୍ଷା ହୋଇ ନ ଥିବା ବେଳେ ମୁହଁରେ ମାସ୍କ ନଥିଲା ।
ଏନେଇ ସାମାଜିକ ଗଣମାଧ୍ୟମରେ ଲୋକେ ସାଂସଦଙ୍କୁ ସମାଲୋଚନା କରିଥିଲେ । ସମାଲୋଚନା ପରେ ସାଂସଦ ଟ୍ୱିଟ୍ କରି ଦୋଷ ଛଡ଼ାଇଛନ୍ତି । ଲୋକଙ୍କ ସମାଲୋଚନାକୁ ସାଂସଦ ଭଲ ସଂକେତ କହିଛନ୍ତି । କର୍ତ୍ତବ୍ୟକୁ ପାଳନ କରି ସ୍ୱେଚ୍ଛାକୃତ ଭାବେ ଜରିମାନା ଦେଇଥିବା ସାଂସଦ ଟ୍ୱିଟରରେ ପୋଷ୍ଟ କରିଛନ୍ତି ।
Under very special circumstances, I went to the residence of Sri Jagannath Pradhan, BJP leader, yesterday. I fully appreciate & respect people's concern regarding adherence to COVID19 norms. It is a good sign.
Acknowledging my duty, I have volunteered to pay the fine due. pic.twitter.com/3wt3VrIYwB
— Aparajita Sarangi ( Modi Ka Parivar) (@AprajitaSarangi) June 4, 2020
ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ନିୟମ ଭଙ୍ଗ ପାଇଁ ଡିସିପିଙ୍କ ଅଫିସକୁ ଶହେ ଟଙ୍କା ପଠାଇଥିବା ସୂଚନା ମିଳିଛି । ସାମାଜିକ ଦୂରତ ଉଲ୍ଲଂଘନ ପାଇଁ ୫୦୦ ଟଙ୍କା ଜରିମାନା ଓ ମାସ୍କ ପିନ୍ଧି ନଥିଲେ ୫୦୦ ଟଙ୍କା ଜରିମାନା ଦେବା ପାଇଁ ନିୟମ ରହିଛି । ତେବେ, ସାଂସଦ ଶହେ ଟଙ୍କା କେଉଁ ନିୟମ ଭଙ୍ଗ ପାଇଁ ଦେଲେ ତାହା ବୁଝିହେଉନି ।