କରୋନାଠୁ ଘାତକ ଗୁଜବ : ଇଣ୍ଡଷ୍ଟ୍ରିଆଲ ଆଲକହଲ ପାନକରି ଇରାନରେ ମଲେ ୭ଶହରୁ ଅଧିକ

ତେହରାନ: କରୋନା ପୁରା ଦୁନିଆକୁ ଭୟଭୀତ କରାଇଛି । କରୋନାକୁ ନେଇ ଉଡୁଛି ଗୋଟିଏ ପରେ ଗୋଟିଏ ଗୁଜବ । ଏଭଳି ଗୁଜବ ଲୋକଙ୍କ ଜୀବନ ନେଉଛି । କରୋନା ପାଇଁ ଭାକସିନ୍ ତିଆରି ଉଦ୍ୟମ ଜାରି ରହିଛି  । କିନ୍ତୁ ଗୁଜବ ବଜାରରେ କରୋନା ଔଷଧ ଉପଲବ୍ଧ ଅଛି । ଲୋକେ ଗୁଜବ ଉପରେ ବିଶ୍ୱାସ କରି ମନଇଛା ପ୍ରୟୋଗ କରୁଛନ୍ତି । ଯାହାର ଦୁଃଖଦ ପରିଣାମ ସାମ୍ନାକୁ ଆସୁଛି ।

ଇରାନର ଉଡିଥିବା ଗୋଟିଏ ଗୁଜବ ନେଇଛି ୭୮୦ ଲୋକଙ୍କ ଜୀବନ । ହଜାର ହଜାର ସଂଖ୍ୟାରେ ପିଲା ଓ ବୟସ୍କ ହରାଇଛନ୍ତି ଦୃଷ୍ଟିଶକ୍ତି । ଘଟଣା ହେଉଛି ଏମିତି । କିଛି ଦିନ ତଳେ ଇରାନରେ ଗୋଟିଏ ଗୁଜବ ଉଡିଥିଲା ଯେ,ଶିଳ୍ପକ୍ଷେତ୍ରରେ ବ୍ୟବହୃତ ହେଉଥିବା ଆଲକହଲ ପିଇଲେ କରୋନା ହେବ ନାହିଁ । ସୋସିଆଲ ମିଡିଆରେ ଏହି ଖବର ଉଡିବା ପରେ ହଜାର ହଜାର ସଂଖ୍ୟାରେ ଲୋକ ଇଣ୍ଡଷ୍ଟ୍ରିଆଲ ଆଲକୋହଲ ଖୋଜିଥିବେ । ଯିଏ ପାଇଲ ସିଏ ପିଇଲା । ନିଜେ ପିଇଲା ଓ ନିଜ ପିଲାଙ୍କୁ ପିଆଇଲା । ପରିଣାମ ହେଉଛି ଇଣ୍ଡଷ୍ଟ୍ରିଆଲ ଆଲକୋହଲ ପିଇଥିବା ୫ ହଜାର ଜଣଙ୍କ ମଧ୍ୟରୁ ୭୮୦ ଜଣ ପ୍ରାଣ ହରାଇଛନ୍ତି । କେବଳ ଏତିକି ନୁହେଁ ଯେଉଁମାନେ ବଂଚିଯାଇଛନ୍ତି ସେମାନଙ୍କ ମଧ୍ୟରୁ ଅନେକ ନିଜ ଦୃଷ୍ଟିଶକ୍ତି ହରାଇଥିବା ଜଣା ପଡିଛି ।

Leave a Reply