ରାଜ୍ୟରେ ପ୍ରଥମ ଥର ପାଇଁ କରୋନା ସଂକ୍ରମିତ ପୋଲିସ କର୍ମଚାରୀ ଚିହ୍ନଟ
1 min readଭୁବନେଶ୍ୱର: ପୋଲିସ କର୍ମଚାରୀ କରୋନା । ରାଜ୍ୟରେ ପ୍ରଥମ ଥର ପାଇଁ କରୋନା ସଂକ୍ରମିତ ପୋଲିସ କର୍ମଚାରୀ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ଚିହ୍ନଟ ହୋଇଥିବା ପୋଲିସ କର୍ମଚାରୀ ଛୁଟିରୁ ଫେରିବା ପରେ ତାଙ୍କ ଟେଷ୍ଟି କରାଯାଇଥିଲା । ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ ତାଙ୍କର କୋଭିଡ-୧୯ ଟେଷ୍ଟ କରାଯାଇଥିଲା ।
One of our police personnel on return from leave was subjected to precautionary testing & has been found to be COVID-19 positive. He is asymptomatic, 36 yrs & is being moved to our COVID Care facility. It’s learnt that he had come in contact with outside state labour. (1/2)
— COMMISSIONERATE POLICE (@cpbbsrctc) May 19, 2020
ତେବେ ସେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କଠାରେ କୌଣସି ଲକ୍ଷଣ ଦେଖାଯାଇନାହିଁ । ତାଙ୍କୁ ୩୬ ବର୍ଷ ବୟସ ହୋଇଛି । ସେ ବର୍ତ୍ତମାନ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି ହୋଇଛନ୍ତି । ସେ ଅନ୍ୟ ରାଜ୍ୟର କିଛି ଶ୍ରମିକଙ୍କ ସଂସ୍ପର୍ଶରେ ଆସିଥିଲେ । ସେଠାରୁ ସେ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି ।