spot_img

Latest Posts

କରୋନା ଭିତରେ ବରୁନ ଧୱନଙ୍କ ଡାଏଲଗ ଇସ୍ରାଏଲରେ ହିଟ୍…

ମୁମ୍ବାଇ: ସାରା ବିଶ୍ୱ ଏବେ କରୋନା ସହ ସଂଘର୍ଷ କରୁଛି ।  ଯେଉଁ ଯୁଦ୍ଧରେ ଅନେକ ଲୋକ ଜୀବନ ହରାଉଛନ୍ତି ଏବଂ ଏହି କାରଣରୁ ସମସ୍ତଙ୍କ ଜୀବନ ମଧ୍ୟ ସବୁଦିନ ପାଇଁ ବଦଳି ଯାଇଛି । କରୋନା ଏବେ ସାରା ବିଶ୍ୱରେ ବିଧ୍ୱଂସର ଲୀଳା ରଚୁଛି । ଏହି ସମୟରେ ଇସ୍ରାଏଲରୁ ଆସି ଥିବା ଏମିତି ଏକ ଖବାର ଯାହା ସମସ୍ତ କିଛି ମାତ୍ରାରେ ଆଶ୍ୱସ୍ଥି ଦେଇଛି । ଇସ୍ରାଏଲ ଏକ ଚ୍ୱିଟରେ ଦାବି କରିଛି ଯେ ସେମାନେ କୋଭିଡ -୧୯ ବିରୋଧରେ ଏକ ପ୍ରତିକାର ପ୍ରସ୍ତୁତ କରିଛନ୍ତି । ଏହି ଖବରକୁ ନିଜେ ଇସ୍ରାଏଲର ପବ୍ଲିକ ବ୍ରଡକାଷ୍ଟିଂ କର୍ପୋରେସନର ସମ୍ବାଦଦାତା ଏମିକାଇ ଷ୍ଟିନ୍ ଟ୍ୱିଟ୍ କରିଛନ୍ତି।

ତେବେ ଏହି ଟ୍ୱିଟ୍ ପରେ ଅଭିନେତା ବରୁଣ ଧୱନ ଏକ ଆଶ୍ୱସ୍ଥିକର ଟ୍ୱିଟ କରିଥିଲେ । ଯେଉଁଥିଲେ ସେ ଲେଖିଥିଲେ ଯେ,ମୁଁ ଆଶା କରୁଛି ଏହା ସତ ହେଉ । ତେବେ ବରୁନ ଧୱନ ଏହି ଟ୍ୱିଟ କରି ଭୁଲିଯାଇଥିଲେ । କିନ୍ତୁ ଏହାକୁ ଗମ୍ଭୀରତାର ସହ ଇସ୍ରାଇଲ ନେଇଥିଲା । ଏହାର ଉତ୍ତର ମଧ୍ୟ ଇସ୍ରାଇଲ ଦେଇଛି । ଆଶ୍ଚର୍ଯ୍ୟର କଥା ହେଉଛି ଏହି ଉତ୍ତର ଇସ୍ରାଏଲ୍ ସରକାରଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ଦ୍ୱାରା ଦିଆଯାଇଛି। ଏହାର ଉତ୍ତରରେ, ବରୁଣଙ୍କ ଚଳଚ୍ଚିତ୍ର ABCD 2ର ପ୍ରସିଦ୍ଧ ଡାଇଲଗ୍ ବ୍ୟବହାର କରାଯାଇଛି ।  ଟ୍ୱିଟରେ ଇସ୍ରାଇଲ ବରୁନଙ୍କର ସେହି ଲୋକପ୍ରିୟ ଡାଇଲଗକୁ ଲେଖିଛି । ଟ୍ୱିଟରେ ଲେଖାଯାଇଛି ଯେ, ‘ସହି ଦିଶାମେ ଉଠାୟା ଗୟା ହର୍ କଦମ୍ , ଆପନେ ଆପ୍ ମେ ଏକ ମଞ୍ଜିଲ୍ ହୈ, ଆଖିର ଜିନ୍ଦେଗୀ କା ମତଲବ ହି ଆପନା ଅଗଲା କଦମ ଚୁନନା ହୈ ।’

ଜଣେ  ଅଭିନେତାଙ୍କ ଟ୍ୱିଟ ଉପର କୌଣସି ଦେଶରେ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲ ଏଭଳି ଉତ୍ତର ଦେବା ସହଜ କଥା ନୁହେଁ ।  କିନ୍ତୁ କରୋନା ମଧ୍ୟରେ ବରୁନଙ୍କ ଫିଲ୍ମର ଏହି ଡାଇଲଗର ବ୍ୟବହାର ଜନସାଧାରଣଙ୍କୁ ଏକ ସକାରତ୍ମକ ବାର୍ତ୍ତା ଦେଇଛି । ଇସ୍ରାଏଲ ସରକାରଙ୍କ ଅଫିସିଆଲ ହ୍ୟାଣ୍ଡେଲରେ ଦିଆଯାଇଥିବା ଏହି ଉତ୍ତରରେ ବରୁନ ଧୱନ ନିଜେ ବହୁତ ଆଶ୍ଚର୍ଯ୍ୟ ହୋଇଥିଲେ ଏବଂ ତାଙ୍କ ଫିଲ୍ମର ଡାଇଲଗ୍ ଇସ୍ରାଏଲରେ ପହଞ୍ଚିଥିବାରୁ ସେ ତାଙ୍କର ଖୁସି ବ୍ୟକ୍ତ କରିଥିଲେ । ସେ ଟ୍ୱିଟ୍ କରି କହିଛନ୍ତି- ମୁଁ ଖୁସି ଯେ ଏହି ଡାଇଲଗ୍ ଇସ୍ରାଏଲରେ ପହଞ୍ଚିଛି ।

Latest Posts

Don't Miss