ଅମିତ ଶାହଙ୍କ ଚିଠିକୁ ନେଇ ଗରମ ହେଲା ରାଜନୀତି,ଟିଏମସି କହିଲା ମିଛ କହୁଛନ୍ତି ଶାହ
1 min readନୂଆଦିଲ୍ଲୀ: କରୋନା ଲକଡାଉନ୍ ମଧ୍ୟରେ ପ. ବଙ୍ଗର ପ୍ରବାସୀ ଶ୍ରମିକଙ୍କୁ ନେଇ ମମତାଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅମିତ ଶାହ । ମମତାଙ୍କ ନିରବତାକୁ ପ୍ରଶ୍ନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ପଶ୍ଚିମବଙ୍ଗର ପ୍ରବାସୀ ଶ୍ରମିକଙ୍କ ପ୍ରସଙ୍ଗରେ ମମତା କ’ଣ ପାଇଁ ନିରବ ବୋଲି ଶାହ ପ୍ରଶ୍ନ କରିଛନ୍ତି । ଶାହଙ୍କ ଏହି ପ୍ରଶ୍ନକୁ ନେଇ ଏବେ ପାଲଟା ଆକ୍ରମଣ କରିଛି ତୃଣମୁଳ କଂଗ୍ରେସ ।
ଟିଏମସି ସାଂସଦ ଅଭିଶେକ ବାନାର୍ଜୀ ଟ୍ୱିଟ୍ କରି ଅମିତ ଶାହଙ୍କ ଉପରେ ହମଲା କରିଛନ୍ତି । ସେ କହିଛନ୍ତି ଯେ, ସଂକଟର ଏହି କ୍ଷଣରେ ନିଜ କର୍ତ୍ତବ୍ୟ ପାଳନରେ ବିଫଳ ହୋଇଥିବା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ମିଥ୍ୟାର ଗଣ୍ଠିଲି ସହ ଲୋକଙ୍କ ଭ୍ରମିତ କରିବା ପାଇଁ ଅନେକ ସପ୍ତାହର ନିରବତା ଭାଙ୍ଗିଛନ୍ତି । ବିଡମ୍ବନା ହେଉଛି ସରକାର ନିଜ ଲୋକଙ୍କୁ ସେମାନଙ୍କ ହାଲରେ ଛାଡି ଦେଇଛି । ଅମିତ ଶାହ ନିଜ ମିଥ୍ୟା ଆରୋପକୁ ସାବ୍ୟସ୍ତ କରନ୍ତୁ କିମ୍ବା କ୍ଷମା ମାଗନ୍ତୁ ।
ଅମିତ ଶାହଙ୍କ ମମତାଙ୍କୁ ପତ୍ର ପରେ ଟିଏମସି ଆକ୍ରାମକ ହୋଇଛି । ଶାହ,ପ.ବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ପଚାରିଥିଲେ ଯେ,ପ୍ରବାସୀ ଶ୍ରମିକଙ୍କୁ ନେଇ ମମତା ନିରବ କାହିଁକି ? ଅନ୍ୟରାଜ୍ୟରେ ଫସି ରହିଥିବା ପ.ବଙ୍ଗ ଶ୍ରମିକଙ୍କୁ ଟ୍ରେନ ଦ୍ୱାରା କାହିଁକି ଅଣାଯାଉନି । ମମତା ସରକାର ପ୍ରବାସୀ ଶ୍ରମିକଙ୍କ ପାଇଁ ପଦକ୍ଷେପ ନିଅନ୍ତୁ । ପ.ବଙ୍ଗରେ ପ୍ରବାସୀ ଶ୍ରମିକ ଅସୁବିଧାରେ ଅଛନ୍ତି ।
A HM failing to discharge his duties during this crisis speaks after weeks of silence, only to mislead people with bundle of lies! Ironically he’s talking about the very ppl who’ve been literally left to fate by his own Govt. Mr @AmitShah, prove your fake allegations or apologise https://t.co/HeWYWFafZ5
— Abhishek Banerjee (@abhishekaitc) May 9, 2020
ଅମିତ ଶାହ ନିଜ ପତ୍ରରେ ଲେଖିଥିଲେ ଯେ, ବର୍ତ୍ତମାନ ସୁଧା ୨ ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକ ଟ୍ରେନ ଜରିଆରେ ନିଜ ରାଜ୍ୟକୁ ଫେରି ସାରିଲେଣି । ବାକି ରାଜ୍ୟର ଶ୍ରମିକଙ୍କ ଭଳି ପ.ବଙ୍ଗର ପ୍ରବାସୀ ଶ୍ରମିକ ମଧ୍ୟ ନିଜ ରାଜ୍ୟକୁ ଫେରିବା ପାଇଁ ବ୍ୟାକୁଳ ଅଛନ୍ତି ଓ ସେମାନଙ୍କ ଯିବା ବ୍ୟବସ୍ଥା ମଧ୍ୟ କେନ୍ଦ୍ର ସରକାର କରିଛନ୍ତି । କିନ୍ତୁ ଦୁଃଖର କଥା ହେଲା,ପ.ବଙ୍ଗ ସରକାରଙ୍କ ପଟୁ ଆମକୁ ଅପେକ୍ଷିତ ସହଯୋଗ ମିଳୁନାହିଁ
ଅମିତ ଶାହ କହିଛନ୍ତି କି,ଅନ୍ୟ ରାଜ୍ୟରୁ ଶ୍ରମିକଙ୍କୁ ନେଇ ଆସୁଥିବା ରେଳଗାଡିକୁ ପ.ବଙ୍ଗ ସରକାର ଅନୁମତି ଦେଉ ନାହାନ୍ତି । ଏଭଳି କରିବା ପ.ବଙ୍ଗ ଶ୍ରମିକଙ୍କ ପ୍ରତି ଅନ୍ୟାୟ । ଏହା ପ.ବଙ୍ଗର ପ୍ରବାସୀ ଶ୍ରମିକଙ୍କୁ କଠୋର ପରିସ୍ଥିତି ମଧ୍ୟକୁ ଠେଲି ପାରେ ।