ଯାଜପୁରରେ ପୁଣି ଜଣେ କରୋନା ପଜିଟିଭ୍, ୪୦ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା
1 min readଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ ଆକ୍ରାନ୍ତ ଜଣକ ହେଉଛନ୍ତି ଯାଜପୁର ଜିଲ୍ଲା ବାସୁଦେବପୁର ଅଞ୍ଚଳର ଜଣେ ୩୫ ବର୍ଷୀୟ ମହିଳା । ଯାଜପୁରର ଏକ କଣ୍ଟେନ୍ମେଣ୍ଟ ଜୋନ୍ରୁ ମହିଳାଙ୍କୁ ଚିହ୍ନଟ କରାଯାଇଛି । ତେବେ ଉକ୍ତ ମହିଳାଙ୍କୁ ମିଶାଇ ଯାଜପୁରରେ ୪୦ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା । ସେହିଭଳି ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୪୯ରେ ପହଞ୍ଚିଥିବା ବେଳେ ୫୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ଜଣଙ୍କର ମୃତ୍ୟୁ ହୋଇଛି ।
ରାଜ୍ୟରେ ବଢ଼ିବାକୁ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ପ୍ରତିଦିନ ରାଜ୍ୟରେ କରୋନା ସଂକ୍ରମଣ ଚିହ୍ନଟ ହେଉଛନ୍ତି । ପ୍ରବାସୀଙ୍କ ଚିନ୍ତାରେ ଘାଣ୍ଟି ହେଉଛି ପୁରା ରାଜ୍ୟ । ସେ ଯାଜପୁର ହେଉ କି ବାଲେଶ୍ୱର, ଅଧିକାଂଶ ସଂକ୍ରମିତଙ୍କ ମଧ୍ୟରେ କଲିକତା ଲିଙ୍କ୍ ରହୁଛି । ଆଜି ବାଲେଶ୍ୱର, ବଲାଙ୍ଗିର ଓ ଯାଜପୁରରୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
5th Health Update, 1st May, 2020
One New Positive Case in Jajpur
35 yr Female, Basudevpur(Contact case in containment zone)
Contact tracing and follow-up action is being done.
Total Positive Case: 149
— I & PR Department, Odisha (@IPR_Odisha) May 1, 2020