ଗୋଟିଏ ଦିନରେ ସର୍ବାଧିକ ୧୦୨ ସଂକ୍ରମିତ ଚିହ୍ନଟ: ଜଣେ ମୃତ

1 min read

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଥରକେ ୧୦୨ କରୋନା ସଂକ୍ରମିତ ଚିହ୍ନଟ । ଯାଜପୁରରୁ ସର୍ବାଧିକ ୩୧, ଜଗତସିଂହପୁର ୨୩, ଭଦ୍ରକ ୨୧, କେନ୍ଦ୍ରାପଡ଼ା ୮, କଟକ ୪, ଖୋର୍ଦ୍ଧା ୪, ପୁରୀ ୪, ଅନୁଗୁଳ ୨, ବାଲେଶ୍ୱର ୨, ସମ୍ୱଲପୁର ୨, ନୟାଗଡ଼ ୧ ।  ଚିହ୍ନଟ ସଂକ୍ରମତଙ୍କ ମଧ୍ୟରୁ ୯୭ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ହୋଇଥିବା ବେଳେ ଅନ୍ୟ ୫ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।

 

ତେବେ ଦୁଃଖର ୭୫ ବର୍ଷୀୟ ଜଣେ ପୁରୁଷ ସଂକ୍ରମିତଙ୍କ ଏମ୍ସରେ ଦେହାନ୍ତ ହୋଇଛି । ଗତ ୧୭ ତାରିଖରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୭୮ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୭୭ ଜଣ ସୁସ୍ଥ ହୋଇଛନ୍ତି । ତେବେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୯୬ ଜଣ ସଂକ୍ରମିତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ତେବେ ଭଦ୍ରକରୁ ଚିହ୍ନଟ କରୋନା ସଂକ୍ରମିତଙ୍କ ସମ୍ପର୍କରେ ତଥ୍ୟ ପ୍ରଦାନ କରିଛି ଭଦ୍ରକ ଜିଲ୍ଲା ପ୍ରଶାସନ । ଟ୍ୱିଟ୍ ଯୋଗେ ପ୍ରଦାନ ସୂଚନା ମୁତାବକ ନୂଆ କରି ଚିହ୍ନଟ ହୋଇଥିବା ୨୧ ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୨ ଜଣ ପଶ୍ଚିମବଙ୍ଗ ଫେରନ୍ତା, ୬ ଜଣ ଗୁଜରାଟ ଫେରନ୍ତା, ୨ ଜଣ ତାମିଲନାଡୁ ଫେରନ୍ତା, ୧ ଆନ୍ଧ୍ରପ୍ରଦେଶ ଫେରନ୍ତା । ସେମାନେ ସମସ୍ତେ ସରକାରୀ କ୍ୱାରେଣ୍ଟାଇନ୍‌ରେ ରହିଆସୁଥିଲେ । ଏଥିସହିତ ଭଦ୍ରକ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୫ରେ ପହଞ୍ଚିଛି ।

Leave a Reply