ଆଜି ପୁଣି ସୁରଟରୁ ୧୩ ବସରେ ଫେରୁଛନ୍ତି ପ୍ରବାସୀ

ଗଞ୍ଜାମ: ସୁରଟରୁ ପ୍ରବସୀ ଓଡ଼ିଆଙ୍କୁ ଗଞ୍ଜାମ ଆଣିବା ପାଇଁ ପ୍ରସ୍ତୁତ ହେଲା ୧୩ ଟି ବସ୍ । ଓଡ଼ିଆ ଶ୍ରମିକ ଏବଂ ଶ୍ରମିକଙ୍କ ପରିବାରକୁ ସୁରଟରୁ ଓଡ଼ିଶା ଅଣାଯିବ । ଆସିବା ସମୟରେ ସମସ୍ତଙ୍କ ମୁହଁରେ ମାସ୍କ ବାଧ୍ୟତାମୂଳକ କରିଛନ୍ତି ଓଡ଼ଶା ବସ୍ ମାଲିକ ।

୩ଟି ବସରେ ସେରଗଡ଼ ଏବଂ ଗୋଟିଏ ବସ୍ ରେ ସାନଖେମୁଣ୍ଡିର ଶ୍ରମିକ ଥିବାବେଳେ ବେଗୁନିଆପଡା ଆସିକା ଭଞ୍ଜନଗର ଅଂଚଳର ଶ୍ରମିକ ଅନ୍ୟ ୯ ଟି ବସରେ ଆସିବେ ବୋଲି ସୂଚନା ମିଳିଛି । ଆଜି ପୁଣି ୪ ରୁ ୫ ଟା ଭିତରେ ବସ ବାହାରିବା ପାଇଁ ପ୍ରସ୍ତୁତି ରହିଛି । ପାଖାପାଖି ୧୦୦୦ ଜଣ ଶ୍ରମିକ ଓଡ଼ିଶା ଆସିବାର ସୂଚନା ରହିଛି । ଏଥିପାଇଁ ଗୁଜୁରାଟ ଜିଲ୍ଲାପାଳଙ୍କ ଠାରୁ ସକାଳେ ଟ୍ରାଭେଲ ପାସ ମିଳିସାରିଛି ।

Leave a Reply