ଯାନ୍ତ୍ରିକ ତ୍ରୁଟି ପାଇଁ ଆକାଶରୁ ଖସିପଡ଼ିଲା ଭାରତୀୟ ବାୟୁସେନାର ମିଗ୍‌ -29 ବିମାନ

1 min read

ପଞ୍ଜାବ: ପଞ୍ଜାବରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ମିଗ୍‌ -29 ଶୁକ୍ରବାର ଅପରାହ୍ନରେ ନୱାନସହର ଚୁହାଡପୁରରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ପାଇଲଟ ନିଜ ଜୀବନ ରକ୍ଷା କରିଥିଲେ । ବର୍ତ୍ତମାନ ପାଇଲଟ ଏମ.କେ ପାଣ୍ଡେଟଙ୍କ ଅବସ୍ଥା ଗୁରୁତର ରହିଛି ଏବଂ ତାଙ୍କୁ ସିଭିଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ମିଗ୍ -29 ଦୁର୍ଘଟଣା ଖବର ପାଇବା ପରେ ନିକଟସ୍ଥ ଗାଁର ଲୋକମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହା ପରେ ଜିଲ୍ଲା ଓ ପୋଲିସ ପ୍ରଶାସନର ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ସମଗ୍ର ଦୁର୍ଘଟଣା ସମ୍ପର୍କରେ ବାୟୁସେନାକୁ ସୂଚନା ଦିଆଯାଇଥିଲା । ତାପରେ ବାୟୁସେନାର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଗତ ରାତି ପ୍ରାୟ ୧୧ରେ ଆକରଶରେ କିଛି ଜଳୁଥିବା ଦେଖାଯାଇଥିଲା । ଲୋକମାନେ ଚାଷ ଜମି ଆଡ଼କୁ ଦୌଡ଼ିଥିଲେ । ଘଟଣା ସ୍ଥଳରେ ପହଞ୍ଚିବା ପରେ ଜାଣିପାରିଥିଲେ ଜେ ଏକ ବିମାନ ବିସ୍ଫୋରଣ ହୋଇଛି ବୋଲି । ଏହି ବିସ୍ଫୋରଣରେ ଚାଷ ଜମିରେ ନିଆଁ ଲାଗିଯାଇଥିଲା । ପ୍ରଶାସନକୁ ଶୀଘ୍ର ସୂଚନା ଦିଆଯିବା ପରେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ଏହାପୂର୍ବରୁ ଗତ ବର୍ଷ ନଭେମ୍ବରରେ ସେନା ପାଇଁ ବ୍ୟବହୃତ ମିଗ୍ -29 ବିମାନ ଗୋଆରେ ଖସିପଡିଥିଲା । ଟ୍ରେନିଂ ସମୟରେ ଦୁର୍ଘଟଣା ଯୋଗୁଁ ବିମାନ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣା ସମୟରେ ଉଭୟ ପାଇଲଟ୍ ସୁରକ୍ଷିତ ଥିବା ସମ୍ମାନର ବିଷୟ ଥିଲା ।

Leave a Reply