ଯାତ୍ରୀବାହୀ ଟ୍ରେନ୍ ସେବା ଆରମ୍ଭ ପରେ ଚାଲିବ କି ଶ୍ରମିକ ସ୍ପେଶାଲ ?
1 min readନୂଆଦିଲ୍ଲୀ: ମହାମାରୀ କରୋନା ମଧ୍ୟରେ ଆସନ୍ତା ୧୨ ତାରିଖରୁ ଦେଶରେ ଆଂଶିକ ଭାବେ ଆରମ୍ଭ ହେବ ଯାତ୍ରୀବାହୀ ଟ୍ରେନ୍ ସେବା । ଆସନ୍ତାକାଲି ଠାରୁ ଆଇଆରସିଟିସି ୱେବସାଇଟରେ ଟିକେଟ ବୁକିଂ ଆରମ୍ଭ ହେବ । ମଙ୍ଗଳବାର ଠାରୁ ଯାତ୍ରୀବାହୀ ଟ୍ରେନ୍ ସେବା ଆରମ୍ଭ ହେବାକୁ ଥିବାବେଳେ ଶ୍ରମିକ ସ୍ପେଶାଲ ଟ୍ରେନ୍ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଥିଲା ।
Indian Railways has decided for the gradual resumption of passenger train services but existing Shramik special trains will continue to run as per current system on the request of the concerned state governments: Ministry of Railways pic.twitter.com/kLpOivaVU2
— ANI (@ANI) May 10, 2020
ଏହି ଦ୍ୱନ୍ଦ୍ୱକୁ ଭାରତୀୟ ରେଳବାଇ ଦୂର କରିଛି । ପାସେଞ୍ଜର ଟ୍ରେନ୍ ସେବା ଆରମ୍ଭ ପରେ ବି ଶ୍ରମିକ ସ୍ପେଶାଲ୍ ଟ୍ରେନ୍ ଚଳାଚଳ ଜାରି ରହିବ । ଶ୍ରମିକ ସ୍ପେଶାଲ ଟ୍ରେନ୍ ଗୁଡ଼ିକ ପୂର୍ବଭଳି ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଚାଲିବ ବୋଲି ଭାରତୀୟ ରେଳବାଇ ସ୍ପଷ୍ଟ କରିଛି ।
ପ୍ରଥମ ପର୍ଯ୍ୟାୟରେ ଦେଶର ଏହି ସବୁ ସ୍ଥାନକୁ ଗଡ଼ିବ ଯାତ୍ରୀବାହୀ ଟ୍ରେନ୍