ସଚିବସ୍ତରୀୟ ଅଧିକାରୀ କରୋନା ପଜିଟିଭ ଚିହ୍ନଟ ପରେ ନୀତି ଆୟୋଗ ଅଫିସ ସିଲ୍

1 min read

ନୂଆଦିଲ୍ଲୀ: ନୀତି ଆୟୋଗ ଅଫିସ ସିଲ୍‌ । ଜଣେ ସଚିବସ୍ତରୀୟ ଅଧିକାରୀ କରୋନା ପଜିଟିଭ ଚିହ୍ନଟ ପରେ ପ୍ରଶାସନ ଅଫିସକୁ ସିଲ କରିଦେଇଛନ୍ତି । ତେଣୁ ଦୁଇ ଦିନ ଧରି ଦିଲ୍ଲୀ ଅଫିସ ସିଲ ରହିବ । ଏହି ସମୟରେ ଅଫିସକୁ ସାନିଟାଇଜ କରାଯିବ ।

ଅଫିସର ପ୍ରତି ରୁମକୁ କରାଗଲା ସାନିଟାଇଜ୍

ନୀତି ଆୟୋଗ ଅଫିସର ପ୍ରତି ରୁମକୁ ସାନିଟାଇଜ୍ କରାଯାଇଛି । ପଜିଟିଭ୍ କେସ୍ ସାମ୍ନାକୁ ଆସିବା ପରେ ଅଫିସର ସବୁ ସୁରକ୍ଷାକର୍ମୀଙ୍କୁ ସାନିଟାଇଜ୍ କରାଯିବା ପରେ ହିଁ ସେମାନଙ୍କୁ ଭିତରକୁ ଛଡାଯାଉଛି ।

 

ଏ ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ଅଫିସ ପ୍ରଶାସନର ଉପ-ସଚିବ ଅଜିତ କୁମାର । ସକାଳ ୯ଟାରେ ଅଧିକାରୀଙ୍କ ରିପୋର୍ଟ ପିଜିଟିଭ ଆସିବା ପରେ ପ୍ରଶାସନ ତୁରନ୍ତ ସିଲ୍‌ କରିବା ପ୍ରକ୍ରିୟା ଆରମ୍ଭ କରିଥିଲା । ଅନ୍ୟପଟେ ଅଧିକାରୀଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

 

Leave a Reply