୨୪ ଘଣ୍ଟାରେ ଗଞ୍ଜାମରୁ ୨୪, ଖୋର୍ଦ୍ଧାରୁ ଆଉ ୩

1 min read

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୨୧୯ରେ ପହଞ୍ଚିଛି । ଗଞ୍ଜାମ ଜିଲ୍ଲାରୁ ଆଉ ୭ଟି ମାମଲା ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ସୂଚନା ଦେଇଛି ।

ବାଲେଶ୍ୱରରୁ ଆଉ ୨, ଜଗତସିଂହପୁରରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ

ସକାଳେ ଗଞ୍ଜାମ ଜିଲ୍ଲାରୁ ୧୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏବେ ଆଉ ୭ ଜଣ ଚିହ୍ନଟ ହେବା ପରେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି । ସେହିପରି ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୫୦ରେ ପହଞ୍ଚିଛି ।

ଗଞ୍ଜାମରେ ଚିହ୍ନଟ ୭ ଜଣ ସଂକ୍ରମିତ ସୁରତ ଫେରନ୍ତା । ସେମାନଙ୍କ ନିକଟରେ କରୋନାର ଲକ୍ଷଣ ରହିଛି । ସମସ୍ତେ ପୁରୁଷ ହୋଇଥିବା ବେଳେ ସେମାନଙ୍କ ବୟସ ଯଥାକ୍ରମେ ୪୩, ୪୮, ୨୫, ୨୯, ୩୯, ୨୫ ଓ ୬୦ ବର୍ଷ । ସେହିପରି ରାଜଧାନୀର ମଞ୍ଚେଶ୍ୱରରୁ ୩୬ ବର୍ଷୀୟ ପୁରୁଷ, ଭିଏସ୍ଏସ୍ ନଗରରୁ ୩୪ ବର୍ଷୀୟ ପୁରୁଷଙ୍କ ସହ ସୂର୍ଯ୍ୟନଗରରୁ ୬୭ ବର୍ଷୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରେ ୫୦ ସଂକ୍ରମିତଙ୍କ ମଧ୍ୟରୁ ୧୬ଟି ସକ୍ରିୟ ମାମଲା ରହିଥିବା ବେଳେ ୩୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨୧୯ରେ ପହଞ୍ଚିଛି । ଏବେ ୧୫୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୬୨ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ୨ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।

Leave a Reply