ସୀମାନ୍ତରେ ଆବଶ୍ୟକ ନାହିଁ ପାସ୍, କେନ୍ଦ୍ର ଗୃହମନ୍ତ୍ରୀ ଦେଲେ ସୂଚନା
ନୂଆଦିଲ୍ଲୀ: ବିନାଦ୍ୱିଧାରେ ଏଣିକି ଆନ୍ତଃରାଜ୍ୟରେ ଚଳାଚଳ କରିପାରିବ ଟ୍ରକ୍ । ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଟ୍ରକ୍ ପାଇଁ କୈାଣସି ପାସ୍ର ଆବଶ୍ୟକ ନାହିଁ । ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ କେନ୍ଦ୍ର ଗୃହ ସଚିବ ଅଜୟ ଭାଲାଙ୍କ ଚିଠି ମାଧ୍ୟମରେ ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଗାଇଡ୍ ଲାଇନ୍ ଅନୁସାରେ ପାସ୍ର ଆବଶ୍ୟକ ନାହିଁ । ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଚେନ୍ରେ ବିଭ୍ର।ଟ ନଆସିବାକୁ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ।
ପ୍ଲାଜମା ଥେରାପିକୁ ନେଇ କୌଣସି ପ୍ରମାଣ ନାହିଁ,ଏବେ କେବଳ ଟ୍ରାଏଲ ଚାଲିଛି : କେନ୍ଦ୍ର
କିଛି ଆନ୍ତଃରାଜ୍ୟ ସୀମାରେ ଗାଡି ପାସ୍ ମଗାଯାଉଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ସ୍ପଷ୍ଟୀକରଣ ଦେଇ ସବୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ଅଜୟ ଭାଲାଙ୍କ । ତେବେ ମାର୍ଚ ୨୫ ପ୍ରଥମ ପର୍ଯ୍ୟାୟ ଲକ୍ଡ଼ାଉନ ବେଳେ କେବଳ ମାଲବାହି ଟ୍ରକ୍ ଗୁଡ଼ିକୁ ଅନ୍ୟ ରାଜ୍ୟକୁ ଯିବାପାଇଁ ପରମିଟ୍ ଦିବଯାଇଥିଲା । କିନ୍ତୁ ଏବେ ଖାଲି ଟ୍ରକ ମଧ୍ୟ ବିନା ଲାଇସେନ୍ସରେ ଅନ୍ୟ ରାଜ୍ୟକୁ ବିନା ଦ୍ୱିଧାରେ ଯାହାୟତ କରିପାରିବେ ।