spot_img

Latest Posts

ସୀମାରେ ହଲଚଲ : ସାଟେଲାଇଟ୍ ଫଟୋ କହିଲା ସତ,ଚୀନ ଯବାବରେ ଭାରତ ବଢାଇଲା ସାମରିକ ଶକ୍ତି

 ନୂଆଦିଲ୍ଲୀ: ଗୋଟିଏ ପଟେ ଚୀନ ସୀମାରେ କୌଣସି ପ୍ରକାର ଉତ୍ତେଜନା ନାହିଁ ବୋଲି କହୁଛି ଅନ୍ୟପଟେ ନିଜ ସୀମାରେ ସେନାର ଉପସ୍ଥିତି ଓ ସକ୍ରିୟତାକୁ ବଢାଇ  ଦେଇଛି । ତାଜା ସାଟେଲାଇଟ୍ ଚିତ୍ରରୁ ଜଣା ପଡୁଛି ଯେ, ଗୋଗରା ଅଂଚଳରେ ଚୀନ୍ ନିଜ ସୈନ୍ୟ ସଂଖ୍ୟା ବଢାଇଛି । ସେଠାରୁ ଚୀନ ସେନା ଉପର ଆଡକୁ ଅଗ୍ରସର ହେଉଥିବା ଜଣାଯାଇଛି । ଅନ୍ୟପକ୍ଷରେ ଚୀନ ପଟୁ ଯେକୌଣସି ପ୍ରକାରର ଆହ୍ୱାନର ସମ୍ମୁଖୀନ ହେବାକୁ ଭାରତୀୟ ସେନା ପ୍ରସ୍ତୁତ ଥିବା ଜଣା ପଡିଛି । ଲଦ୍ଦାଖରେ ଭାରତର ରାସ୍ତା ନିର୍ମାଣ କାମକୁ ନେଇ ଚୀନ ଉତକ୍ଷିପ୍ତ ଅଛି ।

ମୁହାଁମୁହିଁ ଦୁଇ ଦେଶର ସେନା

ଓପନ ସୋର୍ସ ଇଣ୍ଟେଲିଜେନ୍ସ ଏଜେନ୍ସି Detresfa ତରଫରୁ ଜାରି କରାଯାଇଥିବା  ସାଟେଲାଇଟ୍ ଫଟୋ ଅନୁସାରେ ଚୀନର ପିପୁଲ’ସ ଲିବରେସନ୍ ଆର୍ମି ପେଙ୍ଗାଙ୍ଗ୍ ସୋ ଓ ଗୋଗରା ଅଂଚଳରେ ପୋଜିସନରେ ଅଛନ୍ତି । ଯାହାକୁ ଦେଖି ଭାରତ ଉକ୍ତ ଅଂଚଳରେ ନିଜ ସୈନ୍ୟ ଶକ୍ତିକୁ ବୃଦ୍ଧି କରିଛି ।  ଭାରତର ଗୋଗରା ପୋଷ୍ଟ ପାଖରେ ଚୀନ୍ ସେନା ପୋଜିସନରେ ଅଛି

ଭାରତଠାରୁ ୧୧ କିମି ଦୁରରେ ବଡ ୟୁନିଟ୍

ଏହାପୂର୍ବରୁ ଶନିବାର ଦିନି ଚିତ୍ର ଜାରି କରି Detresfa ଦାବି କରିଥିଲା ଯେ, ପିଏଲଏ ଭାରତୀୟ ସୀମାରେ ଥିବା ଗୋଗରା ବେସଠାରୁ ୧୧ କିମି ଦୁରରେ ରହିଛି ।  ରିପୋର୍ଟ ଅନୁସାରେ ଏହା ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ବଡ ୟୁନିଟ୍ ,ଯେଉଁଥିରେ ଅନେକ ସାମାରିକ ଯାନ ତଥା ସାଞ୍ଜୁଆ ଗାଡି ରହିଛି । Detresfa ଅନୁସାରେ ଚୀନ୍ ସେନା ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରି ପାରିନାହିଁ କାରଣ ଭାରତ ଠିକ ସମୟରେ ସେନା ମୁତ୍ତୟନ କରିଥିଲା ,ଫଳରେ ଚୀନ୍ ପ୍ଲାନ୍ ଫେଲ ମାରିଥିଲା ।

ସୀମା ଭିତରକୁ ପ୍ରବେଶର ଥିଲା ଇରାଦା

ଲଦ୍ଦାଖରେ ଭାରତ ଗତ ଦୁଇ ତିନି ବର୍ଷ ମଧ୍ୟରେ ଯେଉଁ ସଡକ ତିଆରି କରିଛି ତାକୁ ନେଇ ଚୀନ ବିଚଳିତ ଅଛି । ଚୀନ୍ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ୫ ହଜାର ସୈନିକ ମୁତ୍ତୟନ କରିଛି । ଭାରତ ମଧ୍ୟ ଯବାବରେ ସେନା ମୁତ୍ତୟନ କରିଥିଲା । ଗାଲବାନ୍ ଏରିଆରେ ଚୀନର ୧୧୪ ବ୍ରିଗେଡ୍ ଅନେକ ଦିନ ଧରି ମୁତ୍ତୟନ ଅଛି । ରିପୋର୍ଟ ଅନୁସାରେ ମେ’ ପ୍ରଥମ ସପ୍ତାହରେ ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ ଥିଲା ଚୀନର ଚାଲ । କିନ୍ତୁ ଭାରତୀୟ ସେନାର ଉପସ୍ଥିତି ଚୀନର ଏହି ପ୍ଲାନକୁ ଫେଲ କରିଦେଇଛି ବୋଲି Detresfa ଦାବି କରିଛି ।

 

Latest Posts

Don't Miss