ୟୁଟ୍ୟୁବ୍ Vs ଟିକଟକ୍ ନେଇ ଦର୍ଶକଙ୍କୁ କୁହାଯାଉଛି ଏହି ସବୁ ମିଛ?
1 min readମୁମ୍ବାଇ: ୟୁଟ୍ୟୁବ୍-ଟିକ୍ଟକ୍ ମୁହାଁମୁହିଁ । ବର୍ତ୍ତମାନ ସମୟରେ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ୟୁଟ୍ୟୁବର ଏବଂ ଟିକ୍ଟକ୍ର ମୁହାଁମୁହିଁ । ନିଜ ନିଜ ଭିଡିଓରେ ବ୍ୟବହୃତ କଣ୍ଟେଣ୍ଟକୁ ନେଇ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ । ଆଉ ଆରୋପ-ପ୍ରତ୍ୟାରୋପର ଏହି ଭିଡ଼ିଓ ମଧ୍ୟ ବେଶ ପପୁଲାର । ଜଣେ ଟିକ୍ଟକର ଅର୍ଥାତ ଟିକ୍ଟକ୍ କରୁଥିବା ପପୁଲର ଟିକ୍ଟକ୍ ଷ୍ଟାର ଅମୀର ୟୁଟ୍ୟୁବ୍ର ମାନଙ୍କୁ କଟୁ ସମାଲୋଚନା କରିଥିଲେ । ଏକ ଭିଡିଓ ମାଧ୍ୟମରେ ଯାହାର ଉତ୍ତର ରଖିଥିଲେ ଚର୍ଚ୍ଚିତ ହାସ୍ୟ ଅଭିନେତା କେରୀ ମିନାଟୀ ବା ଅଜୟ ନାଗର । ଆଉ ଏହି ଭିଡିଓ ମଧ୍ୟ ବେଶ ପପୁଲାର ହୋଇଛି । ଏହି ଭିଡିଓ ପାଞ୍ଚ ଦିନରେ ୬୭ ମିଲିୟନ୍ ଥର ଦେଖାଯାଇଥିଲା । ଏବଂ ଏହି ଭିଡିଓରେ ଲାଇକ୍ ସଂଖ୍ୟା ୧୦ ମିଲିୟନରୁ ଅଧିକ । ଏହା ଫଳରେ କ୍ୟାରୀ ମିନାତି ଦେଶର ଟପ୍ ୧୦ ୟୁଟ୍ୟୁବରମାନଙ୍କ ମଧ୍ୟରେ ସାମିଲ ହୋଇପାରିଛନ୍ତି ।
ତେବେ ୟୁଟ୍ୟୁବ୍ର ଓ ଟିକଟକ୍ ଷ୍ଟାରମାନଙ୍କ ମଧ୍ୟରେ ଚାଲିଥିବା ଝଗଡ଼ା କେବଳର କ୍ୟାରୀ ମିନାତି ଓ ଟିକ୍ଟକ୍ ଷ୍ଟାର ଅମୀର ମଧ୍ୟରେ ସୀମିତ ହୋଇରହିନାହିଁ । ଏଥିରେ ଅନ୍ୟ ପପୁଲାର ଟିକ୍ଟକ୍ ଷ୍ଟାର ଏବଂ ୟୁଟ୍ୟୁବର ସାମିଲ ହୋଇଛନ୍ତି । ଦେଶର ସର୍ବାଧିକ ଲୋକପ୍ରିୟ ୟୁଟ୍ୟୁବ୍ ଚ୍ୟାନେଲ୍ ଟେକ୍ନିକାଲ ଗୁରୁଜୀ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ନିଜର ଏକ ଭିଡ଼ିଓରେ ସେ ନିଜର ପ୍ରାୟ ୧୦ ଟି ମୋବାଇଲରୁ ଟିକ୍ଟକ୍ ଆପ୍କୁ ଡିଲିଟ କରିଛନ୍ତି । ଅପରପକ୍ଷରେ ଅନ୍ୟ କିଛି ୟୁଟ୍ୟୁବ୍ର ମଧ୍ୟ ଅମୀରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ।
ସୂଚନା ଯୋଗ୍ୟ ଯେ, ଯୁବପିଢିଙ୍କ ମଧ୍ୟରେ ଖୁବ କମ୍ ସମୟରେ ଟିକ୍ ଟକ୍ ବହୁତ ଲୋକପ୍ରିୟ ହେବାରେ ସଫଳ ହୋଇଛି । ୨୦୧୮ ମସିହା ସେପ୍ଟେମ୍ବର ମାସରେ, ଟିକ୍ ଟକ୍ ଗୋଟେ ମାସ ମଧ୍ୟରେ ସର୍ବାଧିକ ଡାଉନଲୋଡ୍ କରାଯାଇଥିବା ଆପ୍ ହୋଇଥିଲା । ଖୁବ କମ ସମୟରେ ଟିକଟକ୍ ଆପ୍ ଫେସବୁକ୍, ଇନଷ୍ଟାଗ୍ରାମ, ୟୁଟ୍ୟୁବ୍, ସ୍ନାପଚ୍ୟାଟ୍ ଭଳି ଆପକୁ ମଧ୍ୟ ପଛରେ ପକାଇଥିଲା । ଏବେ ଯାଏଁ ସମଗ୍ର ବିଶ୍ୱରେ ୧୦୦ କୋଟିରୁ ଅଧିକ ଲୋକେ ଟିକଟକ୍ ଆପ ଡାଉନଲୋଡ୍ କରିଛନ୍ତି । କାରଣ ଏହା ଏକ ଇଜି ୟୁଜର ଇଣ୍ଟରଫେସ୍ । ଫଳରେ ୟୁଟ୍ୟୁବ୍ କୁ ମାତ ଦେଇଛି ଟିକଟକ୍ । ୨୦୨୦ ମସିହା ଶେଷ ସୁଦ୍ଧା, ୟୁଟ୍ୟୁବ୍ ମଧ୍ୟ ମୋବାଇଲ୍ ଆପ୍ ରେ ‘ସର୍ଟସ୍’ ନାମକ ଏକ ଆପ୍ ଆରମ୍ଭ କରିବାକୁ ଯାଉଛି । ଯାହାର ଫିଚର୍ସ ଟିକ୍ ଟକ୍ ଭଳି ରହିବ ।
ଟିକ୍ ଟକ୍ ର ଫିଚର୍ସ ଭଳି ସୋର୍ଟସ ଆପରେ ୧ ମିନିଟ୍ ର ଭିଡିଓ କରି ଅପଲୋଡ୍ କରାଯାଇପାରିବ । ଟିକଟକ୍ ରେ ଅନେକ ଗୀତ କ୍ଲିପ୍ସ, ଫିଲ୍ମର ଡାଇଲଗ୍ ରହିଛି, ଯାହାକୁ ୧୫ ସେକେଣ୍ଡର ଭିଡିଓ କରି ଅପଲୋଡ କରାଯାଇପାରିବ । ଏଥିରେ ଡୁଏଟ୍ସ ନାମକ ଏକ ଫିଚର ମଧ୍ୟ ରହିଛି, ଯେଉଁଥିରେ ଏକ ଭିଡିଓ ପ୍ରସ୍ତୁତ କରି ଅନ୍ୟ ଭିଡିଓକୁ ଉତ୍ତର ଦିଆଯାଇପାରିବ । ଏବଂ ଏହି ଦୁଇଟି ଭିଡିଓ ଏକାସହ ପରଦାରେ ଦେଖାଯିବ । ତେବେ ଟିକ୍ ଟକ୍ ର ଭିଡିଓଗୁଡ଼ିକ ୟୁଟ୍ୟୁବ୍ ର କଣ୍ଟେଟ କ୍ରିଏଟର୍ସ ‘କ୍ରିଞ୍ଜ’ ଶବ୍ଦକୁ ସମ୍ବୋଧିତ କରେ । ‘କ୍ରିଞ୍ଜ’ର ଅର୍ଥ ଭଲ ନୁହେଁ । ଏପ୍ରିଲ ମାସରେ ଏଲଭିଶ୍ ଯାଦବ ଏକ ଭିଡିଓ ପ୍ରସ୍ତୁତ କରିଥିଲେ ଯେଉଁଥିରେ ସେ ଟିକଟକ୍ ରେ ପୋଷ୍ଟ କରାଯାଉଥିବା ଭିଡିଓ ଏବଂ ପୋଷ୍ଟ କରିଥିବା ଲୋକଙ୍କୁ ସେ ଅପମାନଜନକ କଥା କହିଥିଲେ।
https://youtu.be/oTrvhdnmHrY
ଏଲଭିଶଙ୍କ ପରେ ଟିକଟକର୍ ରିଭୋଲଭର ରାନି ଏବଂ ଆମୀର ସିଦ୍ଦିକି ଏକ ଭିଡିଓ ପ୍ରସ୍ତୁତ କରିଥିଲେ, ଯେଉଁଠାରେ ସେମାନେ ଟିକଟକ୍ ଭିଡିଓକୁ ୟୁଟ୍ୟୁବ ଅପେକ୍ଷା ଭଲ କରିଥିବା ବର୍ଣ୍ଣନା କରିଥିଲେ । ଆମୀରଙ୍କ ବିରୋଧରେ ୟୁଟ୍ୟୁବ ୟୁଜର୍ସମାନେ ଅନେକ ଭିଡିଓ କରି ପୋଷ୍ଟ କଲେ । ଆମୀର ଏହି ଭିଡିଓର ଜବାବ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀ ଓ ପୋଷ୍ଟରେ ଦେଉଥିଲେ । ସେହିସମୟରେ ସେ କହିଥିଲେ ଯେ, ଯଦି ତାଙ୍କ ଭିଡିଓର ଜବାବ କୈରୀ ମିନତି ରୋଷ୍ଟ କରି ଦେବେ ତାହେଲେ ସେ ଖୁସି ହେବେ । ଏହା ପରେ କ୍ୟାରୀଙ୍କ ଭିଡିଓ ଆରମ୍ଭ ହୋଇଥିଲା ଯେଉଁଥିରେ ସେ ଟିକଟକ୍ ରୋଷ୍ଟିଂ କରୁଥିଲେ ।
ଏନେଇ ଚର୍ଚ୍ଚିତ ଆଶିଷ ଚଞ୍ଚଲାନୀ କହିଛନ୍ତି ଯେ, ପବ୍ଲିକ ଏଭଳି ଜିନିଷ ଦେଖିବା ଅଧିକ ପସନ୍ଦ କରନ୍ତି ଯାହା ଏବେ ଅନଲାଇନ୍ ଦେଖିବାକୁ ମିଳୁଛି । କ୍ୟାରିଙ୍କ ଏହି ଭିଡିଓରେ ତାଙ୍କ ପ୍ରଶଂସକମାନେ ଟିକ୍ ଟକ୍ ଲୋକଙ୍କୁ ଟ୍ରୋଲ କରୁଥିବା ନଜର ଆସିଛନ୍ତି। ଏବଂ ୟୁଟ୍ୟୁବ ୟୁଜର ଅର୍ଥାତ୍ ଭୁଭାନ୍ ବାମ, ଆଶିଷ ଚଞ୍ଚଲାନୀ ଏବଂ ହର୍ଷ ସେହି ରୋଷ୍ଟ୍ ଭିଡିଓର ୨ ମିଲିୟନ୍ ଲାଇକ୍ ପାଇଁ କ୍ୟାରି ପାଇଁ କରତାଳି ଦେଇଥିଲେ ।
ହେଲେ ସତ୍ୟ ଘଟଣା ହେଉଛି ୟୁଟ୍ୟୁବ୍ ଓ ଟିକଟକ୍ ମଧ୍ୟରେ କେବେ ଝଗଡା ହୋଇନାହିଁ । ସୂଚନାଯୋଗ୍ୟ ଯେ, ସୋସିଆଲ ମିଡିଆ ୟୁଜର୍ସଙ୍କ ମଧ୍ୟରେ କିଛି ଅସୁବିଧା ଯୋଗୁଁ ଏହି ଭିଡିଓ ହୋଇଥିଲା । କ୍ୟାରି ମିନତିଙ୍କ ଭିଡିଓ ପରେ ସେହି ମାମଲା ଟିକେ ଶାନ୍ତ ହେଉଥିବା ଜଣାପଡିଛି। ତେବେ ୟୁଟ୍ୟୁବ୍ ଏବଂ ଟିକ୍ ଟକ୍ କମ୍ପିଟିଶନ୍ କଥା କହିଲେ ୟୁଟ୍ୟୁବ୍ ମାର୍କେଟର ଏକ ବଡ଼ ପ୍ଲାଟଫର୍ମ ।ୟୁଟ୍ୟୁବରେ ନିଜ ଚ୍ୟାନାଲ ଖୋଲିବା ପାଇଁ ଅନେକ ନିୟମ ରହିଛି । ହେଲେ ଟିକଟକ୍ ପାଇଁ ଏମିତି କୌଣସି ନିୟମ ନାହିଁ । ୟୁଟ୍ୟୁବରେ ଭିଡିଓ ଅପଲୋଡ୍ ପାଇଁ କୌଣସି ଟାଇମ୍ ଲିମିଟ୍ ନାହିଁ । ହେଲେ ଟିକଟକ୍ ରେ ସମୟ ସୀମା ରହିଛି । ଯେଉଁଥିପାଇଁ ଏହାର କଣ୍ଟେଟ୍ କ୍ୱାଲିଟିରେ ମଧ୍ୟ ପ୍ରଭାବ ପଡେ । କଣ୍ଟେଟ୍ ଚୋରି ନେଇ ୟୁଟ୍ୟୁବ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାବେଳେ ଟିକଟକ୍ ରେ ଏମିତି କୌଣସି ନିୟମ ନାହିଁ ।